/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ସେମିତି ସମୟରେ
ତୁରୀ-ଭେରୀ କମ୍ପିଗଲେ ପ୍ରାଣ ଉଡ଼େ ତୁଙ୍ଗ ଶିଖରକୁ
ଶାଣଦିଆ ଶର ପରି, ଶବ୍ଦଙ୍କ ସେ ଅମାନିଆ ସେନା
ପାଟହାତୀ ଶୁଣ୍ଢ ତୋଳେ, ବଙ୍କା ତେଢ଼ା ପ୍ରଶ୍ନବାଚୀ ପରି
ମୃଦଙ୍ଗର ଧିମିଂ ଧିମିଂରେ ଅଣାୟତ୍ତ ହୁଏ ଶମ୍ଭୁଙ୍କ ତାଣ୍ଡବ
ରାଗିଣୀମାନେ ନାଚନ୍ତି
ଝାଞ୍ଜ ଖଡ଼ତାଲର ହାତ ଧରି, ଇସ୍ପାତର ଝଂନ୍‌ଝଂନାହଟ୍ କୁ କାନଡେରି
ଏତେ ହୋମାଗ୍ନି ଥିଲେବି ଥାଏ, ଧାରେ ଦୀପର ରୋଶଣି
ବୈଦୁର୍ଯ୍ୟ ମକୁଟ ନଇଁ ନିଉଛାଳି ହୁଏ
କାନ ଡେରିଥାଏ, ଶୁଣିବାକୁ ସିନ୍ଦୂରିତ ପଥରରୁ ଆଦେଶର ଭାଷା।

ସେମିତି ସମୟରେ
ଅବୋଲକରା ହାତରେ ବି ଶୁଭ ଘଣ୍ଟ ବାଜିଗଲେ
ଚହଟି ଯାଏ, ମାଳତୀ ପରି ସରଳ, ବଜ୍ରମଲ୍ଲୀ ପରି ଧୁଆସଜ ଧ୍ବନି
ଇଚ୍ଛାହୁଏ, ହଜାରେ ସନ୍ଧ୍ୟାତାରାଙ୍କୁ ସମର୍ପି ଦେବାକୁ ତା ପାଦ ତଳେ
ଯାର ଅଭଡ଼ା ସାଙ୍ଗେ ମିଳେ ଏତେଗୁଡ଼ିଏ ଶବ୍ଦର ସାଲାଡ୍‌!

ପାଠକୀୟ ଆଦୃତି

9 VIEWS
0 ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ରଜତ କୁମାର ମିଶ୍ର

ଓଡ଼ିଶାଠାରୁ ଦୂରରେ ରହି ମଧ୍ୟ ଓଡ଼ିଆ ଓ ଓଡ଼ିଶାକୁ ଭଲ ପାଉଥିବା ରଜତ କୁମାର ମିଶ୍ରଙ୍କ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଶ୍ରୀ ମିଶ୍ର କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ରଚନା କରି ଜଣେ ଉଦୀୟମାନ ଲେଖକ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି୤

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପୋରକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

NEWSLETTER

Enter your email address below to subscribe to my newsletter

ଆପଣଙ୍କ ଭୋଟ

How Is My Site?

View Results

Loading ... Loading ...
ଲୋକପ୍ରିୟ ଲେଖା
ପ୍ରବାସରେ ସାହିତ୍ୟ
advertisement
ads
ପାଠକୀୟ ମତାମତ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ →
ଶୀର୍ଷପୃଷ୍ଠା TOP