ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ୟାସୀ ନାୟକ
ସନତ୍‌ ରାୟ
ରମାକାନ୍ତ ରଥ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ସୁଶାନ୍ତ ଦାଶ
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବେଶ୍ୟା
  ସତ୍ୟବାଦୀ ରାଉତ, ବାଙ୍କୀ, କଟକ
 
 
ତା: ଏପ୍ରିଲ୍ ୬, ୨୦୧୧  
 

ଅନାଦର କରିଚି କେଉଁ ମର୍ଦ୍ଦକୁ୤
ଲଣ୍ଡିତ ମୁଣ୍ଡ ପଣ୍ଡିତ
ହେସ୍ରାରବରେ ଉନ୍ମତ୍ତ ସମ୍ରାଟ
ଧନିକପୁତ୍ର, ସୌଦାଗର
ଆପଣା ବିବେକ ସହ ତର୍କରେ ପରାଜିତ ମଠ ମହନ୍ତ
ଶାଣିତ କଟୂକ୍ତିରେ ବିଦୀର୍ଣ୍ଣ ଅନ୍ତରାଳ
ନିଶାର ଅକ୍ତିଆରରେ ନୟାନ୍ତ ଶ୍ରୀମାନ୍‌
ଅନାଦର କରିଚି କେଉଁ ମର୍ଦ୍ଦକୁ
ପାନ୍ଥଶାଳା ପରି ଆପଣେଇନେଇଚି କ୍ଳାନ୍ତ ବାଟୋଇଙ୍କୁ୤

ଅନିଚ୍ଛାରେ ଇଷତ୍‌ ହସ
ଆକାଶକୁ ଚାହିଁବାର ଋତୁ ନିଷ୍କ୍ରାନ୍ତ
ବୟସର ସୁଅ ହେଲା ବନ୍ଧଭଙ୍ଗା ନଈ
ପାଦର ପାଉଁଜି ହେଲା ଧ୍ବଂସର ଦୁନ୍ଦୁଭି୤
ଆଖିର କଜଳ ହୁଏ ଝଡ଼ର କବରୀ
ଆକାଶର ପାଣିପାଗ ପରି ସମୟ ଭଉଁରୀ୤
ଅନ୍ତରୀକ୍ଷରେ ଉଡୁଥିବା ସୂତାଛିଣ୍ଡା ଗୁଡ଼ି ପରି ମୋ’ କପାଳ
ଚଉରା ମୂଳେ ସଞ୍ଜବତୀ ଜାଳି କାହା ପାଇଁ ମାଗିବି ଆଈଷ ?

ଚଇତରେ ଉଡ଼ା ଶିଖେ ନୂଆ ପ୍ରଜାପତି
କହିଲି : ଭାଇ, ମୁଁ ପରା ତମ ଅଲିଅଳ ତଅପୋଇ !
ମୁଁ ନିଜେ ମାଣିକ ଛେଳି
ନିଜେ ହଜି ବନସ୍ତରେ ନିଜକୁ ଖୋଜୁଚି
ବାଘ ହେଣ୍ଟାଳୁଚି !
ମହଳଣ ଖରା,
ଥୁଣ୍ଟାଗଛ ଛାଇ,
କହିଲି : ଥିରି ଥିରି କରି ତୋଳ ହେ ବାପା,
ଥିରି ଥିରି କରି ତୋଳ
ପତ୍ର ନ ଝଡ଼ିବ ଗଛ ନ ହଲିବ,
ମୁଁ ତ କଞ୍ଚନ ଫୁଲ,
ଏଠି ତ ଦେଣନେଣ ଦେହ ମାପି ଦାମ୍‌,
ସମସ୍ତେ ତ ସନ୍ୟାସୀ ଡେଇଁଲେ ଏରୁଣ୍ଡି ବନ୍ଧ
କେଉଁ ପୁରୁଷର ଦୁଷ୍ଟାମୀକୁ ମୋର ଅଭିମାନ ?
ଦର୍ପଣରେ ନିଷ୍ପ୍ରଭ ଓଠର ରଙ୍ଗ
ସକାଳକୁ ଅପେରା ନାୟିକାର ଅବାସ୍ତବ ଜୀବନ
ସଫା ଦିଶୁଥାଏ ମୋର ବିକୃତ ଭୂଗୋଳ,
କାଠ ଢାବଲରେ ମୁଁ ବରଫ ଭିତରେ ମାଛ୤

ସମସ୍ତଙ୍କ ଅଝଟ ଏକ ପ୍ରକାରର
ଚୁପ୍‌ କରିଦେଇଚି ସବୁ କାନ୍ଦୁରାଙ୍କୁ
ମଢ଼ର ଅସହାୟତା ପରି ସହିଚି ଶାଗୁଣାର ଭୋକ,
ସମସ୍ତେ ତ ଦେହର ଗରାଖ !
ଆରବୀୟ ତମ୍ବୁ ପରି ସକାଳକୁ ନଥାଏ ଜହ୍ନ
ନଥାନ୍ତି ଈଶ୍ବର୤

ସକାଳକୁ ଛାଇ ମୋର କୁଷ୍ଠରୋଗୀ ଘା’ ପରି ଘୃଣ୍ୟ,
କେଉଁ ସତୀତ୍ବର ରାଣରେ ରାତିକୁ କରି ସାତରାତି
ଜହ୍ନକୁ କରିବି ଆକଟ,
ମୁଁ ପରା ଆଲୁଅରେ ନର୍କକୁ ନିକଟ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସତ୍ୟବାଦୀ ରାଉତ, ବାଙ୍କୀ, କଟକ
author photo
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. bishnu mishra |  ଏପ୍ରିଲ୍ ୮, ୨୦୧୧ - ୨:୧୬ ଅପରାହ୍ନ

    words, abstracts, similies, metaphors does not make a poetry. Sorry. but I didnt get any flow of thought, rather a free flow verbose.

  • ୨. RAMESH RAO |  ଏପ୍ରିଲ୍ ୧୧, ୨୦୧୧ - ୧୦:୫୮ ପୂର୍ବାହ୍ନ

    Kabita ti mo manaku andolita karideichhi. Kete saral vabe kabi prakas karichanti eka jatila charitra ku !

  • ୩. Sandip |  ଏପ୍ରିଲ୍ ୧୩, ୨୦୧୧ - ୨:୫୮ ଅପରାହ୍ନ

    Atyanta suspasta lekha. Samajara bhandami ku sundara bhabare bahare paka jaichi.

  • ୪. Pramoda Kumar Maharana |  ଏପ୍ରିଲ୍ ୧୪, ୨୦୧୧ - ୩:୧୩ ପୂର୍ବାହ୍ନ

    Many thanks to dear poet Mr. Satyabadi Rout.
    As his name, he has mentioned all TRUTH only.
    Lady who becomes a pros. is not made for that. God has not made her to be so…
    We the male…the INHUMANS make a good girl to this line of pros.
    The society is a vicious circle of dirty politics.

    We expect more such writings from this poet, please.

    Regards to Mr.Satyabadi Rout and all readers of this poetry piece.

    God bless you all !!!

    NARI : mother, sister , wife, friend, classmate, colleague, well-wisher, someone who worships you.

    Male does not understand the above important relationships. Finally for momentary pleasure one lands into this dirty relationship “pros” / brothels in village or city and metro levels.

    Where should we all blame this: Court, Police Station, Hospital ….where else we get Justice today ???

  • ୫. Bahut Bhala |  ଏପ୍ରିଲ୍ ୨୮, ୨୦୧୧ - ୨:୪୧ ପୂର୍ବାହ୍ନ

    Bahut Bhala lekha, Tebe, Aaji kalira besya alaga dharanara

  • ୬. Subhendu Mohanty |  ସେପ୍ଟେମ୍ବର୍ ୨୦, ୨୦୧୧ - ୧୦:୨୭ ପୂର୍ବାହ୍ନ

    Loved your poem…heart wrenching..hats off to you..its one of the best poetry I have read in recent times.

  • ୭. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋର୍ଦ୍ଧା |  ନଭେମ୍ବର୍ ୧୩, ୨୦୧୧ - ୧୨:୪୭ ଅପରାହ୍ନ

    ଶ୍ରୀ ବିଷ୍ନୁ ମିଶ୍ର କହିଛନ୍ତି ଯେ ଏଇଟା କବିତା ନୁହେଁ ୤ ତା ହେଲେ କୁହନ୍ତୁ “କବିତା” କେମିତିଆ ଜିନିଷ ? ଛନ୍ଦ କଣ କେବଳ ଶବ୍ଦର ଯତିପାତରେ ଥାଏ ?
    କବି ଶ୍ରୀ ରାଉତଙ୍କର କବିତା ସଙ୍କଳନ ” ନଈରେ ନଈଏ ପାଣି, ମାଛ ପରି ପହଁରୁଛି ଜହ୍ନ” ଓଡିଆ ସାହିତ୍ୟରେ ଗୋଟେ ମୋଡ ଦେଇଥିଲା ୤ ସେଥିରୁ କିଛି କବିତା ପ୍ରକାଶ କରନ୍ତୁ ୤

  • ୮. [email protected], manamunda boud odisha 9437352560 |  ଡିସେମ୍ବର୍ ୧୩, ୨୦୧୨ - ୧୧:୪୦ ପୂର୍ବାହ୍ନ

    bhababesa kabita ………… besya bhitara bhauni…………. besya bhitara jiaa…………. besya bhitara premika……….. hrudaya kete dhala dhala apanaka kabita…………

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )