ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

‘କାଦମ୍ବିନୀ’ ପକ୍ଷରୁ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀ ଓ ପତ୍ରିକା ହାଟ ଅନୁଷ୍ଠିତ

ଭୁବନେଶ୍ବର: ଜଗତୀକରଣ ଫଳରେ ଯାହା କ୍ଷତି ହେଉ ବା ଲାଭ ହେଉ, ସାହିତ୍ୟ ଓ ସଂସ୍କୃତି ପାଇଁ କିନ୍ତୁ ଏହା ଆଶୀର୍ବାଦ ପାଲଟିଛି୤ ମାସିକ ପାରିବାରିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀକୁ ଉଦ୍‌ଘାଟନ କରି ଏକଥା କହିଛନ୍ତି ହିନ୍ଦି ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ପଦ୍ମଭୂଷଣ ଧର୍ମେନ୍ଦ୍ର୤ ଜଗତୀକରଣ ଯୋଗୁଁ ସାହିତ୍ୟ ପାଇଁ ବହୁ ନୂଆ ବାଟ ଫିଟିଛି୤ ଏହା ଫଳରେ ଅଧିକରୁ ଅଧିକ ଯୁବପିଢ଼ି ସାହିତ୍ୟରେ ଆଗ୍ରହ ରଖୁଛନ୍ତି ଯାହା ଏକ ଭଲ ସୂଚନା ଓ ସାହିତ୍ୟର ଭବିଷ୍ୟତ ପାଇଁ ଶୁଭଙ୍କର ବୋଲି ସେ କହିଥିଲେ୤

କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଗତ ୬ ତାରିଖ ଦିନ ଏକ ଦିବସବ୍ୟାପୀ ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କବି ପଦ୍ମଭୂଷଣ ରମାକାନ୍ତ ରଥ, ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ, ସରସ୍ବତୀ ସମ୍ମାନପ୍ରାପ୍ତ ବିଶିଷ୍ଟ ପଞ୍ଜାବୀ କବି ପଦ୍ମଶ୍ରୀ ସୁରଜିତ ପାତର, ଚୀନର ବିଶିଷ୍ଟ ଲେଖିକା ଲିଜିଆ ଝାଙ୍ଗ୍‌, ଓଡ଼ିଆ କଥାଶିଳ୍ପୀ ଗୌରହରି ଦାସ, ଲେଖକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ବରିଷ୍ଠ ସମ୍ପାଦିକା ଶୈଳରାଣୀ ମିଶ୍ର ଏବଂ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ୤ ଏହି ଅବସରରେ କାଦମ୍ବିନୀର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ସମ୍ପାଦିକା ଇତି ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ୤ ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କବି ରମାକାନ୍ତ ରଥଙ୍କୁ ‘କାଦମ୍ବିନୀ ସାରସ୍ବତ ସମ୍ମାନ-୨୦୧୩’ ପ୍ରଦାନ କରାଯାଇଥିଲା୤ ସେହିପରି “ସମାରୋହ” ସାହିତ୍ୟ ପତ୍ରିକାର ଶୈଳରାଣୀ ମିଶ୍ରଙ୍କୁ ଓଡ଼ିଆ ପତ୍ରିକା ଜଗତର ଅନ୍ୟତମ ବୟସ୍କା ସମ୍ପାଦିକା ଭାବେ ‘କାଦମ୍ବିନୀ ସମ୍ପାଦକ ସମ୍ବର୍ଦ୍ଧନା-୨୦୧୩’ ପ୍ରଦାନ କରାଯାଇଥିଲା୤

ଏହା ବ୍ୟତୀତ ଏହି ଅବସରରେ ନିକଟରେ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ପ୍ରତିଭା ରାୟ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ନିମନ୍ତେ ମନୋନୀତ ଗୌରହରି ଦାସ, ପ୍ରଶାନ୍ତ ମହାନ୍ତି ଏବଂ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଯୁବ ପୁରସ୍କାର ପାଇଁ ମନୋନୀତ ସୃଷ୍ଟିଶ୍ରୀ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା୤

ସେହିପରି ଏହି ଅବସରରେ ‘ନିଶିପଦ୍ମ’ ଓ ‘ମଣିଷର ଜୟଯାତ୍ରା’ ଅନୁଦିତ ପୁସ୍ତକ, କବିତା ସଙ୍କଳନ ‘ମାଆ’ ସହିତ ‘କାଦମ୍ବିନୀ’ ଓ ‘କୁନିକଥା’ ପତ୍ରିକାର ଜାନୁଆରୀ ସ୍ବତନ୍ତ୍ର ସଂଖ୍ୟା ଏବଂ ‘ଚନ୍ଦନ’ ଓ ‘ଗଳ୍ପ ଏକବିଂଶ ଶତାବ୍ଦୀର’ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା୤

ଉତ୍ସବର ଦ୍ବିତୀୟାର୍ଦ୍ଧରେ ଶୁଭଶ୍ରୀ ଲେଙ୍କା ଓ ଅଶୋକ ରାଉତଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ୨୦ଜଣ ବଛା ବଛା ଓଡ଼ିଆ କବି ସ୍ବରଚିତ କବିତାମାନ ପାଠ କରିଥିଲେ୤ ଏହି ଅବସରରେ ନିକଟରେ ଓଡ଼ିଆ ସାହିତ୍ୟ ଏକାଡ଼େମୀର ୨୦୦୯ ଓ ୨୦୧୦ ବର୍ଷ ପାଇଁ ମନୋନୀତ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା୤

* ପଞ୍ଚମ କାଦମ୍ବିନୀ ପତ୍ରିକା ହାଟ *
ଉପରୋକ୍ତ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ପଞ୍ଚମ ‘କାଦମ୍ବିନୀ ପତ୍ରିକା ହାଟ’୤ ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରକାଶିତ ପ୍ରାୟ ୧୨୦ ରୁ ଅଧିକ ପତ୍ରିକାର ଷ୍ଟଲ୍‌ ଲାଗିଥିଲା୤ ଗୋଟିଏ ଭାଷାର ଏତେ ସଂଖ୍ୟକ ସାହିତ୍ୟ ପତ୍ରିକା ପ୍ରକାଶ ପାଉଥିବା ଦେଖି ଓଡ଼ିଆ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ବେଶ୍‌ ଉଜ୍ଜ୍ବଳ ବୋଲି ମତ ଦେଇଥିଲେ ପଞ୍ଜାବୀ କବି ସୁରଜିତ୍‌ ପାତର୤ ଏହି ହାଟରେ ବର୍ତ୍ତମାନ ପ୍ରକାଶ ପାଉଥିବା ଏବଂ କିଛିବର୍ଶ ପୂର୍ବେ ପ୍ରକାଶିତ ହୋଇ ବନ୍ଦ ହୋଇଯାଇଥିବା ଅନେକ ପତ୍ରିକା ପ୍ରଦର୍ଶନୀ ହେବା ସହ ବିକ୍ରୟ ମଧ୍ୟ ହୋଇଥିଲା୤ ଏହି ହାଟରେ ଅନ୍ୟତମ ଆକର୍ଷଣ ଥିଲା ସ୍ଥାନୀୟ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍‌ର ଜଣେ ଛାତ୍ରୀ ଆକାଙ୍କ୍ଷ୍ୟା କବିଙ୍କ ଦ୍ବାରା ପ୍ରଦର୍ଶିତ କାନ୍ଥ ପତ୍ରିକା ବା ୱାଲ୍‌ ମାଗାଜିନ୍‌୤ ଏହା ମାଧ୍ୟମରେ କୁମାରୀ କବି ଶିଶୁମାନଙ୍କର ବିଭିନ୍ନ ଅବସ୍ଥା ବାବଦରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଅନେକ ଚିତ୍ରକୁ ସଂଗୃହିତ କରି ସେ ବାବଦରେ ଚମତ୍କାର ଫୋଟୋନାମକରଣ ଦେଇଥିଲେ୤ କୁମାରୀ କବିଙ୍କ ଏହି ଉଦ୍ୟମକୁ ଅନେକ ବ୍ୟକ୍ତି ପ୍ରଶଂସା କରୁଥିବାର ଦେଖାଯାଇଥିଲା୤

ଉକ୍ତ ଦିନିକିଆ ଉତ୍ସବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟବାହାରୁ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଆଦି ଯୋଗଦେଇଥିଲେ୤ ଏହା ସହିତ ପତ୍ରିକା ହାଟରେ ବୁଲି ବୁଲି ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ନିଜନିଜ ମଧ୍ୟରେ ଭାବର ଆଦାନପ୍ରଦାନ ମଧ୍ୟ କରିଥିଲେ୤

ପାଠକୀୟ ଆଦୃତି

37 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଆଉ କେତୋଟି ସଂଗ୍ରହ
1100x600

ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ସାରସ୍ୱତ କାର୍ଯ୍ୟକ୍ରମ ଓ ଶାରଦୀୟ ପତ୍ରିକା…

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଆ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀ ଓ ଆଲୋଚନା ଚକ୍ର

ଭୁବନେଶ୍ବର: ସମୟର ସ୍ବର ଶୁଣିବା ଓ ଚିହ୍ନିବା ଜଣେ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ଦାୟିତ୍ବ୤ ବାସ୍ତବ କବିତା ବା ଗଳ୍ପ ସଂଗ୍ରହ କରିବା ଓ ଏହାର ପ୍ରଚାର…

ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ହରପ୍ରସାଦ ୨୬ତମ ମୂର୍ତ୍ତିଦେବୀ ସମ୍ମାନ ପାଇବେ

ରାଉରକେଲା: ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସ ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି୤ ‘ମହାଭାରତ’ ମହାକାବ୍ୟର…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP