ଲେଖିକା: ରୀତାରାଣୀ ମହାପାତ୍ର
ପ୍ରକାଶକ: ରଞ୍ଜନ କୁମାର ମହାପାତ୍ର, ରାଉରକେଲା
ମୂଲ୍ୟ : ୬୦ଟଙ୍କା
ପୃଷ୍ଠା : ୪୪
ଲେଖିକା, ପ୍ରକାଶକ ଏବଂ ଅନ୍ୟାନ୍ୟ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ
ଏକାଧାରରେ ଜଣେ ଶିକ୍ଷୟିତ୍ରୀ ଏବଂ କବିଭାବେ ଇସ୍ପାତ ସହର ରାଉରକେଲାରେ ପରିଚିତ ଶ୍ରୀମତୀ ରୀତାରାଣୀ ମହାପାତ୍ରଙ୍କ ‘ବିଜ୍ଞାନ ଯୁଗର ପିଲା’ କବିତା ସଙ୍କଳନଟିରେ ମୋଟ ୨୦ଟି କବିତା ରହିଛି। ଏଥିରେ ସନ୍ନିବେଶିତ ବିଜ୍ଞାନ ସମ୍ପର୍କୀତ ରଙ୍ଗୀନ ଚିତ୍ର ସହିତ ବିଭିନ୍ନ ବିଜ୍ଞାନ ଭିତ୍ତିକ ତଥ୍ୟ ଅଧାରରେ ଥିବା କବିତାଗୁଡ଼ିକ ଶିଶୁ ଓ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ। ପୁସ୍ତକଟିରେ ଥିବା କବିତାଗୁଡ଼ିକ ମଧ୍ୟମରେ କୋମଳମତି ଶିଶୁମାନଙ୍କୁ ବିଜ୍ଞାନର ବିଭିନ୍ନ ବିଷୟରେ ସୁନ୍ଦର ଉଦାହରଣ ମାଧ୍ୟମରେ ବର୍ଣ୍ଣନା ହୋଇଥିବାରୁ ଏହା ସଂଗ୍ରହଣୀୟ।
