ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପରିକ୍ରମା
 |- ସୌଭାଗ୍ୟ ମିଶ୍ର
 
 
ତା: ଏପ୍ରିଲ୍ ୨୦, ୨୦୧୧  
 

ଅଫିସ୍‌ରୁ ଫେରୁଥିବା କେଉଁ ଏକ କିରାଣିର ବ୍ୟସ୍ତ ଓ ବିବ୍ରତ ମନ ପରି
ସାଇକେଲ୍ ଚକ ମୋର ଘିର୍ ଘିର୍ ଘୂରେ ଆହା
ଏ ସହର ଧୂସର ରାସ୍ତାରେ;
ମଣିଷର ଦେଖା ନାଇଁ ଏଠି ଏତେ କିଣାବିକା ଲୋକଙ୍କ ଗହଳି
ଏଠି ଏତେ ପାଟିତୁଣ୍ଡ ପେଁ ପେଁ ଟିନ୍ ଟିନ୍, ରେଡିଓର ସ୍ବର
ଅଥଚ ସେ ଗୀତ କାହିଁ? ଏଠି ଏତେ ସ୍ନୋ ଓ ଅତର,
କିନ୍ତୁ ସେ ସୌରଭ କାହିଁ? ଏଠି ଏତେ ନାଲି ନେଳି ଆଲୁଅ ଓ ଲୁଗା,
କଣ୍ଢେଇ ଓ ଗୋଲ୍ ମୁହଁ କାନ୍ଥ ଦେହେ ଧାଡ଼ି ଧାଡ଼ି ସିନେମା ପୋଷ୍ଟର,
କିନ୍ତୁ ସେ ସୌନ୍ଦର୍ଯ୍ୟ କାହିଁ ! ରୂପହୀନ ବର୍ଣ୍ଣହୀନ ସବୁ୤

ଆମେ ଏତେ ସାଙ୍ଗସାଥୀ କିନ୍ତୁ ଆମେ ପରସ୍ପରଠାରୁ
ପରସ୍ପର କେତେ ଭିନ୍ନ, ଆମର ଏ ଅଖଣ୍ଡ ଦୂରତ୍ବ
ସତ୍ତ୍ବେ ଏତେ ହସ ଖୁସି ନମସ୍କାର ଓ କରକମ୍ପନ
ଯାହା ଦିନ ପରି ଯୋଡ଼େ ବିଦ୍ବେଷର ଅସଂଖ୍ୟ ରାତ୍ରିକୁ;
ଏଇ ସବୁ କୋଠାଘର ମୋର ବନ୍ଧୁ ଜନାର୍ଦ୍ଦନଙ୍କର,
(ଆଃ) ସବୁ ଯଦି ଭାଙ୍ଗିଯାନ୍ତା ଅବା ସବୁ ଯଦି ପୋଡିଯାନ୍ତା
ନିରୋ ପରି ଘରେ ବସି ଆନନ୍ଦରେ ବେହେଲା ବଜାନ୍ତି୤

ଆଉ ଟିକେ ଆଗେଇଲେ ଆସିଯିବ ଚୌଧୁରୀବଜାର୤

ମୃମୂର୍ଷୁ ସନ୍ଧ୍ୟାର ପ୍ରାଣ ଛଟପଟ ଆକାଶର ମଇଳା ଶେଯରେ୤
ଏଇ ଯେ ରିକ୍‌ସାରେ ଗଲେ ତାଙ୍କ ନାଁ ମୀନାକ୍ଷୀ ମହାନ୍ତି,
ସମାଜମଙ୍ଗଳ ନେତ୍ରୀ, ଅଭିନେତ୍ରୀ ଓ ସୁଲେଖିକା,
ସତେ ଅବା ପାଣ୍ଡୋରା ସେ ବୁଣିଯାନ୍ତି ଭ୍ୟାନିଟି ବ୍ୟାଗରୁ
ଅସଂଖ୍ୟ ବିଷ ପତଙ୍ଗ ନିନ୍ଦା କୁତ୍ସା ଏବଂ କଳଙ୍କର!

ବାଁ ହାତି ବୁଲ ଟିକେ ଯିବା ପରା ବହି ଦୋକାନକୁ,
ନୂତନ ଗ୍ରନ୍ଥର ଗନ୍ଧ ପାଳଗଦା ମସ୍ତିଷ୍କ ପ୍ରସୂତ
ବିଜ୍ଞାନ ଦର୍ଶନ ଏବଂ ଆଳୁଚାଷ କୁକୁଡାପାଳନ୤

ଚରୈବେତି ! ଚରୈବେତି ! ଆଗେଇ ଚାଲ ଅଗ୍ରଗତି କର,
ଆଃ ପାଟି କିଆଁ ଭାଇ ଆମେ କଣ ଆଗେଇ ଚାଲୁନୁ ?
ଦେଖୁନା କେମିତି ଆମେ ଫୁଟ୍‌ବଲ୍ ଖେଳ ଦେଖୁ ଦେଖୁ
ଭଞ୍ଜ ମାନସିଂହ କାବ୍ୟ ଆଲୋଚନା କରୁ ଏବଂ ଶାସ୍ତ୍ରୀୟ ସଙ୍ଗୀତ
ଉପରେ ମନ୍ତବ୍ୟ ବାଢୁ- ଇଏ କଣ ଅଗ୍ରଗତି ନୁହେଁ,
ଆମେ କିଛି ଜାଣିନାହୁଁ କେଉଁ ସଇତାନ୍ ଏୟା କୁହେ?
ଟାଉନ୍ହଲ୍ ସଭାରେ ମୁଁ ଏ ସବୁର କୈଫିୟତ୍ ଚାହେଁ୤

ଘରେ ଘରେ କଫ କାଶ ଶର୍ଦ୍ଦି ଜ୍ବର ଚାଲ ଚାଲ ଏଇଠୁ ଫେରିବା,
ଅନ୍ଧାର ଆସୁଚି ମାଡ଼ି; ରାସ୍ତାଯାକ ବିଜୁଳି ଆଲୁଅ,
ତଥାପି ମାଡ଼ୁଚି ଡର ନାଲିଛକଯୁକ୍ତ ମଟରର
ଏତେ ଯିବା ଓ ଆସିବା, ପେଟ୍ରୋଲ୍‌ର ଗନ୍ଧ ଚମତ୍କାର,
ଏଣ୍ଡୁଅ ଓ ବେଙ୍ଗର ବ୍ୟର୍ଥ ମୃତ୍ୟୁ, ଏ ଯୁଗର ଶହୀଦ୍ ସେମାନେ୤
ଟିନ୍ଟିନ୍ ଚାଲ ଭାଇ ଗଡିଚାଲେ ସାଇକେଲ୍ ମୋର
“ଅସଲି ଉକୁଣୀମାରି ଚୂର୍ଣ୍ଣ ନେବେ ଆଶ୍ଚର୍ଯ୍ୟ ବିଜୁଳି ମଲମ ?”
ଥାଉ ଥାଉ ଧନ୍ୟବାଦ- “ବାଟ ଛାଡ଼ ସୁଘଟନାଗର୤”

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୌଭାଗ୍ୟ ମିଶ୍ର, ଭୁବନେଶ୍ବର
ସୌଭାଗ୍ୟ ମିଶ୍ର
୧୯୪୧ ମସିହାରେ ଜନ୍ମ ଗ୍ରହଣ କରିଥିବା କବି ଡ. ସୌଭାଗ୍ୟ କୁମାର ମିଶ୍ର ଆଧୁନିକ ଓଡ଼ିଆ କବିତାର ଜଣେ ଯୁଗପ୍ରବର୍ତ୍ତକ କବି ଭାବେ ସ୍ବୀକାର୍ଯ୍ୟ୤ ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟକୁ କ୍ଲୀଷ୍ଟତାରୁ ମୁକୁଳେଇ ଲୌକିକ ଓ କଥୋପକଥନ ସ୍ତରକୁ ଆଣିବାରେ କବି ଡ.ମିଶ୍ରଙ୍କର ଭୂମିକା ଅନବଦ୍ୟ୤ ତାଙ୍କ କବିତାରେ ଭାଷାର ଅଭୁତପୂର୍ବ ବ୍ୟଞ୍ଜନା, ନାଟକୀୟ କଥନଭଙ୍ଗୀ, ବୁଦ୍ଧିଦୀପ୍ତ ପରିହାସ, ଆବେଗର ସଂଯତ ଓ ସଂକ୍ଷିପ୍ତ ଉଚ୍ଚାରଣ ତଥା ଚିତ୍ରମୟତା ଅଦ୍ବିତୀୟ୤ ସ୍ନାତକୋତ୍ତର ଇଂରାଜୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା କବି ରେଭେନ୍‌ଶା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. Dillip Kumar Nayak |  ଏପ୍ରିଲ୍ ୨୦, ୨୦୧୧ - ୧୦:୫୯ ଅପରାହ୍ନ

    namskar mishra babu, kahibaku gale mora aparadha heipare, kintu mo bhabanare କିରାଣିର ବ୍ୟସ୍ତ ଓ ବିବ୍ରତ eita satya nuhen, apana khabara kagaja re padhithibe aneka kirani ghare CBI janch thu arambha kari bahuta kichhi heuchhi. Dhanyabad

  • ୨. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୧:୨୭ ପୂର୍ବାହ୍ନ

    ଭାରି ସୁନ୍ଦର୍ ହୋଇଛି ଲେଖାଟି

  • ୩. pragyan |  ମେ ୨୨, ୨୦୧୧ - ୧୦:୦୨ ପୂର୍ବାହ୍ନ

    ki badhia kabita !!!bahut bhala lagila .

  • ୪. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୧୦:୪୩ ପୂର୍ବାହ୍ନ

    ସୁନ୍ଦର କବିତା! ସୌଭାଗ୍ୟ କୁମାରଙ୍କର ଆହୁରି ଅନେକ କାଳଜୟୀ କବିତା ରହିଚି୤ ତନ୍ମଧ୍ୟରୁ କେତୋଟି ପତ୍ରସ୍ଥ କରିବାକୁ ଅନୁରୋଧ, ଯେପରିକି : ମଲା ଲୋକର ଘର, ଅନ୍ଧ ମହୁମାଛି, ସନ୍ନ୍ୟାସୀ୤
    – ତରୁଣକାନ୍ତି ମିଶ୍ର

  • ୫. ବିଭୁତି ଭୁଶଣ (Jampada, Jajpur) |  ନଭେମ୍ବର୍ ୧୫, ୨୦୧୧ - ୬:୧୫ ପୂର୍ବାହ୍ନ

    Thank you

  • ୬. arun raj |  ମାର୍ଚ୍ଚ୍ ୧୩, ୨୦୧୨ - ୧:୦୯ ପୂର୍ବାହ୍ନ

    kab nku more pranama ,kabita t bhaba drusti ru badhia heichi

  • ୭. ସ୍ୱରୁପ |  ଡିସେମ୍ବର୍ ୧୩, ୨୦୧୨ - ୬:୫୫ ପୂର୍ବାହ୍ନ

    ଅସଲି ଉକୁଣୀମାରି ଚୂର୍ଣ୍ଣ ନେବେ ଆଶ୍ଚର୍ଯ୍ୟ ବିଜୁଳି ମଲମ ?”
    ଏହାର ସରଳାର୍ଥ କେହି ଜଣେ ଦୟାକରି ବୁଝାନ୍ତୁ ୤

  • ୮. ଡ. ଗଣେଶ ପ୍ରସାଦ ସାହୁ |  ମାର୍ଚ୍ଚ୍ ୧୫, ୨୦୧୩ - ୧୨:୫୩ ପୂର୍ବାହ୍ନ

    ନଷ୍ଟାଲଜିଆ ଓ ଅତ୍ୟାଧୁନିକ ଆଚରଣ ଭିତରେ ମଣିଷ କଷ୍ଟ ପାଇଚାଲିଚି
    ଚିତ୍ରକଳ୍ପ ମଧ୍ୟ ବେଶ୍ ଆକର୍ଷଣୀୟ ଏ ପରିକ୍ରମା କବିତାର.
    ଲେଖକ ପ୍ରତିଷ୍ଠିତ ଏହା ସମସ୍ତେ ଜାଣନ୍ତି.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )