ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଲେଖା ପଠାନ୍ତୁ

ଓଡିଆ ସାହିତ୍ୟ ଜଗତର ବରିଷ୍ଠ କଥାକାର, କବି, ପ୍ରାବନ୍ଧିକଙ୍କ ସହ ତରୁଣ ଓ ଶିଶୁ ପିଢିର ସମସ୍ତ ପ୍ରତିଭାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ ଦେବାକୁ ଏହି ୱେବ୍‌ସାଇଟ୍ ମାଧ୍ୟମରେ ଉଦ୍ୟମ କରିଛୁ। ଆମର ଆକାଂକ୍ଷା, ଓଡିଆ ସାହିତ୍ୟ ଡଟ୍ କମ୍ ଯୁବସ୍ରଷ୍ଟାମାନଙ୍କ ପାଇଁ ଏକ ନୂତନ ମଞ୍ଚ ହୋଇ ଉଭା ହେଉ ଏବଂ ଓଡିଆ ସାହିତ୍ୟ ଜଗତରେ ସୃଷ୍ଟି ହେଉ ଏକ ନୂତନ ଜାଗରଣ।

ଏଣୁ, ଓଡିଆରେ ଗଳ୍ପ, କବିତା, ପ୍ରବନ୍ଧ ଇତ୍ୟାଦି ଲେଖୁଥିବା ପ୍ରତିଭାବାନ ଯୁବସ୍ରଷ୍ଟା ତଥା ଓଡିଆ ସାହିତ୍ୟର ଅଗ୍ରଗଣ୍ୟ ମାନେ ନିଜ ନିଜର ଲେଖା ପ୍ରକାଶିତ କରି, ଓଡିଆ ସାହିତ୍ୟ ଡଟ୍ କମ୍ ଦ୍ବାରା ସୂତ୍ରପାତ ଭାଷା ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ।

ଇ-ମେଲ୍ ମାଧ୍ୟମରେ ଲେଖା ପଠାନ୍ତୁ : sahitya[AT]aparts.org

ପ୍ରକାଶନର ନିୟମାବଳୀ :

  • ୧. ଓଡିଆ ସାହିତ୍ୟ ଡଟ୍ କମ୍ ରେ ଲେଖା ପ୍ରକାଶିତ ହେବା କୌଣସି ସମୟର ବନ୍ଧନରେ ଆବଦ୍ଧ ନୁହେଁ। ବର୍ଷର ୩୬୫ ଦିନ, ୨୪X୭ ଅବଧି: ବିଶ୍ବର ଯେକୌଣସି ସ୍ଥାନରୁ ଆପଣ ପଠାଇ ପାରିବେ ଲେଖାଟିଏ।
  • ୨. ସ୍ମରଣୀୟ ଲେଖା ବ୍ୟତୀତ ଅନ୍ୟ ଯେ କୌଣସି ବିଭାଗରେ, ୧ ବର୍ଷ ମଧ୍ୟରେ କୌଣସି ଏକ ଲେଖକ/ଲେଖିକାଙ୍କର ସର୍ବାଧିକ ୫ଟି ଲେଖା ପ୍ରକାଶ ପାଇ ପାରିବ।
  • ୩. ଲେଖା ପ୍ରକାଶଯୋଗ୍ୟ ହୋଇଥିଲେ ବି ଓଡିଆସାହିତ୍ୟ ଡଟ୍ କମ୍ ରେ ସ୍ଥାନପାଇବା, ସମ୍ପୂର୍ଣ୍ଣ ରୂପେ ସମ୍ପାଦନା ମଣ୍ଡଳୀର ଇଚ୍ଛାଧୀନ ବ୍ୟାପାର।
  • ୪. ଦୁଇ ମାସ ବା ୬୦ ଦିନ ମଧ୍ୟରେ ଲେଖାଟି ପ୍ରକାଶିତ ନ ହେଲେ, ଲେଖାଟି ଅମନୋନୀତ ବୋଲି ଧରିନେବାକୁ ହେବ।
  • ୫. ଅମନୋନୀତ ଲେଖା ଗୁଡିକ ଫେରସ୍ତ ଦେବାର କୌଣସି ବ୍ୟବସ୍ଥା ନାହିଁ।
  • ୬. ଲେଖାଟିର ଆଇନ୍‌ଗତ ଦିଗପ୍ରତି ଲେଖକ/ଲେଖିକା ନିଜେ ହିଁ ଦାୟୀ ରହିବେ।
  • ୭. ମୋଟ ୨ ଥରରୁ ଅଧିକ ପ୍ରକାଶିତ ଲେଖକ/ଲେଖିକାଙ୍କର ଫଟୋ, ଓଡିଆ ସାହିତ୍ୟ ଡଟ୍ କମ୍ ରେ ସ୍ଥାନପାଇବାର ବ୍ୟବସ୍ଥା ବି ରହିଛି।
  • ୮. ପ୍ରତି ସଙ୍ଖ୍ୟାରେ ୨-୪ଟି ଲେଖା ଉପରେ ସମ୍ମାନସୂଚକ ପାରିତୋଷିକ ଦେବାର ବ୍ୟବସ୍ଥା ବି ରହିଛି।

ଲେଖା ପଠାଇବାର ନିୟମାବଳୀ :

  • ୧. ଅପ୍ରାନ୍ତ ୟୁନିକୋଡ଼୍ ସଫ୍ଟ୍‌ୱେର୍ ବା ଯେ କୌଣସି ଓଡ଼ିଆ ୟୁନିକୋଡ଼୍ ସଫ୍ଟ୍‌ୱେର୍, ବ୍ୟବହାର କରି ନିଜର ଲେଖାଟିକୁ ଟାଇପ୍ କରି ସିଧାସଳଖ ଇ-ମେଲ୍ (sahitya [AT] aparts.org) ମାଧ୍ୟମରେ ପଠାନ୍ତୁ କିମ୍ବା ପତ୍ର ମାଧ୍ୟମରେ ତଳ ଲିଖିତ ଠିକଣାରେ ପଠାନ୍ତୁ।
  • ୨. ଲେଖାର କୌଣସି ପ୍ରକାର Screenshot ଗ୍ରହଣୀୟ ନୁହେଁ। ଲେଖାଟିକୁ ଇ-ମେଲ୍‌ରେ ସିଧାସଳଖ ଲେଖି ପଠାଇବେ କିମ୍ବା ପଠାଇଥିବା ଲେଖାଟି txt, RTF, doc କିମ୍ବା docx File format ରେ, ହୋଇଥିବା ଆବଶ୍ୟକ। ଅନ୍ୟ କୌଣସି File format ଗ୍ରହଣୀୟ ନୁହେଁ।
  • ୩. ଅତ୍ୟଧିକ ବର୍ଣ୍ଣାଶୁଦ୍ଧି ଓ ବ୍ୟାକରଣ ଅସଙ୍ଗତ ଲେଖା ଗ୍ରହଣୀୟ ନୁହେଁ।
  • ୪. ସମ୍ ଧାତୁ ବ୍ୟତୀତ, ( ସମ୍+ଖା= ସଂଖା ଏବଂ ସଙ୍ଖା ଉଭୟ ଠିକ୍ ) ଅନୁସ୍ବାର (ଂ) ଯୋଗର ଯଥା ସମ୍ଭବ ସଦୁପଯୋଗ କରନ୍ତୁ। ଯଥା ବ୍ୟଂଗ ନ ଲେଖି ବ୍ୟଙ୍ଗ , କୁଂଭୀର ନ ଲେଖି କୁମ୍ଭୀର, ଚଂପା ନ ଲେଖି ଚମ୍ପା, କୁଂଜ ନ ଲେଖି କୁଞ୍ଜ ଲେଖିବା ଇତ୍ୟାଦି। ଅପ୍ରାନ୍ତ ଓଡିଆ softwareରେ ଅନୁସ୍ବାର ଅପେକ୍ଷା, ଯୁକ୍ତାକ୍ଷର ଲେଖିବା ଅତ୍ୟନ୍ତ ସହଜ ଏବଂ କମ୍ key-strokeର ଆବଶ୍ୟକ ହୋଇଥାଏ। ଶବ୍ଦର ସଠିକ୍ ବନାନ ଏବଂ ବହୁଳ ବ୍ୟବହାର ହିଁ ଭାଷାକୁ ସମୃଦ୍ଧ କରିଥାଏ।
  • ୫. ଯେତେଦୂର ସମ୍ଭବ ନିଜ ଲେଖାରେ ହିନ୍ଦି କିମ୍ବା ଇଂରାଜୀ ଶବ୍ଦ ବଦଳରେ ଓଡ଼ିଆ ଶବ୍ଦର ବ୍ୟବହାର କରନ୍ତୁ୤ ବ୍ୟଙ୍ଗ କବିତା ବା ବ୍ୟଙ୍ଗ ଗଳ୍ପରେ ହିନ୍ଦି କିମ୍ବା ଇଂରାଜୀ ଶବ୍ଦର ପ୍ରୟୋଗ ସାମାନ୍ୟ ଭାବେ ଗ୍ରହଣୀୟ ହୋଇପାରେ।
  • ୬. ଯଦି ଆପଣଙ୍କ ଲେଖାଟି ‘ନବ ବା ଉଦୀୟମାନ ପ୍ରତିଭା’ ବିଭାଗ ପାଇଁ ଉଦ୍ଧିଷ୍ଟ , ଏହା ବିଶେଷ ଭାବେ ଲେଖି ଜଣାଇବେ।
  • ୭. ନିମ୍ନ ଲିଖିତ ସୂଚନା ବିନା ଲେଖା ଗ୍ରହଣ କରାଯିବ ନାହିଁ।
    • ଲେଖକ/ଲେଖିକାଙ୍କ ନାମ, ଯୋଗାଯୋଗ ଠିକଣା (ଫୋନ୍ ନମ୍ବର ସହିତ)
    • ଲେଖକ/ଲେଖିକାଙ୍କ ସମ୍ପର୍କରେ ଦୁଇ-ତିନି ପଦ ଲେଖିବା ନିହାତି ଆବଶ୍ୟକ।
    • ଲେଖାର ପୃଷ୍ଠଭୂମି ବା କେଉଁ ବିଷୟବସ୍ତୁ ଉପରେ ଆଧାରିତ ଲେଖି ଜାଣାଇବେ।

ପତ୍ର ମାଧ୍ୟମରେ ଲେଖା ପଠାଇବା ଠିକଣା:-

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP