ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରଜତ କୁମାର ମିଶ୍ର
କାହ୍ନୁଚରଣ ମହାନ୍ତି
ରାଜକିଶୋର ରାୟ
ରମେଶ ଚନ୍ଦ୍ର ଦାସ
ଫନି ମହାନ୍ତି
ମନୋଜ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଂସ
  ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
 
 
ତା: ମାର୍ଚ୍ଚ୍ ୧, ୨୦୧୧  
 

ସାନ ପୁଣି ଆରମ୍ଭକଲା ପ୍ରଶ୍ନମାଳା୤

ଚିଲ ଆଉ ଶାଗୁଣା ଭିତରେ କିଏ ବେଶି ଉଚ୍ଚା ଉଡେ ? ସେଇ ଝିଅଟା କାନ୍ଦୁଛି କାହିଁକି ? ମଇଁଷି କ’ଣ ଗୋରୁଙ୍କର ବାପା ?

ଭାଇଭଉଣୀ ସମସ୍ତେ ହସନ୍ତି୤ କିନ୍ତୁ ବାପା ମାଆ କେହି ହସନ୍ତିନି୤ ବିଭୂ ଧମକେଇ କହିଲା, ତୁ ଚୁପ୍‌ କରତ୤ ପୁଣି କଥା କହିଲେ କାନ ଛିଡେଇଦେବି୤

ରାସ୍ତା ଭଲ ନାହିଁ୤ ତା ଭିତରେ ପୁଣି ଗୋଟେ ଟ୍ରକ୍‌ ଆସିଲାଣି୤ ଟ୍ରଲି ଯିବାକୁ ବାଟ ନାହିଁ୤ ଗୋବିନ୍ଦ ଓହ୍ଲାଇ ପଡି ହଲ୍ଲା କରିବା ଆରମ୍ଭ କଲା୤

ପିଲାମାନଙ୍କ ପାଇଁ ଏଇଟା ବି ବେଶ୍‌ ରୋମାଞ୍ଚକର ବ୍ୟାପାର୤ ଟ୍ରକ୍‌ଟା କେତେ ବଡ ! ସେମିତି ବଡ ଚେହେରାର ଡ୍ରାଇଭର୤ ତା ସାଙ୍ଗେ ଟକ୍କର ଦେଉଛି ଗୋବିନ୍ଦ୤ କିଏ ଜିତିବ ?

ଗୋବିନ୍ଦ ଫେରିଆସି ଟ୍ରଲିଟାକୁ ଧାନବିଲକୁ ଗଡେଇ ଉଠିଲା ଯାଇ ଟ୍ରକ ଛାଡି ରାସ୍ତାର ଅନ୍ୟପାର୍ଶ୍ବରେ୤ ତା ହେଲେ ଗୋବିନ୍ଦ ଜିତିଗଲା୤ ଗୋବିନ୍ଦ ଜିତିଗଲାରେ କହି ତିନିଜଣଯାକ ତାଳିମାରିବାକୁ ଲାଗିଲେ୤

ସୁରବାଳା ତା ସ୍ବାମୀର ଏକବାର କାନ୍ଧ ପାଖକୁ ମୁହଁନେଇ ନୀଚାସ୍ବରରେ ପଚାରିଲା, ‘ତୁମେ ପିଲାଙ୍କୁ ରାନ୍ଧି ଖାଇବାକୁ ଦେଇ ପାରିବ ?’

ବିଭୂ କହିଲା, ପେଜ-ଭାତ ଫୁଟେଇଦେବି୤ ଏଇଟା ଏମିତି କୋଉ ବଡ କଥା୤

ସୁରବାଳା କହିଲା, ଏଇଲେ ଆଳୁ ଶସ୍ତା ଥିବ୤ ସୁଧା ବି ଟିକେ ସାହାଯ୍ୟ କରିଦେବ୤ ହଁ ତାକୁ ଚୁଲି ଲଗେଇବାକୁ ଦବନି୤

ବିଭୂ କହିଲା, ସେଥିପାଇଁ ଚିନ୍ତା କରନି୤ ବଡଟାକୁ ଏଥର ସ୍କୁଲ ପଠେଇବି୤

ସୁଧା ପଚାରିଲା, ମା’ ତୋ ପୁଟୁଳିରେ କ’ଣ ?

ସୁର କହିଲା – ଦି’ଟା ଶାଢୀ୤

ଗାଳିଖାଇ ଚୁପ୍‌ ରହିଥିବା ଛୋଟୁ ପୁଣି ଫସ୍‌ କିନା କହି ଉଠିଲା – ମାମୁଁଘରେ ଆମର କେତେଟା ମାମୁଁ ?

ସୁଶିଲ ବି ଏଥର କହି ଉଠିଲା – ଗଲେ ତ ଦେଖିପାରିବୁ୤ ବୋକା୤ ଏମାନେ କେହି ଆଗରୁ ମାମୁଁଘର ଯାଇ ନାହାନ୍ତି୤ ମାମୁଁଘର ନାମକ ରହସ୍ୟମୟ ଜାଗା ସଂପର୍କରେ କିଛି ଶୁଣି ବି ନାହାନ୍ତି୤

ଅଦୂରରେ ସନାତନପୁର ହାଟ୤ ଟ୍ରଲି ଅଟକାଇ ଗୋବିନ୍ଦ ପଚାରିଲା, ତୁମେ ରଣକାଳୀପୁର ଯିବ ପରା ? ଏଇଠି ଓହ୍ଲେଇ ଯାଆ୤ ବାଁ ପଟେ ରାସ୍ତା୤ ବେଶି ଦୂର ନୁହେଁ୤ ବିଭୂ ମନେ ରହେ ଯେମିତି୤

ଏଇ ରାସ୍ତାଟା ଅପେକ୍ଷାକୃତ ଭଲ୤ ଏତେ ଖାଲ ଖମା ନାହିଁ୤ ପାଖଦେଇ ବୋହିଯାଇଛି କେଲେଘାଇ ନଦୀ୤ ସେଥିରେ ପ୍ରଚୁର ଫୁଲଫୁଟା ବିଲାତିଦଳ୤
ଗ୍ରାମର ମୂଳବସତି ଠାରୁ ବେଶ୍‌ କିଛିଦୂରରେ ନଈକୂଳକୁ ଲାଗିଥାଏ ଦଶଖଣ୍ଡ ଟାଇଲିଛପର ଘର୤ ଗୋଟେ ଦିଇଟା ମନୋହରୀ ଦୋକାନ୤ ସାମନାରେ ବାଉଁଶ ତିଆରି ବେଞ୍ଚ ଉପରେ ବସି ଗୁଲିଖଟି କରୁଛନ୍ତି କେତେଜଣ ପୁରୁଷ୤

କିଛିଦୂର ଯାଇ ସେମାନେ ଆଚମ୍ବିତ ହୋଇ ଠିଆହେଲେ୤ ଚାହିଁ ରହିଲେ ସେଇ ଘରଗୁଡିକ ଆଡକୁ୤ ବିଭୂ ତା ପତ୍ନୀର ଗୋଟେ ହାତ ଧରି କିଛିଟା ଆବେଗର ସହ କହିଲା –

ସୁର , ସତରେ ଯିବ ?

ସୁରବାଳାର ଶୁଖିଲା ମୁହଁରେ କୌଣସି ରେଖା ନାହିଁ୤ କଣ୍ଠ ଥରୁନି୤ ସେ କହିଲା, ହଁ ଯିବିତ ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. SATYAM BHUYAN |  ମେ ୧୪, ୨୦୧୧ - ୧୨:୪୯ ଅପରାହ୍ନ

    very good story

  • ୨. Pradip kumar Satapathy |  ମେ ୨୫, ୨୦୧୧ - ୩:୧୫ ପୂର୍ବାହ୍ନ

    Bahut Badhiya Padhiki Kanda Asi Jauchi

  • ୩. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୨:୪୯ ଅପରାହ୍ନ

    ମାଁ ମନର ନିଚ୍ଛକ ବର୍ଣ୍ଣନା୤ ଏମିତି ଅନେକ୍ ସୁରବାଳାଙ୍କୁ ନିଇତି ଆମେ ଦେଖୁ୤ କିନ୍ତୁ ସେମାନଙ୍କ ବାବଦରେ ଗଳ୍ପ କବିତା ସାହିତ୍ୟ ଲେଖିବା ବ୍ୟତୀତ ଆଉ କିଛି ବି କରିବା ସତରେ ଆମ ସାଧ୍ୟ ବାହାରେ କି ? ଅବଶ୍ୟ ମୋ ଜୀବନରେ ଏମିତି ଜଣେ ସୁରବାଳାକୁ ବିକ୍ରୀ ହେବା ମୁହୂର୍ତ୍ତରେ ଉଦ୍ଧାର କରି ଆଣିବାର ସୌଭାଗ୍ୟ ଜୁଟିଛି୤ କେବଳ ସେ ନୁହେଁ – ତା”ର ପରବର୍ତ୍ତୀ ପୀଢି ବର୍ତ୍ତିଗଲେ …

  • ୪. ଚନ୍ଦନ ମିଶ୍ର |  ଫେବୃଆରୀ ୧୮, ୨୦୧୨ - ୧:୩୨ ଅପରାହ୍ନ

    ସତରେ ଏକ ହୃଦୟ ବିଦାରକ କାହାଣୀ ୤

  • ୫. ସୌମ୍ୟରଞ୍ଜନ ଦାଶ |  ଫେବୃଆରୀ ୧୯, ୨୦୧୨ - ୧୨:୧୪ ଅପରାହ୍ନ

    ଏ‍ଇଭଳି କାହାଣୀ ଆହୁରି ପ୍ରକାଶ କରନ୍ତୁ ୤

  • ୬. ଆଦିତ୍ୟ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୨:୧୫ ଅପରାହ୍ନ

    କାହାଣୀର ବର୍ଣ୍ଣନା ଖୁବ୍ ଉଚ୍ଚ କୋଟିର ୤

  • ୭. ଦେବ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୧୦:୩୬ ଅପରାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି ନୂତନ୍ ନୂତନ୍ କାହାଣୀ ଲେଖନ୍ତୁ | odiasahitya.com ଓଡିଆଂକର ପ୍ରାଣ ପାଲଟିଚି |

  • ୮. ରାକେଶ କୁମାର |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୩୨ ପୂର୍ବାହ୍ନ

    ବହୁତ ଭଲ ଲେଖା ଅଟେ /

  • ୯. ପାର୍ଥ |  ମାର୍ଚ୍ଚ୍ ୨୪, ୨୦୧୨ - ୯:୨୪ ପୂର୍ବାହ୍ନ

    ଅନୁବାଦଟି ମୌଳିକ ରଚନା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛି,ଏହା କମ୍ କଷ୍ଟକର ସାଧନା ନୁହେଁ୤ଧନ୍ୟବାଦ୍୤

  • ୧୦. sanat |  ମେ ୧୯, ୨୦୧୨ - ୯:୩୪ ପୂର୍ବାହ୍ନ

    କି ସୁନ୍ଦର୍ ଲେଖା, କି ସୁନ୍ଦର୍ ଅନୁବାଦ…….ଚମତ୍କାର୍…..

  • ୧୧. hemant |  ମେ ୨୫, ୨୦୧୨ - ୧:୧୬ ଅପରାହ୍ନ

    ଖୁବ୍ ସୁନ୍ଦର ହେଇଚି.

  • ୧୨. kedar |  ଅଗଷ୍ଟ୍ ୧୭, ୨୦୧୨ - ୧୦:୧୩ ପୂର୍ବାହ୍ନ

    ବହୁତ ଭଲ ହେଇଛି୤

  • ୧୩. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜାନୁଆରୀ ୭, ୨୦୧୩ - ୯:୫୪ ପୂର୍ବାହ୍ନ

    ଅନ୍ୟ ଜୀବ ତ ମାଂସ ବିକେନା! ମଣିଷ କାହିଁକି ? ଏଇଥି ପାଇଁ କଣ ଆମେ ଶ୍ରେଷ୍ଠ ଜୀବ ? ସଂଜମତା କାହା ଅଭିଧାନ ର ଶବ୍ଦ, ମଣିଷ ର ନାଁ ଅନ୍ୟର ? ଆମର ଉତ୍ତରଣ ହେଉ୤ ଧନ୍ୟବାଦ୍‌ ୤

  • ୧୪. JAJATI NAIK |  ଜୁନ୍ ୨୫, ୨୦୧୩ - ୪:୫୧ ପୂର୍ବାହ୍ନ

    Heart touching story

  • ୧୫. swadhin, nagpur |  ମାର୍ଚ୍ଚ୍ ୧୩, ୨୦୧୪ - ୧୦:୪୭ ଅପରାହ୍ନ

    ବହୁତଭଲ ହେଇଛି

  • ୧୬. Sunil Kumar biswal, Bhubaneswar |  ମାର୍ଚ୍ଚ୍ ୯, ୨୦୧୮ - ୪:୧୯ ପୂର୍ବାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି କାହାଣୀ ଲେଖନ୍ତୁ | dhanyabad . bahuta kandamaduchi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤