
ମୋ ଗାଁ!
ଏଇ ମୋ ଛୋଟିଆ ସୁନ୍ଦର ଗାଁ,
ରହିବାକୁ ମୋତେ ଦେଇଛି ଠାଁ।
ଝାଟିମାଟି ଆମ ଚାଳଛପର,
କାନ୍ଥରେ ଦିଏ ମା ଝୋଟି ସୁନ୍ଦର।
ଏଇଠି ବସି ମୁଁ ଦେଖେ ପ୍ରକୃତି,
ସବୁଜ ଶ୍ୟାମଳ ସୁନ୍ଦର ଅତି।
ଧାନକେଣ୍ଡା ଅବା ସୁନାର ଝରା,
ନଡ଼ିଆ ପତର ସୁନ୍ଦର ତୋରା।
ମୁକ୍ତବାୟୁ ଏଠି ଖୋଲା ଆକାଶ,
ସତେଜ ପରିବା, ସୁନ୍ଦର ଶସ୍ୟ।
ଏହିପରି ଭାଗ୍ୟ କାହୁଁ ପାଇବ?
ପ୍ରକୃତ ପ୍ରକୃତି ଧନସମ୍ପଦ।
 
            
 
                                                                                                     
                                                                                                     
                                                                                                    
 
                                  
                                  
                                  
                                  
                              
                                  
                                  
                                  
                  
                  
                  
                  
                  
                 
ଉକ୍ତ କବିତା ଟି ପଢି,
ସତରେ ମନେ ପଡିଯାଏ, ମୋ ଗାଁର ସବୁ ଘଟଣାବଳୀ। ଗାଁର ସବୁ ଘଟଣାବଳୀକୁ ମନେ ରଖିଥିବାରୁ ଅଶେଷ ଧନ୍ୟବାଦ୍ ପ୍ରଶାନ୍ତ ଭାଇ।
ମୋତେ ଏବେ ଆମ ଓଡ଼ିଶା କଥା ମନେପଡ଼ିଲା, ଆପଣଙ୍କ ଏହି ଗାଁ କବିତାଟି ପଢ଼ି, ଆପଣଙ୍କୁ ଅଶେଷ ଧନ୍ୟବାଦ୍!
ଜୟ ଓଡ଼ିଶା…. ଜୟ ଓଡ଼ିଆ…. ଜୟ ଜଗନ୍ନାଥ….!!
କେମିତି କରିବି ମୁଁ ତୁମର ବର୍ଣ୍ଣନା
ଭଙ୍ଗୀ ତୁମ କରେ ଭଙ୍ଗ ଧ୍ୟାନ, ମୁଁ ଦେବବ୍ରତ
ସ୍ନିତ ହାସ୍ୟ ହିସାବର ନାହିଁ ଅର୍ଥଶାସ୍ତ୍ର
ସ୍ରଷ୍ଟାର ସୃଷ୍ଟିର ତୁମେ ଅବୁଝା ଅଧ୍ୟାୟ
ସପ୍ତମ ଋତୁର ତୁମେ ଅଲେଖା ଅଭିପ୍ରାୟ
ମନର ଅକ୍ଷାଂଶ ତୁମେ ହୃଦୟର ଦ୍ରାଘିମା
କେମିତି କରିବି ମୁଁ ତୁମର ବର୍ଣ୍ଣନା।
ବହୁତ ସୁନ୍ଦର କବିତା।