ମୋ ଦୁଃଖ ଓ ଭାରତର ମାନଚିତ୍ର
ମୋ ଭିତରର ଦୁଃଖକୁ ଆଙ୍କିବାକୁ ବସିଲେ
ଭାରତର ମାନଚିତ୍ର ଆଙ୍କି ହୋଇଯାଏ॥
ସୀମାନ୍ତ ଯାହାର ବୋମା ମାଡରେ ଦନ୍ତୁରୀତ
ମଝିରେ ମଦର ନଈ ଚିର ପ୍ରବାହିତ,
ଜାଲ ଭଳି ବିଛେଇ ହୋଇଛି ସାମ୍ପ୍ରଦାୟିକତାର ବାଡ଼
ଅଭାବ ଅନାଟନର ବେତ୍ରାଘାତରେ ଭଙ୍ଗାରୁଜା ଶହଶହ ନୀଡ଼॥
ଏଇ ଭାରତରେ ନଗନ୍ୟ ମଣିଷଟେ ମୁଁ ଆଉ ମୋ ଭିତରର ଦୁଃଖ
ଜମା ଦେଖା ଯାଏନି, ଅଥବା ବହୁତ୍ ହି ଝାପସା ଦେଖାଯାଏ,
ଆଉ ନିଜ ଦୁଃଖକୁ ଆଙ୍କିବାକୁ ବସିଲେ ଭାରତଟେ ଆଙ୍କି ହୋଇଯାଏ॥

ବାଗଦେବୀ! ଲେଖା ବହୁତ୍ ଭଲ ଲାଗିଲା। ଆହୁରି ଲେଖ।
ବହୁତ ସୁନ୍ଦର କବିତା। ଶବ୍ଦ ସଂଯୋଜନା ଅତି ଉତ୍ତମ।