ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଉତ୍କଳମଣି ଗୋପବନ୍ଧୁ ଦାସ
ଦୟାନିଧି ମିଶ୍ର
କାଳିନ୍ଦି ଚରଣ ପାଣିଗ୍ରାହୀ
ତରୁଣକାନ୍ତି ମିଶ୍ର
ଦୀପକ ମିଶ୍ର
ଅନନ୍ତ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ତାରା
 |- ସୀତାକାନ୍ତ ମହାପାତ୍ର
 
 
ତା: ଫେବୃଆରୀ ୨୬, ୨୦୧୧  
 

ସେମାନଙ୍କ ସହିତ ଆମର ଅନେକ ଦିନରୁ ପରିଚୟ ଓ ବନ୍ଧୁତା
ଚାଟଶାଳୀ ଅବଧାନଙ୍କର ଓ ବାପାବୋଉଙ୍କ ଝାମେଲାରୁ ମୁକ୍ତିପାଇ
ଆମେ ମୁହଁସଞ୍ଜରେ ଗାଁ ଦାଣ୍ଡରେ ବୋହୁଚୋରି
ଲୁଚକାଳି ଆରମ୍ଭ କଲାବେଳକୁ
ସେମାନେ ବି ସୁର୍ଯ୍ୟଙ୍କ ଡରରେ, ଆକାଶର ହିଡ ତଳେ ବାଡ କରେ
ଲୁଚିଥିବା ଜାଗାରୁ ଖପ୍‌ଖାପ୍‌ ଡେଇଁ ଆସି
ଆକାଶର ଦାଣ୍ଡ ଆଉ ଅଗଣାରେ
ସଢେଇଖେଳ ଓ ଲୁଚକାଳି ଖେଳନ୍ତି
ଆଉ ଆମକୁ ଅନେଇ ଆଖି ମିଟ୍‌ମିଟ୍‌ ବି କରନ୍ତି ୥

ଆମେ ତାଙ୍କ ହିସାବ ରଖିଥିଲୁ :
ଏକ ତାରା ମଣିଷ ମରା, ଦୁଇ ତାରା କତରା ଘୋରା
ତିନି, ଚାରି, ପାଞ୍ଚ, ଛଅ କାହାଣ ଓ ପଣ
ତାଳଗଛ ପାଖ ତାରା, ଆମ ବାଡି ବାଉଁଶ ସନ୍ଧିରେ
କେଳା ସାହି ପାଖ ତାରା, ଆମ୍ବତୋଟା ଆକାଶ ଚେନାରେ
ଆମେସବୁ ଗଣିଥିଲୁ ଖଡି ଘୋଷି, ପଣିକିଆ ସବୁ ଗାଇସାରି
ଆକାଶର ଖତିଆନ୍‌ ବାଣ୍ଟିନେଇ ଅରା ଅରା କରି ୥

ତାରା ସବୁ ତୋଳିଥିଲୁ ପେନ୍ଥା ପେନ୍ଥା ତାରା
ଆମା ବାଡିପଟ ଥୁଣ୍ଟା ଆମ୍ବଗଛେ ଚଢି
ତରାଟଫୁଲର ପରି ଚାଙ୍ଗୁଡିରେ ଭରି
ଆଙ୍କୁଡା ନଗି ବଢେଇ ପାଣିଧାରେ ରହି
ବାଛି ବାଛି ଗାଁ ଦୀଘି କଇଁଫୁଲ କଢି ୥

ସିଏ ମୋର ମଲା ବୁଢୀ ମାଆ ଆଖି ସରଗରେ ଜୁଳୁଜୁଳୁ କରେ
କାଚକେନ୍ଦୁ ଦୀଘି ପାଣିସ୍ଥିର ତରଙ୍ଗର ବୁକେ
ସେଇ ଆଖି ଦର୍ପଣରେ ମୁହଁଦେଖେ ନିଶୀଥର ଗଭୀର ଅନ୍ଧାରେ
ଥର ଥର କମ୍ପନରେ ଲୁହଝରେ ସେ ଆଖି କଣରେ ୥

ଉର୍ବଶୀ, ମେନକା, ରମ୍ଭା, ଦେବସଭା, ବୈକୁଣ୍ଠ, ଅମୃତ
(ଯାହା ସବୁ ପୃଥିବୀରୁ ହାୟ ଅପହୃତ !)
ସେ ତାରାର ରାଜ୍ୟ ଥିଲା ଆମ ହାତ ପାହାନ୍ତାରେ
ଆମେ ସବୁ ଜିଇଥିଲୁ, ଗୀତଗାଇ କୁଦାମାରି, ସ୍ବପ୍ନ
ଦେଖି ତାରାରେ ତାରାରେ ୥

ଆଜି କିନ୍ତୁ ତାରାମାନେ ଜ୍ବଳମାନ ଅଗ୍ନିର ଗୋଲକ
କେତେଯେ ଆଲୋକବର୍ଷ ସୀମାନା ସେପାରେ
ତାରାଗଣା, ମାଆ ଆଖି, ଫୁଲତୋଳା ଓ ମେନକା
ସବୁକଥା ଯାଇଅଛି ସରି
ତାରା ଆଜି ମୃତପିଣ୍ଡ, ଦୂରବସ୍ତୁ ଅପ୍ରାପତ
ସ୍ନେହପରି ପ୍ରୀତି ପରି ମଣିଷର ହୃଦୟ ପରି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୀତାକାନ୍ତ ମହାପାତ୍ର, ଭୁବନେଶ୍ବର
ସୀତାକାନ୍ତ ମହାପାତ୍ର
୧୯୩୭ ମସିହାରେ ଜନ୍ମିତ କବି ସୀତାକାନ୍ତ ମହାପାତ୍ର ଏକାଧାରରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ପ୍ରତିଭାବାନ୍‌ କବି ଭାବେ ସୁପରିଚିତ୤ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଜ୍ଞାନପୀଠ ପୁରସ୍କାର, କବୀର ସମ୍ମାନ ସହିତ ଅନେକ ସମ୍ମାନଜନକ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଶ୍ରୀ ମହାପାତ୍ର୤ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସଂସ୍ଥା ଜାତୀୟ ପୁସ୍ତକ ନ୍ୟାସ(ନେସ୍‌ନାଲ୍‌ ବୁକ୍‌ ଟ୍ରଷ୍ଟ୍‌) ର ଅଧ୍ୟକ୍ଷ ପଦବୀ ସହିତ ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ଶ୍ରୀ ମହାପାତ୍ର୤ ଜଣେ ବରିଷ୍ଠ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )