କେ ତୁହି ବାଟୋଇ ଚାଲୁ ଚାଲୁ ଛିଡ଼ା
ଶ୍ରାନ୍ତେ କାତରେ ପ୍ରାନ୍ତରେ,
ନିବିଡ଼ ଦୁରୀଶା ମାୟା ମରୀଚିକା
ଭୁଲାଇ ବଥାଏ ଅନ୍ତରେ।
ହେବ ହେବ ଶେଷ ଦୀର୍ଘ ଦାରୁଣ
ଅରଣ୍ୟର ସୀମା ଚାଲରେ ତରୁଣ,
ପାଷାଣ କଷଣେ ଝୁଣ୍ଟି ବା ପଡ଼ିଲୁ
ଚିନ୍ତା କହ କାହିଁପାଇଁ?
ନିତି ତାତି ତଳେ ପଡ଼ିଥିବୁ ତୋର
ନିୟତିରେ ଲେଖା ନାହିଁ।
ଉଠ ଅପ୍ରତିମ ଶକତି ଅସୀମ
ନୋହୁ ତୁହି ହୀନ କରମରେ ଦୀନ,
ଶତ ଅପମାନ ଲାଜ ବୋଝ ବୋହି
ନ ହୁଅ ନ ହୁଅ କ୍ଷୀଣ,
ଚାଲ ସାହସରେ ଆଗୁଆର ହୋଇ
ପଡ଼ୁ ପଥେ ପଦଚିହ୍ନ
ଦୁର୍ଭାବନାଶ୍ରୁ ଚିରଦିନ ପାଇଁ
ଆଖିକୋଣେ ହେଉ ଲୀନ।