ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଲେଖନୀ ଚାଳନାରେ ସିଦ୍ଧହସ୍ତ ହରିହର ମିଶ୍ର ୭୧ବର୍ଷ ବୟସରେ ମଧ୍ୟ ବେଶ୍ ଚଳଚଞ୍ଚଳ। ଜଣେ କବି ଗାଳ୍ପିକ ଏବଂ ଅନୁବାଦକ ଭାବେ ସୁଖ୍ୟାତି ଲାଭ କରିଥିବା ଶ୍ରୀ ମିଶ୍ର ଜଣେ ନାଟ୍ୟକାର ଭାବେ ମଧ୍ୟ ସୁପରିଚିତ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଅନ୍ୟାନ୍ୟ ବହୁ ପୁରସ୍କାର ଓ ସମ୍ମାନ ପାଇଥିବା ଶ୍ରୀ ମିଶ୍ରଙ୍କ ଲେଖାରେ ଜଗନ୍ନାଥ ସଂସ୍କୃତିର ଝଲକ ସ୍ବତନ୍ତ୍ର ଭାବେ ପରିଦୃଷ୍ଟ ହୋଇଥାଏ। ସେଥିପାଇଁ ବୋଧହୁଏ ଶ୍ରୀ ମିଶ୍ର ନିଜକୁ ଜଗନ୍ନାଥଙ୍କ ଜଣେ ସେବକ ବୋଲି ଅବିହିତ କରିଛନ୍ତି।
ହରିହରଙ୍କ ସୃଷ୍ଟି :-
କବିତା ସଙ୍କଳନ:ଶଙ୍ଖନାଭି (୧୯୭୩), ଅକ୍ଷମଦେବତା(୧୯୭୮), ସୂକ୍ତ ଶତକ(୧୯୭୮), ଚନ୍ଦ୍ରବିମ୍ବ (୧୯୮୧), ଲାଲକଢ଼ର ତପସ୍ୟା(୧୯୮୨), ଚାହାଣୀ ମଣ୍ଡପ(୧୯୮୩), ସ୍ବପ୍ନ ବିନିମୟ(୧୯୯୨), ଭିତିରି ଚନ୍ଦନ(୧୯୯୪), ଦର୍ପଣ ଶୀଳା(୧୯୯୫), ଶବ୍ଦ ଏକାଏକା ଏକତ୍ର(୧୯୯୫), ସନ୍ଧ୍ୟାଦର୍ଶନ(୧୯୯୮) ଅଣଅକ୍ଷର(୧୯୯୮), ସ୍ବରବର୍ଣ୍ଣ(ଗୀତିକବିତା-୧୯୯୯), ଶଙ୍ଖନାଭି ଓ ଅନ୍ୟାନ୍ୟ କବିତା (୨୦୦୨)।
ଗଳ୍ପ:ମୂକ ଡାହୁକ(୧୯୭୫), ବୃଷଭର ଏକପାଦ(୧୯୭୭), ଇଚ୍ଛାର ସାମ୍ରାଜ୍ୟ(୧୯୯୦) ନାଟକ:-କାଗଜ ଡ଼ଙ୍ଗା(୧୯୬୦), ରାତିର ଦୁଇଟି ଡେଣା(୧୯୭୪), ହେ ନିଷଦ ନିବୃତ୍ତ ହୁଅ(୧୯୭୩), ନିନ୍ଦିତ ଗଜପତି(୧୯୭୬), ହଂସଧ୍ବନୀ(୧୯୭୮), ମଝିଦରିଆ(୧୯୭୮), ମଧୁଲିତା(୧୯୮୦), ସମ୍ଭବ ଅସମ୍ଭବ(୧୯୮୩), ଏବେ ନୁହେଁ ତ କେବେ ନୁହେଁ (୧୯୯୦)
ଉପନ୍ୟାସ:ବନବିହଙ୍ଗୀ(୧୯୬୦), ନୀଳ ହ୍ରଦର ରକ୍ତ କମଳ(୧୯୬୧)
ସମାଲୋଚନା:ସ୍ବର ସାଧକ(୧୯୮୧)
ଏକାଙ୍କିକା:ବନାଗ୍ନି(୧୯୭୮)
ଅନୁବାଦ:ଗରିଲା (ଜାଁପଲ ସର୍ତ୍ତ ଙ୍କ Crimipassional) ଇତ୍ୟାଦି।
ପୁରସ୍କାର ଓ ସମ୍ମାନ:ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୮୦), ଜୀବନ ରଙ୍ଗ ପୁରସ୍କାର (୧୯୮୩), ଝଙ୍କାର ବିଷୁବ ଗଳ୍ପ ପୁରସ୍କାର (୧୯୬୦), ଝଙ୍କାର ବିଷୁବ କବିତା ପୁରସ୍କାର (୧୯୬୯), ବିଷୁବ ପୁରସ୍କାର (ସାମଗ୍ରିକ କୃତି ପାଇଁ) ୧୯୭୪, ଧରିତ୍ରୀ ସମ୍ମାନ (୧୯୭୭), ସାମନ୍ତ ଚନ୍ଦ୍ରଶେଖର ପ୍ରତିଭା ସମ୍ମାନ। କଳାତୀର୍ଥ ପୁରସ୍କାର, ଶତାବ୍ଦୀର କଳାକାର ପୁରସ୍କାର ଓ ଯଦୁମଣି ସମ୍ମାନ ତଥା ସୁଧନ୍ୟା ସମ୍ମାନ ଆଦି ଅନ୍ୟତମ।
ଓଡ଼ିଆ ଶବ୍ଦ ଓ ଭାଷା ଭଣ୍ଡାରର ସାରସ୍ବତ କବି ପ୍ରଚଣ୍ଡ ବାଗ୍ମୀ ଶ୍ରୀଯୁକ୍ତ ମିଶ୍ର କହନ୍ତି, ମୁଁ ଜଣେ ମୁକୁଟ ବିହୀନ ସମ୍ରାଟ। ମୁଁ ଜଣେ ବୁଲା ଫକୀର। ମୋର ବାସ ଥାଇ ମଧ୍ୟ ବାସ ନାହିଁ। ମୁଁ ବାସହରା। ଚାରିଆଡ଼େ ବୁଲୁଥିବା ଜଣେ ଯାଯାବର। ଦାରିଦ୍ର୍ୟ ହେଉଛି ମୋର ଚିର ସହଚର।
ଉତ୍ତର:-ଏ ସମସ୍ତ ସୃଷ୍ଟି ଏକା ସମୟରେ ଆରମ୍ଭ ହୋଇଛି। ତେବେ ଅଭିନୟ ମୁଁ ଚାରି, ପାଞ୍ଚ ବର୍ଷ ବୟସରୁ ମୋହନ ଦେବ ଗୋସ୍ବାମୀଙ୍କ ରାସଦଳରେ ଆରମ୍ଭ କରିଛି। ମୋର ପିତା ଚିନ୍ତାମଣି ମିଶ୍ର ଓରଫ୍ ମଣିରାମ ମିଶ୍ର ଓ ମାତା ସେବତୀ ଦେବୀଙ୍କ ସହଯୋଗ ହେତୁ ଏହା ସମ୍ଭବ ହୋଇଛି। ୧୯୪୧ ରୁ ୧୯୪୫ ଦ୍ବିତୀୟ ମହାଯୁଦ୍ଧ ପରିସ୍ଥିତିରେ ଛୋଟ ଶ୍ରୀକୃଷ୍ଣ ଭାବେ ଅଭିନୟ କରିଥିବା ଝପ୍ସା ମନେପଡୁଛି।
ଉତ୍ତର:-ନିଶ୍ଚିତ ଭାବେ କବିତାରେ।
ଉତ୍ତର:-ସାମ୍ୟ ଅଛି ନାଟକର ସଂଶ୍ଳେଷଣ ଓ କାବ୍ୟିକ ନ୍ୟାୟ ମାଧ୍ୟମରେ ଓ ନାଟକର ଉପସଂହାର କରିବାରେ। ବୈଷମ୍ୟ ଅନେକ ରହିଛି। ମୂଳତଃ ନାଟକ ଏକ ଦୃଶ୍ୟାଭିନୟ ବା ଶ୍ରାବ୍ୟ କାବ୍ୟ ନାଟକ ହୋଇପାରେ।
ଉତ୍ତର:- ଜଗନ୍ନାଥ ସଂସ୍କୃତି ସମସ୍ତ ନ୍ୟସ୍ତସ୍ବାର୍ଥକୁ ଏଡ଼ିଦେଇ ଚାଲିଥିଲେ ମଧ୍ୟ ସମ୍ପୂର୍ଣ୍ଣ ମୁକ୍ତ ହୋଇ ପାରୁନାହିଁ। ଜଗନ୍ନାଥଙ୍କ ପାଇଁ ଭକ୍ତ ସୃଷ୍ଟି ନ କରି ଉପଭୋକ୍ତା ସୃଷ୍ଟି କରିବାର ବ୍ୟବସାୟୀ ବୃଦ୍ଧି ସ୍ବେଚ୍ଛାଚାରକୁ ପ୍ରଶ୍ରୟ ଦେଇଛି ମନ୍ଦିର ବାହାରେ ଓ ଭିତରେ। ଧର୍ମୀୟ ଅର୍ଗଳି ଭିତରେ ମଣିଷକୁ ଅପରାଧୀ ଭଳି ବ୍ୟବହାର କରାଯାଇଛି। ପୌରହିତ୍ୟବାଦରୁ ଅପଛାୟା ଗ୍ରାସ କରିଛି ସେମାନଙ୍କ ବୁଦ୍ଧି ଓ ଅହଙ୍କାରକୁ। ସାମ୍ୟ, ମୈତ୍ରୀ, ମୁକ୍ତିର ନିଦର୍ଶନ ‘ମହାପ୍ରସାଦ’ ଜନଜୀବନକୁ ଆହ୍ଲାଦିତ କରୁଛି। ଏହା ଆମର ଆଧ୍ୟାତ୍ମିକା ଓ ଜାତୀୟତାର। ପୁରୀ ମୋର ଘର ଏବଂ ଜଗନ୍ନାଥ ମୋ ଠାକୁର।
ଉତ୍ତର:- ଆଧୁନିକ/ଆଧୁନିକତା ବାଦ/ସଂରଚନା/ସଂରଚନା ବାଦ, ଉତ୍ତର ସଂରଚନା ଏବଂ ଉତ୍ତର ଶ୍ରେଣୀବଦ୍ଧ କରିବାରେ ସମାଲୋଚକମାନଙ୍କୁ ସାହାଯ୍ୟ କରିଛି। ଆଧୁନିକ ଯେପରି ଆସିଛି, ଉତ୍ତର ଆଧୁନିକତା ସେପରି ଆସିବ। ଓଡ଼ିଆ ସାହିତ୍ୟରେ ସେସବୁ ସମାଲୋଚନାର ସ୍ପୁଲିଙ୍ଗ ନାହିଁ। ଶବ୍ଦର କୁହୁକ, ଧ୍ବନିଗତ ଚିତ୍ରାଭିନୟ, କମ୍ପ୍ୟୁଟର କଳା ମାଧ୍ୟମରେ ଦୃଶ୍ୟ ଓ ଦୃଷ୍ଟି ବଦଳିବା ଆରମ୍ଭ ହୋଇସାରିଲାଣି।
ଉତ୍ତର:-ନା ଏଥିରେ ବୈଶିଷ୍ଟ୍ୟ ଅଛି ନା ଏହାମଧ୍ୟ ଯାଦୁଚ୍ଛିକ ବିଳାସ। ଏହା ଫେସନ୍ ନୁହେଁ ପାଶନ୍। ଏହାତୁଳନାରେ ମଣିଷ ପ୍ରବୃତ୍ତି ଏକ ଅଲୋଡ଼ା ପ୍ରବୃତ୍ତି ନ ହୋଇ ମଣିଷ ଏକ ମହିମାମୟ ପୁରୁଷୋତ୍ତମର ନୈତିକ ଯୋଗ୍ୟତା ଲାଭ କରିବା ପାଇଁ ବାଟ ଖୋଜି ପାଏ।
ଉତ୍ତର:-ପ୍ରେମ କେବଳ ଯୌବନର ଶିହରଣ ନୁହେଁ। ଏକ କାଳୋତ୍ତୀର୍ଣ୍ଣ ଚେତନା। ଯୌବନରେ ଲେଖିଥିଲି- “ପ୍ରଣୟ ହୋଇଥିଲେ ଫୁଲ ପ୍ରେମ ତା’ର ଦେହର ସୁରଭି ସେ ସୁବାସେ ଆକୁଳ ମୁଁ, ଫୁଲ ଖାଲି କଦାପି ଚାହିଁନି। ଯେତେ ମୁଁ ତ ଚେଷ୍ଟା କଲି କେମିତି ମୁଁ ସବୁ ଭୁଲିଯିବି। ସେତିକି ତ ଚେଷ୍ଟାକଲି କିନ୍ତୁ ଦିନେ ହେଲେ ଭଲ ମୁଁ ପାଇନି।”
ଉତ୍ତର:-ସରଳ କବିତା ସହଜ ନୁହେଁ। କବିତା ସ୍ବରରେ କିଛି ନୂତନତା ସୃଷ୍ଟି କରିବା ଏବଂ ଶୈଳୀର ନୂତନ ସୃଷ୍ଟି କରିବା ଏବଂ ଶୈଳୀର ନୂତନ ପ୍ରୟୋଗ ବିଧି ସୃଷ୍ଟି କରିବା ପ୍ରତିଟି ମୌଳିକ କବିର ଲକ୍ଷ୍ୟ।
ଉତ୍ତର:- ବାସ୍ତବତା ସାମ୍ପ୍ରତିକତା ଉପରେ ଦଣ୍ଡାୟମାନ। ତାକୁ ଉତ୍ତୀର୍ଣ୍ଣ ହେବାରେ ସାହିତ୍ୟରେ ଚିରନ୍ତନତାର ଆଭାସ ମିଳେ। ଏହା ମଧ୍ୟ ବାସ୍ତବତାକୁ ବାଦଦେବା ସମ୍ଭବ ହୁଏନାହିଁ। ନିଜସ୍ବ ଶୈଳୀ ପାଇଁ କଳ୍ପନା ଅନ୍ତରାୟ ହୁଏନାହିଁ। କବିତା ପାଇଁ କଳ୍ପନାର ଆବଶ୍ୟକତା ରହିଛି ବୋଲି ମୋର ବିଶ୍ବାସ।
ଉତ୍ତର:-ଆମ ସାହିତ୍ୟର ସମାଲୋଚନା ଧାରା ଓ ସମାଲୋଚକମାନଙ୍କ ପ୍ରମୁଖ ଦୃଷ୍ଟିଭଙ୍ଗୀ ଗୁଡ଼ିକୁ ଯୁଗ ନିର୍ବିଶେଷରେ ଆକଳନ କରାଯିବା ଉଚିତ୍। ତା’ପରେ ସେଗୁଡ଼ିକ ବିଶ୍ଳେଷଣ ସୃଷ୍ଟିକରି ସମାଲୋଚନାର ମାନଦଣ୍ଡକୁ ସ୍ଥିର କରାଯିବା ଦରକାର। ତେବେ ଯେପରି ସାହିତ୍ୟ କର୍ମର ଆବଶ୍ୟକତା ରହିଛି, ତା ହେଉନାହିଁ।
ଉତ୍ତର:-କୁମାର ମହାନ୍ତି, ଉଦୟ ଦାସ, ମଧୁ ମହାନ୍ତି ଆଉ ଫେରିବେ ନାହିଁ। ମୋ ପାଇଁ ସେମାନେ ବଞ୍ଚିଛନ୍ତି କିନ୍ତୁ ସେମାନଙ୍କ ଅନେକ କଥା ଅକୁହା ରହିଛି। ଅନାମ ଚେତନା ଓ ତା’ର ଆଭିମୁଖ୍ୟକୁ ହୃଦୟଙ୍ଗମ କରି ଯେଉଁମାନେ ଲେଖୁଥିଲେ, ଲେଖୁଛନ୍ତି ବା ଲେଖିବେ ସେମାନେ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ପାଲଟି ଯାଇଥିବେ।
ଉତ୍ତର:- ସ୍ଥିତିରୁ ଅସ୍ଥିତି ଭିତରେ ଯିବା ଅପେକ୍ଷାକୃତ ସୁଖକର ଅନୁଭୂତି। ତା’ପରେ ସୁଖ, ଦୁଃଖର ସ୍ଥିତି ନାହିଁ। କୋଳାକୋଳି, ଗୋଳାଗୋଳି ହେବା ପାଇଁ ଆତ୍ମାର ପ୍ରବର୍ତ୍ତନା ନାହିଁ। ନାହିଁ କରୁଥିବା ଅବସ୍ଥାରେ କାନ୍ଦ କାନ୍ଦ ଅବସ୍ଥାରେ, ଆନନ୍ଦମୟ ସତ୍ତାରୁ ପୁନଶ୍ଚ ବିଛିନ୍ନତା ଓ ପୁର୍ନଜନ୍ମ। ଆନନ୍ଦ ଅପହଞ୍ଚ ପୁନଶ୍ଚ ଯାତ୍ରାରମ୍ଭ। ସିସିଫସ୍ର ଅଭିଶପ୍ତ ଜୀବନ। ସବୁ ଦିହସୁହା।
ଉତ୍ତର:-ପ୍ରିୟ ଲୋକଟି ଦେଖି ନ ଦେଖିଲା ପରି ବ୍ୟବହାରେ କଲେ କିମ୍ବା ବିଶ୍ବାସ ଭଙ୍ଗ କଲେ। ତଥାପି ଏ ମହାବାତ୍ୟା ମୋତେ ମୂକ କରିଦେଇଛି।
ଉତ୍ତର:-ଅଧ୍ୟାପନା ମୋର ବୃତ୍ତି। ତେବେ ଜଣେ ନାଟ୍ୟଶିଳ୍ପୀ ଭାବେ ତ ମୁଁ ଜଣାଶୁଣା।
ଉତ୍ତର:-ଆମ ଐତିହ୍ୟର ସମ୍ଭାବନା ଗତିକୁ ଯୁଗୋପଯୋଗୀ ରୀତିରେ ସମୃଦ୍ଧ କରିବା।
ଉତ୍ତର:-ମୃତ୍ୟୁଠାରୁ ଏ ଯାଏ ଜୀବନକୁ ଲୋଡ଼ି ଆସିଛି। ସେତେବେଳେ ସେ ସଦୟ ହୋଇଛି। ତାକୁ ଲୋଡ଼ିଲେ ସେ ଯଦି ଆସେ, ଖୁସି ହେବି।