ଚିରସ୍ଥାୟୀ ଦୁନିଆଁରେ
କ୍ଷଣସ୍ଥାୟୀ ଶରୀର
ମିଛମାୟା ମୋହେ ବାନ୍ଧି
ସବୁ କହେ ମୋର।
ଶେଫାଳି ଫୁଲଟି ପରି
କ୍ଷୁଦ୍ର ଏହି ଜୀବନ
ଚତୁର୍ଦ୍ଦିଗ ଅନ୍ଧକାର
ବୁଜିଦେଲେ ନୟନ।
ତଥାପି ମଉଳି ନାହିଁ
ଆଶାର ପ୍ରଦୀପ
ଏ ଜୀବନ ଲାଗିଥାଉ
ପର ହିତେ ସତତ।
ଯଦି କେହି ଉପକୃତ
ହୁଏ ମୋର କାର୍ଯ୍ୟରେ
ମୋ ଜୀବନ ଚରିତାର୍ଥ
ଭାବିବି ମନରେ।
ଡର ନାହିଁ ମରିବାକୁ
ମୋହରି ଜୀବନେ
ଆକାଙ୍କ୍ଷା ମୋ ଖୁସି ଦେବି
ସବୁରି ଜୀବନେ।
ଶେଷ ନିଶ୍ବାସର ମୁହିଁ
ଅପେକ୍ଷାରେ ରହିଲି
ସ୍ବଜନ ମାୟା ମୋହ
ବନ୍ଧନ କାଟିଲି।
ସତ୍ୟ ଜନ୍ମ ସତ୍ୟ ମୃତ୍ୟୁ
ଲୁହ ଗଡିବନି
ଲୁହ ଗଡାଇ ନୟନୁ
ମୋତେ ଛୋଟ କରିବନି।


ବହୁତ ବହୁତ ବଢ଼ିଆ ହୋଇଛି,
କିନ୍ତୁ ଉପର ପଦ ଠାରୁ ତଳ ଦୁଇ ପଦ ଅଲଗା ଲାଗିଲା।
ଧନ୍ୟବାଦ
ଜଣେ ଚୋର କବି ଆପଣଙ୍କ କବିତାକୁ ଚୋରି କରି ବାହାବା ନେଉଛି। ଆପଣ ଏହାର କିଛି ପ୍ରତିକାର କରନ୍ତୁ। ଜୟ ଜଗନ୍ନାଥ।