ନିଜ ସ୍ୱାର୍ଥ ଚିନ୍ତି ଜଗତ ଯେଦିନ
ଦେବ ମୋତେ ଶତ ପୀଡ଼ା
ଦୂର୍ବହ ଭାରେ ଭାଙ୍ଗି ନପଡ଼ିବି
ଦୃଢ଼ପଦେ ହେବି ଛିଡ଼ା।
ଆନଲାଗି ଯେବେ ସରିବ ମୋହର
କଷ୍ଟ ସଞ୍ଚିତ ବିତ୍ତ
ଆପଣର ଈଷ୍ଟ ମଣି ତା’ ଗୁପତେ
ହେବ ଆନନ୍ଦିତ ଚିତ୍ତ।
ଆନର ଆସନେ ବସାଇ ଯେବେ
ଭାଗ୍ୟ ଦେବତା ସୁଖେ
ନିଜ ବଡ଼ପଣେ ରହିବି ନିଉନେ
ଆନପଦେ ନତ ମୁଖେ।
ନିଜ ଲାଜ ଯେବେ ଗ୍ରାସିବ ମରମ
ଆନ ନ ମଣିବି ତୁଚ୍ଛ
ଆନର ପତନେ ନ ହସିବି କେଭେଁ
ନିଜକୁ ଭାବିଣ ଉଚ୍ଚ।