ଏ ସ୍ବାର୍ଥ ବୋଳା ପରିବେଶ ରେ ବି
ଇଚ୍ଛା ହୁଏ ମୋର
ଭଲ ମଣିଷଟିଏ ହେବାକୁ,

କିଛିଟା ସ୍ବପ୍ନ ସତ ହେବ ନାହିଁ ଜାଣି ସୁଦ୍ଧା
ଭଲ ଲାଗେ ବାରମ୍ବାର ଦେଖିବାକୁ
କିଛିଟା କଥାରେ କାଣିଚାଏ ସତ୍ୟତା ନ ଥିଲେ ବି
ଭଲ ଲାଗେ ବାରମ୍ବାର ଶୁଣିବାକୁ,

କିଛି ଲୋକଙ୍କର ଉପସ୍ଥିତି
ଜୀବନରେ କମ୍‌ ସମୟ ବୁଝିଲେ ବି
ଭଲ ଲାଗେ ତାଙ୍କ କଥା ବାରମ୍ବାର ଭାବିବାକୁ
କିଛି ଲୋକ ତ୍ୟାଗ, ପ୍ରେମ, ଭଲ ପାଇବା
ନ ବୁଝି ପାରିଲେ ସୁଦ୍ଧା
ଭଲ ଲାଗେ ସେମାନଙ୍କୁ ଭଲ ପାଇବାକୁ।

ଇଚ୍ଛା ହୁଏ ସୂର୍ଯ୍ୟ ପରି, ଚନ୍ଦ୍ର ପରି, ପବନ ପରି
ସମସ୍ତଙ୍କର ହୋଇଯିବାକୁ
ସମସ୍ତଙ୍କୁ ଭଲ ପାଇବାକୁ଼
ସମସ୍ତଙ୍କ ପାଇଁ ବଞ୍ଚିବାକୁ
କାହିଁକି କେଜାଣି ଭଲ ଲାଗେ
ଭଲ ମଣିଷଟିଏ ହେବାକୁ।