ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଉତ୍କଳମଣି ଗୋପବନ୍ଧୁ ଦାସ
କିଶୋରୀ ଚରଣ ଦାସ
ଗୋପାଳ ଚନ୍ଦ୍ର ପ୍ରହରାଜ
ଡ.ହରେକୃଷ୍ଣ ମହତାବ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ନୀଳମଣି ବିଦ୍ୟାରତ୍ନ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଘର
 |- ରବି ଶତପଥୀ
 
 
ତା: ନଭେମ୍ବର୍ ୯, ୨୦୧୧  
 

ଗଲା କାଲି
ରାତିଅଧରୁ
ସାଉଁଟି ଆଣିଥିବା
ଆଞ୍ଜୁଳାଏ ଅନ୍ଧାରକୁ ନେଇ
ତିଆରିଛି ଗୋଟେ ଘର୤
ସକାଳ ନରମ ଖରାରୁ
ଖଣ୍ଡେ କାଟି ଆଣି
ତିଆରିଛି କବାଟ ଝରକା୤

ପ୍ରେମିକାର ଟିକେ ଭଲ ପାଇବାକୁ
ମାଗିଆଣି ସାଇତିଛି
ତା’ଭିତରେ୤
କେତେ ପରିଚିତ ଅପରିଚିତଙ୍କୁ
ଡାକିଲିଣି ଆସ ଆସ
ଦିନଟିଏ ଅତିଥି ହୋଇ
ରୁହ ମୋ’ର ଘରେ୤

କିଏ ବି ଶୁଣିଲେନି ମୋ’ କଥା,
ଯିଏ ଯା’ବାଟରେ
ଗଲେ ଯେ ଗଲେ୤
ବହୁଦିନ ହେଲା ଚେଷ୍ଟା କରି
ଏବେ ସେ ଘର ଉପରେ
ତିଆରିଛି ଗୋଟେ ଛାତ୤
ରାସ୍ତା ଉପରୁ ଘର ଯାଏଁ
ଲମ୍ବେଇ ଦେଇଛି
ଗୋଟେ ପରେ ଗୋଟେ
ପ୍ରୀତିର ପାହାଚ଼୤

ଏଥର କେହି ଜଣେ ଯାଇ
ଠିଆହେଲା ଦୁଆର ପାଖରେ,
ଦେଖିଲା, କବାଟରେ ଲେଖା ହୋଇଛି
ସବୁ କବାଟ ପଛରେ
ନଥାଏ ଘର, ମଣିଷର ସଂସାର
ଯେମିତି ସବୁ ମନ୍ଦିରରେ
ନଥାନ୍ତି ଈଶ୍ବର୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରବି ଶତପଥୀ, କୋରାପୁଟ
ରବି ଶତପଥୀ
ସାମ୍ପ୍ରତିକ ତରୁଣ ଓଡ଼ିଆ କବିଙ୍କ ମଧ୍ୟରେ ଯେଉଁକେତେଜଣ ନିଜର ଲେଖା ମାଧ୍ୟମରେ ନିଜପାଇଁ ଏକ ଅଲଗା ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ମଧ୍ୟରେ ରବି ଶତପଥୀ ଅନ୍ୟତମ୤ ସମ୍ପ୍ରତି ଓଡିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ଶ୍ରୀ ଶତପଥୀଙ୍କ କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସିତ ହୋଇଛି୤
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. ରାଜେଶ |  ନଭେମ୍ବର୍ ୧୦, ୨୦୧୧ - ୧୨:୪୯ ଅପରାହ୍ନ

    ବହୁତ ସୁନ୍ଦର ! ହୃଦୟସ୍ପର୍ଶୀ !

  • ୨. Purna chandra acharya |  ନଭେମ୍ବର୍ ୧୧, ୨୦୧୧ - ୧୦:୨୪ ପୂର୍ବାହ୍ନ

    Very Good …

  • ୩. shyama prasad sahu |  ନଭେମ୍ବର୍ ୧୧, ୨୦୧୧ - ୯:୫୫ ଅପରାହ୍ନ

    hrydyasparsi. bahuta bhal lagila. mote amiti lage mo bhasar kabi hi pruthibira sreshta kabi

  • ୪. ସୁଶାନ୍ତ |  ନଭେମ୍ବର୍ ୨୪, ୨୦୧୧ - ୧୧:୦୪ ଅପରାହ୍ନ

    ଏ କବିତଟି ମୋତେ ଭାରି ଭଲ ଲଗିଲା, ପ୍ରକୃତରେ ହୃଦୟସ୍ପର୍ଶୀ୤

  • ୫. TCST GROUP |  ନଭେମ୍ବର୍ ୨୮, ୨୦୧୧ - ୮:୫୮ ପୂର୍ବାହ୍ନ

    It is good to see the uncomparable poem of our loving RABI sir. We all feel proud of him.
    thank u all.

  • ୬. Kishore kumar |  ଡିସେମ୍ବର୍ ୩, ୨୦୧୧ - ୬:୩୭ ପୂର୍ବାହ୍ନ

    Nice poem! Touched a chord.

  • ୭. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୧:୪୬ ଅପରାହ୍ନ

    ରବି
    ଖୁସୀ ଲାଗୁଛି
    ତୁମ ପ୍ରୟାସ
    ତୁମେ ତିଆରି ଥିବା
    ଘରର ଦୁଆର ପଛରେ
    ଆଉ କିଛି ଥାଉ ଅବା ନ ଥାଉ
    ତମ କବିତାରେ ଜାନ୍ ଅଛି
    ଆଗୁସାର୍ ହୁଅ – ବଢି ଚାଲ

  • ୮. [email protected], manamunda boud odisha |  ଡିସେମ୍ବର୍ ୧୩, ୨୦୧୨ - ୧୧:୧୧ ପୂର୍ବାହ୍ନ

    rabi bhaee kabita manachua hoechi……………

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )