ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
ସକାଳ ବେଳା ମେଘୁଆ ପାଗ ଯେଉଁଥିଲାଗି ପିଲମାନଙ୍କ ମନ ଖରାପ ଆଜି ବର୍ଷା ନହେଉ ତଥାପି ସେଇ କଳାମେଘ ଯେମିତି ଝୁଙ୍କି ଆସିଲା ଶ୍ମଶାନ ପାଖ ବଡ ବରଗଛ ମୁଣ୍ଡ ଉପରକୁ
ଗାଁ ନାଁ ଛୋଟସାତୁଡି ବିଭୂପଦ ଘଡେଇର ଦି’ଟା ଚାଳଘର ସାମନାରେ ସରୁ ଅଗଣା ସେଇ ଅଗଣାରେ ଠିଆ ହୋଇ ଆକାଶ ଆଡକୁ ଚାହିଁ ମେଘକୁ ଘଉଡେଇବାକୁ ଚାହୁଁଛନ୍ତି ପିଲା ତିନୋଟି
“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”
“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”
ମେଘ ସେଇ ଶିଶୁମାନଙ୍କ କଥା ଶୁଣେ ତେବେ ଏତେ ପାଖକୁ ଆସି କିଛିଟା ବର୍ଷା ନକଲେ ବି ମେଘର ମର୍ଯ୍ୟାଦା ହାନି ହେବ
ପ୍ରଥମେ ଗୁମ୍ସୁମ୍ ଥିଲା ହଠାତ୍ ଉଠିଲା ସଁ ସଁ କରି ବଡ ବଡ ଗଛଗୁଡାକର ଡାଳପତ୍ର ଭୀଷଣଭାବରେ ଏପଟସେପଟ ହେବାରେ ଲାଗିଥିଲେ ତାପରେ ଘୁଁ ଘୁଁ ଗର୍ଜନ କରି କହିଲା ଆସୁଛି ଆସୁଛି ଆସିଲା ଝମ୍ଝମ୍ କରି ଏକବାରେ ବଡ ବଡ ଠୋପା ଭୀଷଣ ଜୋର୍ରେ ବର୍ଷିଗଲା ଦଶମିନିଟ୍ ଧରି ପୁଣି ଆକାଶ ପୁରାପୁରି ସଫା ଝଲ୍ଝଲ୍ ହୋଇ ଦେଖାଦେଲା ସୁର୍ଯ୍ୟ ଠିକ୍ ଯେମିତି ହସୁଛି.. ହସିବତ ! ମାତ୍ର ମାସ ଦୁଇଟା ପୂର୍ବରୁ ବର୍ଷା ପାଇଁ କେତେ ହାହାକାର କେତେ ପ୍ରାର୍ଥନା, କେତେ ବେଙ୍ଗମାରି ଓଲଟାଇ ଦେବା ଘଟଣା ଆଉ ୟାଭିତରେ ପୁଣି କହୁଚ କ’ଣ ନା ବର୍ଷା ଲୋଡା ନାହିଁ ! ବଡ ବିଚିତ୍ର ଏଇ ମଣିଷ
ସେ ମେଘ ପୁଣି ଫେରି ଆସିବ ଏବେ ଖାଲି ଏଇ ପିଲାମାନଙ୍କ ଆବେଦନରେ ଘୁଞ୍ଚିଗଲା କିଛି ଦୂରକୁ ଆଜି ସେମାନେ ବୁଲିଯିବେ ରାସ୍ତାଘାଟ ଏମିତି ବି ପଙ୍କରେ ଲତପତ ବର୍ଷା ଚାଲୁ ରହିଲେ ଏବେ ବାହାରିବାର ପ୍ରଶ୍ନ ନଥିଲା ପିଲାମାନେ ଆଉ ଧୈର୍ଯ୍ୟ ଧରି ରହିପାରୁ ନାହାନ୍ତି
ବିଭୂପଦ ଠିଆ ହୋଇଛି ବାହାରେ ସୁରବାଳାର ଟିକେ ଡେରି ହଉଚି ବିଭୂପଦ ଥରେ ଡାକ ଛାଡିଲା, କାଇଁ ଆଉ ଡେରି କରୁଛ ? ବେଳାବେଳି ପହଞ୍ଚିବାକୁ ହେବ ଝିଅଟା ବି ରଡିଛାଡି କହିଲା, ବୋଉ, ଆ ବୋଉ…
ଝିଅଟା ବୟସ ସାତ ଭାଇ ଦୁଇଟାଙ୍କ ଭିତରୁ ଗୋଟାକର ନଅ, ଗୋଟାକର ଛଅଏକଦମ ସାନକୁ ଲଣ୍ଡା କରାଯାଇଛି କିଛିଦିନ ଆଗେ ବହୁତ ଉକୁଣି ହୋଇଥିଲା ହାତରେ ଗୋଟେ ପୁଟୁଳି ଧରି ବାହାରି ଆସିଲା ସୁରବାଳା ଦୁଆର ଶିକୁଳି ଦେଇ ଗୋଟେ ଛୋଟ ତାଲା ଝୁଲାଇ ଦେଲା
ସୁରବାଳାର ବୟସ ତିରିଶ ପାଖାପାଖି ହେବ ଧେଡେଙ୍ଗା ଚେହେରା, ଅଦ୍ଭୂତ ନିଥର ପରି ମୁହଁ ସେ ମୁହଁରେ ରାଗ, ଦୁଃଖ, ଆନନ୍ଦ, ଅଭିମାନ କିଛି ବି ଯେମିତି ଫୁଟେନା
ଚାବିଟା ବିଭୂପଦକୁ ଦେଇ ସେ କହିଲା, ଚାଲ
ଟିକେ ପୂର୍ବରୁ ପତ୍ନୀକୁ ସେ ପାଟି କରୁଥିଲା ଏଥର କିନ୍ତୁ ଚାବିଟା ହାତରେ ଧରି କିଛିକ୍ଷଣ ଚୁପ୍ ରହି ପ୍ରଶ୍ନ କଲା ସତରେ ଯିବୁ ?
ସୁରବାଳା କହିଲା, ହଁ ଯିବି ବୋଲି ଠିକ୍ କରିଛି ତ !
ବିଭୂପଦ ପ୍ରଶ୍ନ କଲା, ପିଲାମାନଙ୍କୁ ନେଇଯିବା ?
ସୁରବାଳା କହିଲା, ହଁ ଚାଲନ୍ତୁ ସେମାନେ
ତିନୋଟିଯାକ ପିଲା ଏକାସ୍ବରରେ ରଡିକଲେ, ଆମେ ଯିବୁ, ଆମେ ଯିବୁ
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )
Page – 2 not done
ଗୋବିନ୍ଦ ତାତ୍ସଲ୍ୟ ସ୍ବରରେ କହିଲା- ବାକି ଆଜି ନଗଦ କାଲି ବାକି ଥରେ କେବେ ବାକି ଦେଲେ ଏ ବାଟେ ସେ ଆଉ ନଚାଲେ ! ହୁଁ କେତେ ଦେଖିଛି
ବିଭୂ କହିଲା ମୋ କଥାରେ ଖିଲାପ ହେବନି ମା କାଳୀଙ୍କ ରାଣ ଖାଇଲି ତ ଗୋବିନ୍ଦ ହେୟଜ୍ଞାନ କରି କହିଲା – ଯା ଦିନ କାଳ ପଡିଛି ଲୋକେ ଦିଅଁ ଦେବତାଙ୍କ ରାଣ ମାନୁ ନାହାନ୍ତି ଛାଡ୍ ଉଠ
ପିଲାଗୁଡାକ ଜଳ ଜଳ କରି ଚାହିଁ ସବୁ ଶୁଣୁଥିଲେ ଏଥରେ ସେମାନ କୁଦାମାରି ଉଠିପଡିଲେ ଟ୍ରଲି ଉପରକୁ ସୁଶୀଲ ବୟସରେ ବଡ, ସୁତରାଂ ସ୍ଥାନ ନିର୍ବାଚନରେ ତାର ହିଁ ଅଗ୍ରାଧିକାର ଅଛି ସେ ଥରେ ଆଗକୁ ଥରେ କଡକୁ ଦେଖିବାକୁ ଲାଗିଲା, କେଉଁଟା ସୁବିଧାଜନକ ସୁଧା ଆଉ ଛୋଟୁଙ୍କୁ ଗୋଡ ଝୁଲେଇ ବସିବାକୁ ଦିଆଗଲାନି ସେମାନେ ଚକାମାରି ଭିତରେ ବସିଲେ
ସୁଶୀଲ ତଥାପି ୟାଆଗରୁ କେତେଥର ଚଳନ୍ତା ଟ୍ରଲି ସାଙ୍ଗେ ଦୌଡି ଦୌଡି ବସିଛି, ପୁଣି ଚାଳକର ଗାଳି ଶୁଣି ଓହ୍ଲେଇ ବି ଯାଇଛି ସୁଧା ଆଉ ଛୋଟୁଙ୍କର ଏମିତି ସୌଭାଗ୍ୟ ଏଇ ପ୍ରଥମ ଚାଲିବାକୁ ପଡିବନି ଅଥଚ ରାସ୍ତା ସରିଯିବ ବାଃ କି ମଜା ! ରାସ୍ତାଦେଇ ଅନ୍ୟ ଲୋକମାନେ ଯାଉଛନ୍ତି ତାପରେ ଆଉ ସେମାନେ ଦେଖା ବି ଯାଉ ନାହାନ୍ତି
ତିନିଜଣଙ୍କର ନିଜ ଗାଁ ବାହାରକୁ ଯିବା ଏଇ ପ୍ରଥମ ତାଙ୍କ ପାଖେ ଉନ୍ମୋଚିତ ହେଉଛି ନୂଆଜଗତଏପଟର ସବୁ ଗାଁର ଚେହେରା ପ୍ରାୟ ଏକା ତାଙ୍କ ଆଖିରେ ଯେମିତି ବୈଚିତ୍ର୍ୟର ଶେଷନାହିଁ
ଏ ବୋଉ, ଦେଖିଲୁ ଗୋଟେ ତାଳଗଛ ଦେହରେ ଆଉଗୋଟେ କୋଉ ଗଛ ଉଠିଛି ! ଏକାଠି ଦି’ଟା ଗଛ ଗୋଟେ କୁକୁରକୁ ସେଇ ବଡ ବଡ ପକ୍ଷୀମାନେ ତଡୁଛନ୍ତି ସେଗୁଡାକ କି ପକ୍ଷୀ ?
ଶାଗୁଣା
ଶାଗୁଣା ପରା ମାଟିକୁ ଓହ୍ଲାଏ !
ବାପା, କାନ୍ଧରେ ଦି’ଟା ବାଉଁଶ ନେଇ ସେ ଲୋକଟା କୁଆଡେ ଯାଉଛି ?
ଯାଉଚି, ନିଜ ଘରକୁ
ବାପା ସେ ମନ୍ଦିରଟା ଭଙ୍ଗା କାହିଁକି ?
କାହିଁକି ପୁଣି କ’ଣ ? ଭାଙ୍ଗି ଯାଇଛି ବୋଲି ଭଙ୍ଗା ଏଥରକ ଟିକେ ଚୁପ୍ କରି ବସିବ
ସାନଟାର ହିଁ ବେଶୀ ପ୍ରଶ୍ନ ସେ ଚୁପ୍ ରହିପାରେନି ଟିକେ ପରେ ହିଁ ସେ ପୁଣି କିଛି ଜାଣିବାକୁ ଚାହେଁ ତାକୁ ଧମକ ବି ଖାଇବାକୁ ହୁଏ ସେଇ କାରଣରୁ
କିଛିଦୂର ଗଲା ପରେ ଗୋବିନ୍ଦ ପଚାରିଲା, ପିଲାଛୁଆଙ୍କୁ ନେଇ କୁଆଡେ ବାହାରିଲୁ ବିଭୂ ?
ବିଭୂ କହିଲା, ରଣକାଳୀପୁର ଯିବି ଇୟେ ମାନେ ସ୍ତ୍ରୀର ବାପଘର କେଇଟା ଦିନ ରହିବ
ଗୋବିନ୍ଦ କହିଲା, ବୋହୂର ବାପଘର, ତୋର ଶ୍ବଶୁରଘର ପିଲାମାନଙ୍କର ମାମୁଁଘର ବାଃ ଭଲ କଟିବ ମାମୁଁଘରେ ଭାରିମଜା ମାଡଗାଳି ନାହିଁରେ, ମାମୁଁଘର ଦୁଧଭାତ ଦୁଆରେ ବସି ଖାଏରେ
ବିଭୂଠାରୁ ଟ୍ରଲି ଚାଳକ ଗୋବିନ୍ଦର ସାମାଜିକ ଅବସ୍ଥା କିଛିଟା ଭଲ ତା କଥାରେ ସେଇ ସ୍ବର ଫୁଟି ଉଠେ
ସୁଧା ଅଣ୍ଟିରେ ବାନ୍ଧିଥିଲା ମୁଢି ଏଇଲେ ତିନିଭାଇ ଭଉଣୀ ଖାଉଛନ୍ତି ସୁଶୀଲ୍ ଫୁସ୍ଫୁସ୍ କରି ବୋଉକୁ ପଚାରିଲା, ବୋଉ ଆମେ ମାମୁଁଘର ଯାଉଛେ? କେତଦିନ ରହିବା ?
ସୁରବାଳା ଚାହିଁଲା ବିଭୂଆଡକୁ ବିଭୂ କହିଲା, ସେ ଦେଖାଯିବ ଗାଡିଟା ଧଡ ଧଡ ହୋଇ ଡେଉଁଛି ମୁଢି ବୁଣି ନ ଯାଏ
ସୁଧା ପଚାରିଲା, ବାପା ତମେ ଖାଇବ ?
ବିଭୂ କହିଲା, ନା ତମେମାନେ ଖାଇନିଅ
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )
Page – 3 to 7 not done
ଦି ଟଙ୍କିଆ ପାଞ୍ଚ ଟଙ୍କିଆ ନୋଟ ମିଶି ପ୍ରାୟ ଶହେ ଟଙ୍କା ଆଉ ଜରିଧଡିବାଲା ଝଲମଲ କରୁଥିବା ଶାଢୀ ଖଣ୍ଡେ ନେଇ ଫେରି ଆସିଲା ମାଉସୀ
ଟଙ୍କା ବଢେଇ ଦେଇ ମାଉସୀ କହିଲା, ଯା ଦେଇ ଆ ୟା ଆଗରୁ ମୁଁ କାହାକୁ ଅଗ୍ରୀମ ଦେଇନି ଏଇ ଶେଫାଳି ହେରିକା ଜାଣନ୍ତି ଯା ଏଗୁଡାକ ଦେଇଆସି କାମରେ ଲାଗି ଯା ଆଉ ଯେମିତି କେବେ ବି ସେ ଲୋକଟା କି ଛୁଆପିଲା ଏ ଆଡକୁ ନଆସନ୍ତି କହିଦେଲି
ସୁରବାଳା ପୁଣି ବାହାରକୁ ଆସି ଦେଖିଲା ଗୋଟେ ଓସ୍ତଗଛମୂଳେ ଠିଆ ହୋଇଛି ବିଭୂ ପାଖକୁ ଆସି ବିଭୂର ହାତକୁ ଜଡାଇ ଧରିଲା ସୁଧା ପୁଅ ଦିଇଟା ମନୋହରୀ ଦୋକାନ ସାମ୍ନାରେ ଏପଟ ସେପଟ ହେଉଥିଲେ ବୋଉକୁ ଦେଖି ଦୌଡି ଆସିଲେ ପାଖକୁ
ଟଙ୍କାତକ ବିଭୂହାତରେ ଦେଇ ସୁର କହିଲା, ବେଶିକରି ଚାଉଳ କିଣିନେବ
ବିଭୂ କହିଲା ଏଠିକା ହାଟରେ ଶସ୍ତା ହେବ
ସୁର କହିଲା, ନୂଆ ଚାଉଳରେ ପେଜଭାତ ଭଲ ହେବ ପେଟ ବି ପୁରିବ ଆଳୁ ଆଉ ଅଦା ଏଇଲେ ଶସ୍ତା ଲୁଣ ନେବ ମନେ କରି ଆଜି ଦିନଟା ପିଲାମାନେ ଅନ୍ତତଃ ଯେମିତି ଭଲକରି ଖାଆନ୍ତି
ସୁଧା କହିଲା, ବୋଉ ମାମୁଁ ଘରଭିତରଟା ଥରେ ଦେଖି ଆସିପାରିବୁନି ଆମେ ଗୋଟେ କଥା ବି କହିବୁନି
ସୁର କହିଲା, ଆଜି ନୁହେଁ ଆଉ ଦିନେ
ବିଭୂ କହିଲା, ବୋଉ ତ ଫେରି ଆସିବ କେଇଟା ଦିନ କି
ସୁର କହିଲା, ହଁ ଫେରି ଆସିବି
ଛୋଟୁ ହଠାତ୍ ମୁହଁ ଫୁଲେଇ କାନ୍ଦି ଉଠିଲା
ସୁର କହିଲା – ୟାଙ୍କୁ କେତେଟା ଚକୋଲେଟ୍ କିଣିଦେବ ସୁଧା ଭାଇର ହାତ ଧର
ଚକୋଲେଟ୍ କଥା ଉଚ୍ଚାରଣ ହେଉ ହେଉ ସୁଶିଲ ସଙ୍ଗେ ସଙ୍ଗେ ଗଲା ଦୋକାନ ଆଡକୁ ତା ପଛେ ପଛେ ସୁଧା ଆଉ ଛୋଟୁ
ବିଭୂ ସାମ୍ନାରେ କେଇମୁହୂର୍ତ୍ତ ଚୁପ୍ କରି ଠିଆ ହୋଇଗଲା ସୁର ତା ଶୁଖିଲା ମୁହଁରେ କୌଣସି ଭାବର ଚିହ୍ନବର୍ଣ୍ଣ ନାହିଁ
ଟିକେ ପରେ ସେ କହିଲା ଯାଉଚି ସାବଧାନ ରହିବ ରକ୍ତ ପଡିଲେ ଲୁଣପାଣି କୁଳୁକୁଞ୍ଚା କରିବ
ସୁର ବଦଳରେ ବିଭୂ ଆଖି ହିଁ ଛଳ ଛଳ କରୁଛି ଏମିତି ବେଳାରେ କ’ଣ କହିବାକୁ ହୁଏ ତା ସେ ଜାଣିନି ସେ ସାର୍ଟରେ ଆଖି ପୋଛିଲା ତା ପରେ ପୁଣି ମୁହଁ ଟେକିଲା ବେଳକୁ ଦେଖିଲା ସୁରବାଳା ଫେରିଯାଇଛି ଅନେକ ବାଟ
ଗୋଟେ ଲେଖାଁ ଚକୋଲେଟ୍ ପାଟିରେ, ଗୋଟେ ହାତରେ ଅମୃତର ସ୍ବାଦ ନେଉ ନେଉ ଡେଇଁ ଡେଇଁ ଆଗେଇ ଚାଲିଲେ ପିଲାଛୁଆ ତିନୋଟି ଗୋଟେ ପାଦ ଟେକି ଟେକି ନାଚି ନାଚି ଦଉଡୁଥାନ୍ତି ଏମିତି ଦଉଡା କେବଳ ପିଲମାନେ ହିଁ ଦଉଡି ପାରିବେ