/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ମହାବିଷୁବ ସଙ୍କ୍ରାନ୍ତି ଓ ଓଡ଼ିଆ ନବବର୍ଷ

ମହାବିଷୁବ ସଙ୍କ୍ରାନ୍ତି ଦିନ ହେଉଛି ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ। ସୌରମାନ ମାସ ଅନୁସାରେ ତିଥି, ବାର ଇତ୍ୟାଦି ଗଣନା କରାଯାଏ। ଏହି ଗଣନା ଅନୁସାରେ ଆମେ ବାରମାସରେ ବାରଟି ସଙ୍କ୍ରାନ୍ତି ପାଳନ କରିଥାଉ। ଏହି ବାରଟି ସଙ୍କ୍ରାନ୍ତି ବାରଟି ରାଶିନାମରେ ନାମିତ ହୋଇଥାନ୍ତି, ଯଥା: ମେଷ, ବୃଷ……କୁମ୍ଭ, ମୀନ ଆଦି। ଗୋଟିଏ ସଙ୍କ୍ରାନ୍ତିରୁ ପରବର୍ତ୍ତୀ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ସମୟକୁ ଗୋଟିଏ ମାସ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ପ୍ରବେଶ କରୁଥିବାରୁ ଏହି ସଂକ୍ରାନ୍ତିକୁ ମେଷ ସଙ୍କ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ଅବସ୍ଥାନ କରନ୍ତି। ଏହି ବିଷୁବ ସଙ୍କ୍ରାନ୍ତି ଠାରୁ ସୌରମାସର ପ୍ରଥମ ମାସ ଗଣନା କରାଯାଏ ଓ ଏହା ହିଁ ଓଡ଼ିଆ ନବର୍ଷର ପ୍ରଥମ ଦିନ।

ଏହିଦିନ ଠାରୁ ଓଡ଼ିଶାରେ ନୂତନ ପଞ୍ଜିକା ପ୍ରଚ଼ଳନ ହୁଏ। ଏହି ଦିନଠାରୁ ସୂର୍ଯ୍ୟତାପ ପ୍ରଖରରୁ ପ୍ରଖରତର ହୁଏ। ତେଣୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ, ଦେବାଳୟରେ ହେଉଥିବା ପୂଜାର୍ଚ୍ଚନାରେ ଭଜା ଗହମ ଓ ଅରୁଆ ଚାଉଳରୁ ପ୍ରସ୍ତୁତ “ଛତୁଆ” ଭୋଗ ସହ “ପଣା” ଭୋଗ ମଧ୍ୟ କରାଯାଏ। “ପଣାରେ” ପାଚିଲା କଦଳୀ, ଛେନା, ଦୁଗ୍ଧ, ପାଚିଲା ବେଲ, ନଡ଼ିଆ, ଗୁଡ଼ ବା ଚିନି, ଛତୁଆ ମିଶିଥାଏ। “ପଣା” ଭୋଗ ଓ “ଛତୁଆ” ଭୋଗକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ଏହାର ତାତ୍ତ୍ବିକ ଦିଗଟି ବୁଝାପଡ଼େ। ଦେହକୁ ସୂର୍ଯ୍ୟତାପରୁ ରକ୍ଷା କରିବା ପାଇଁ ପଣା ସେବନ ବିଧିକୁ ପୂଜାର୍ଚ୍ଚନା ମାଧ୍ୟମରେ ଯୋଗକରି, ମାନବ ସମାଜକୁ ଶିକ୍ଷା ଦିଆଯାଇଛି। ଏହି ଋତୁରେ ପ୍ରଚୁର ଜଳଗ୍ରହଣ ପାଇଁ କେବଳ ମାନବ ସମାଜ ସମେତ ଉଦ୍ଭିଦ ଓ ପ୍ରାଣୀଜଗତର ମଧ୍ୟ ପ୍ରଚୁର ଜଳ ଆବଶ୍ୟକ ହୋଇଥାଏ। ଏ କଥାରେ ମଧ୍ୟ ଅନ୍ୟସବୁ ଧର୍ମୀୟ ଚେତନା ସହିତ ଆଉ ଏକ ରୀତି ଖଞ୍ଜି ଦିଆଯାଇଛି। ତାହା ହେଲା ତୁଳସୀ ଚଉଁରାର “ତୁଳସୀ ପୂଜା”। ଏହିଦିନ “ତୁଳସୀ” ଗଛ ଉପରେ ନଡ଼ିଆ ପତ୍ରର ଛାମୁଡ଼ିଆ କରି, ତହିଁରୁ ଠିକ୍ ତୁଳସୀ ଗଛ ଉପର ପର୍ଯ୍ୟନ୍ତ ସରୁ ଦଉଡ଼ି ସାହାଯ୍ୟରେ ମାଟି ଘଡ଼ିଟିଏ ବାନ୍ଧି ଓହଳାଇ ଦିଆଯାଏ। ଏହି ଘଡ଼ିର ନିମ୍ନାଂଶରେ ଛୋଟ ଛିଦ୍ରଟିଏ କରାଯାଏ। ଘଡ଼ିରେ ପାଣି ଭରିଦେଲେ ଅନେକ ସମୟଧରି ସୂକ୍ଷ୍ମ-ଜଳଧାର ତୁଳସୀ ମୂଳକୁ ଓଦା ରଖେ, ଜଳତାପରୁ ରକ୍ଷାକରେ ଓ ସମଗ୍ର ଜୀବଜଗତ ସହିତ ଉଦ୍ଭିଦଜଗତ ପାଇଁ ଏହା ଅପରିହାର୍ଯ୍ୟ ବୋଲି ଏଥିରୁ ପ୍ରମାଣ ମିଳେ। ଓଡ଼ିଆମାନଙ୍କର ବାରମାସରେ ତେରପର୍ବ ପାଳନ ମଧ୍ୟରୁ ମହାବିଷୁବ ସଙ୍କ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ଭାବେ ପାଳିତ ହୋଇଥାଏ। ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଏହିଦିନ ଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉଁରାରେ ଠେକି ବସାଯାଇ ପାଣି ଢଳାଯାଇଥାଏ। ତେଣୁ ଏହି “ସଙ୍କ୍ରାନ୍ତି”କୁ “ଜଳ ସଙ୍କ୍ରାନ୍ତି” ନାମରେ ମଧ୍ୟ ଜଣାଯାଇଥାଏ। ଏହି ସମୟରେ ପଣାଦାନ କରାଯାଉଥିବାରୁ ଏହାର ଅନ୍ୟ ଏକ ନାମ ମଧ୍ୟ ପଣା ସଙ୍କ୍ରାନ୍ତି। ହିନ୍ଦୁମାନଙ୍କ ପୂଜାରୀତି ଅନୁଯାୟୀ ଏହିଦିନ ବ୍ରାହ୍ମଣମାନଙ୍କୁ ପଣା ଓ ଛତୁଆ ପ୍ରଦାନ କରାଯାଏ। ସାମର୍ଥ୍ୟ ଅନୁଯାୟୀ କେହି କେହି ପାଦକୁ ଜୋତା ଓ ଖରା ପାଇଁ ଛତା ମଧ୍ୟ ଦାନ କରିଥାନ୍ତି। ସାହିପଡ଼ିଶା, ସାଙ୍ଗସାଥୀମାନଙ୍କୁ ଛତୁଆ ଓ ପଣା ପ୍ରଦାନପୂର୍ବକ ଭାବର ଆଦାନପ୍ରଦାନ ମଧ୍ୟ ଏହିଦିନ କରାଯାଇଥାଏ।

ସେହିପରି ଏହି ଅବସରରେ କେତେକ ସ୍ଥାନରେ “ବିଷୁବମିଳନ” ଆୟୋଜନ କରାଯାଇ ବୁଦ୍ଧିଜୀବୀ, ସାହିତ୍ୟିକ ଓ କବିମାନଙ୍କୁ ଆମନ୍ତ୍ରଣ କରି ସାହିତ୍ୟ ଆଲୋଚନା ଏବଂ କବିତା ପାଠ ଆଦି କରାଯାଇଥାଏ। ଏହିଦିନ ମଧ୍ୟ ପବିତ୍ର ହନୁମାନ ଜୟନ୍ତୀ ପାଳନ କରାଯାଏ। ବାସ୍ତବିକ୍ ଧର୍ମୀୟଚେତନା, ବିଜ୍ଞାନ ସମ୍ବନ୍ଧୀୟ ତତ୍ତ୍ବ, ପରିବେଶ ସଚେତନତା ଓ ଶରୀରଚର୍ଯ୍ୟା ପାଇଁ ଖାଦ୍ୟପେୟ ନିର୍ଦ୍ଧାରଣ ସହିତ ସହାବସ୍ଥାନ ଆଦି ସବୁ ଦୃଷ୍ଟିକୋଣରୁ ଏ ଦିବସର ମହତ୍ତ୍ବ ଗୁରୁତ୍ବପୂର୍ଣ୍ଣ ଅଟେ। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ଆମେ ଓଡ଼ିଆମାନେ ଇଂରାଜୀ ନବବର୍ଷ ପରି ଓଡ଼ିଆ ନବବର୍ଷକୁ ପାଳନ କରି ନଥାଉ। ଅବଶ୍ୟ କିଛି ବର୍ଷ ହେଲା କେତେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ଓଡ଼ିଆ ନବବର୍ଷ ପାଳନ ନିମନ୍ତେ ଅନେକ ପ୍ରକାରର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି।

RATING

2 VIEWS
0 COMMENT

Share To

ବିଷ୍ଣୁପ୍ରିୟା ମହାପାତ୍ର,ରାଉରକେଲା

ଜଣେ ଶିକ୍ଷୟିତ୍ରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ବିଷ୍ଣୁପ୍ରିୟା ମହାପାତ୍ର ଏକାଧାରରେ କବିତା, ଗଳ୍ପ, ପ୍ରବନ୍ଧ ଓ ଶିଶୁକବିତା ଆଦି ରଚନା କରିଛନ୍ତି। ଇସ୍ପାତ ସହର ରାଉରକେଲାର ଅନ୍ୟତମ ପୂରାତନ ସାହିତ୍ୟ ଅନୁଷ୍ଠାନ କଲ୍‌ଚରାଲ୍‌ ଏକାଡେମୀର ସମ୍ପାଦିକା ସହିତ ସହରର ଏକାଧିକ ସାହିତ୍ୟ ଅନୁଷ୍ଠାନ ସହିତ ସେ ଜଡ଼ିତ। ବିଶେଷ କରି ବିଦଗ୍ଧ କବିତା ରଚନା ପାଇଁ ପଠକୀୟ ସ୍ବୀକୃତି ହାସଲ କରିବା ସହିତ ରାଉରକେଲା ସମେତ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ଶ୍ରୀମତୀ ମହାପାତ୍ର। ତାଙ୍କର ପ୍ରକାଶିତ କବିତା ସଙ୍କଳନ ମଧ୍ୟରେ ଅନନ୍ୟ ଇଲାକା, ଶିଶୁ କବିତା ସଙ୍କଳନ “କରିବା କାମ ରଖିବା ନାମ” ସହିତ “ଆହତ ଅପରାହ୍ନ” ଓ “ଅନ୍ଧକାରର ଆତ୍ମଲିପି” – ଗଳ୍ପ ସଙ୍କଳନ ଆଦି ଅନ୍ୟତମ ସୃଷ୍ଟି।

ଆଉ କେତୋଟି ସଂଗ୍ରହ

ଓଡ଼ିଆ ଭାଷା, ଜାତି ଓ ଜାତୀୟତା

ଶ୍ରୀଜଗନ୍ନାଥଙ୍କ କରୁଣାରୁ ଓଡ଼ିଆମାନେ ପ୍ରାଚୀନ ଯୁଗରୁ ଉତ୍କୃଷ୍ଟ କଳା କୌଶଳ ଜ୍ଞାତ, ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ତଥା ସମରବିଶାରଦ ଜାତି ରୂପେ ବିଶ୍ବ ଦରବାରରେ ସ୍ବତନ୍ତ୍ର ଆସନ…

ଦୋଳ ଯାତ୍ରା : ଆଧ୍ୟାତ୍ମିକ ପ୍ରସଙ୍ଗ

ଲୀଳାମୟ ଭଗବାନ ଦୁଷ୍ଟ ବିନାଶ ଓ ସାଧୁର ପରିତ୍ରାଣ ପାଇଁ ଯୁଗେ ଯୁଗେ ଅବତାର ଗ୍ରହଣ କରିଛନ୍ତି। ଜଗନ୍ନାଥଙ୍କ ବିଷୟରେ ଐତିହାସିକ ତଥ୍ୟର ଆଲୋଚନା କଲେ ଜଣାଯାଏ…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପୋରକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

NEWSLETTER

Enter your email address below to subscribe to my newsletter

ଆପଣଙ୍କ ଭୋଟ

How Is My Site?

View Results

Loading ... Loading ...
ଲୋକପ୍ରିୟ ଲେଖା
ପ୍ରବାସରେ ସାହିତ୍ୟ
advertisement
ads
ପାଠକୀୟ ମତାମତ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ →
ଶୀର୍ଷପୃଷ୍ଠା TOP