ମାମା ଯଦି ଥାନ୍ତା ଏବେ
ତାରି କୋଳରେ ଶୋଇଯାନ୍ତି
ହଜାଇ ଦିଅନ୍ତି ନିଜକୁ
ମାମାର କାହାଣୀ ପେଡ଼ିରେ
ଗୋଧୂଳି ପରେ
ତାଳବଣର ଭୁତୁଣୀର ଭୟରେ
ଶ୍ରାବଣର ବର୍ଷାରେ
ଶୀତ ସନ୍ଧ୍ୟାରେ

ବିଲୁଆର ହୁକେ ହୁ…ହୁକେ ହୁ ଡାକ ସହ
ଫଗୁଣର ଅବିର ଲଗା ମୁହଁରେ
ପୁଣି ଥରେ ହୋଇଯାଆନ୍ତି ଶିଶୁଟିଏ
ଆଉ ପଚାରନ୍ତି, ମାମା…ମାମା
ସେ ମାଙ୍କଡ଼ ରାଜକୁମାରୀକୁ
କେମିତି ବାହା ହେଲା?