ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତଥାପି ବଞ୍ଚି ରହିଛି ସ୍ମୃତି ତାର ଆଜି
ସ୍ମୃତିକାର ଅଛି ଅବା କିଏ
ସ୍ମୃତି ର ଦୁଇଟି ଅକ୍ଷରର ଅର୍ଥ ବୁଝିବାକୁ
ବେଳ ନାହିଁ ଖୋଜି ବାହାର କରିବାକୁ
ସ୍ମୃତି ମାନେ କିଛି ନାହିଁ
ଯାହା ଥିଲା ଭଙ୍ଗାରୁଜା ଓ ଅଦରକାରୀ
ତାକୁ ଅବା ମନେ ପକେଇବ କିଏ
ଦିନ ଥିଲା ଗଢ଼ିଥିଲେ ଆମରି ପୂର୍ବପୁରୁଷେ
ପ୍ରସ୍ତରର ମନ୍ଦିର ଓ ଦୁର୍ଗ
ସବୁତକ ଆଜି ଭଗ୍ନ ଓ ନଗ୍ନ
କୋଣାର୍କ ଓ ଜଗନ୍ନାଥ ପୀଠ
ଓଡ଼ିଆ ଜାତିର ଗର୍ବ ଓ ଗୌରବ
ଅଛି ଅବା କେଉଁଠି?
ଆଦର ନାହିଁ ତୋ ସୁନ୍ଦର ନାହିଁ
ତେବେ ମିଳିବ ଅବା ସ୍ମୃତି କେଉଁଠି?
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. ଚନ୍ଦନେଶ୍ଵର ମହାନ୍ତି, Baripada, odisha | ଫେବୃଆରୀ ୨୦, ୨୦୨୧ - ୧୧:୦୩ ଅପରାହ୍ନ
Very attractive, mind blowing
୨. Dr. Bijoy Das, Mumbai, Maharashtra | ଫେବୃଆରୀ ୨୪, ୨୦୨୧ - ୧:୪୮ ପୂର୍ବାହ୍ନ
I feel nostalgic after reading the poem. The present generation has forgotten Odisha’s rich cultural heritage. I have lived outside Odisha since my grand father migrated in 1900 from the erstwhile Midnapore district. Linguistically and culturally we are greater Oriyas though identified as Bengalis.