ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସ୍ବର କାହିଁକି ସିଢି ଚଢେ?
କାହା କଥା ମାନି?
“ସା ରୁ “ନି” ପର୍ଯ୍ୟନ୍ତ-
ଏକ ଅଦେଖା ସ୍ପନ୍ଦନର ତାରକସି ଶୃଙ୍ଖଳାରେ ବାନ୍ଧି ହୋଇ? (୧)
ସ୍ବପ୍ନ, ସ୍ମୃତି ଓ କ୍ରାନ୍ତି ର
ଗୁଡ଼ିଏ ଅନାବନା ଶିହରଣ,
ଦୁଇ ପାଖୁଡ଼ା ଓଦା ଓଦା ଆଖିରେ ଲଟେଇ ଗଲେ-
“ସା” ହସିଦିଏ,
“ନି” ଟିକିଏ କମ୍ପିଯାଏ (୨)
ଏବଂ ଠିକ୍ ସେତିକିବେଳେ-
ସେ ଯେଉଁ ଉଦ୍ଦାମ ଉତ୍ସବଟି,
ଫେଣୁଆ ଅନ୍ତରକୁ ଧରି,
ପଞ୍ଜରା ହାଡ଼ଙ୍କ ଉପରେ ଗୋଡ଼ ଜମାଇ ଜମାଇ ଉପରକୁ ଖେଦି ଯାଏ-
ସେଇ ଅଶ୍ରୁତ ଅସ୍ବରର ଉସ୍ତାଦ୍, ଭିମା ଭୋଇଙ୍କୁ ପଚାର (୩)
ସେ କହିବେ-
ହୁ ହୁ ବତାସରେ, କୋଣାର୍କର ଚୂଡ଼ାନ୍ତରେ ପଥର ଆବୋରି
ସେ ବଚ୍ଚା ଶୁଣିଥିଲା-
ଶୁଣି ପାରିଥିଲା ସେ ଧରମା-ଗୁଡ଼ିଏ ତୀବ୍ର ଆର୍ତ୍ତନାଦ | (୪)
ତାର କଙ୍କାଳରେ ଥିଲା ସେ ତାକତ୍
ସେ କମ୍ପନର ତାଣ୍ଡବକୁ ନିହାଣରେ ଖୋଳି ଖୋଳି
ଲେଖିଗଲା ସ୍ବରଙ୍କ ନୂଆ ବ୍ୟାକରଣ
ସିଢିକୁ ପାଦରେ ଠେଲିଦେଇ… (୫)
ମତାମତ ସଂଖ୍ୟା - ୧୧ ଆପଣଙ୍କ ମତାମତ ?
୧. bishal mishra | ଫେବୃଆରୀ ୯, ୨୦୧୨ - ୭:୩୨ ପୂର୍ବାହ୍ନ
ବଢିଆ ହେଇଛି
୨. ସଂଜୟ କୁମାର ମହାପାତ୍ର | ଫେବୃଆରୀ ୧୨, ୨୦୧୨ - ୧୨:୩୨ ଅପରାହ୍ନ
ବହୁତ ଭଲ ଲାଗିଲା ଭାଷା ସାହିତ୍ୟର ଉନ୍ନତି ହେଉ
୩. ବିଷଣୁ | ଫେବୃଆରୀ ୧୨, ୨୦୧୨ - ୧୨:୪୭ ଅପରାହ୍ନ
ଅତି ସୁନ୍ଦର
୪. s.k.mishra | ଫେବୃଆରୀ ୧୩, ୨୦୧୨ - ୧୨:୦୪ ପୂର୍ବାହ୍ନ
Jete anabadya kruti re mundi mariba pachhare ehibhali Dharama manankara haat rahichhi, jhakau ki sidiru olhaiba paain anumati dia jai naahin. Kabita ti ati sundar hoichhi, KEEP IT UP
୫. ଲିଙ୍ଗରାଜ ବେହେରା | ଫେବୃଆରୀ ୧୩, ୨୦୧୨ - ୭:୦୭ ପୂର୍ବାହ୍ନ
ବହୁତ ଭଲ ଲାଗୁଛି
୬. ଅଜୟ କୁମାଋ ପାଢୀ | ଫେବୃଆରୀ ୧୪, ୨୦୧୨ - ୩:୫୭ ପୂର୍ବାହ୍ନ
ରଜତ୍,
କବିତା ଭଲ ଲାଗିଲା;
କିଛିଟା ହିନ୍ଦୀ ଶବ୍ଦ ରାଜସ୍ଥାନ୍ ର ପ୍ରଭାବ ଦର୍ଶାଉଛି….
ତମେ କିନ୍ତୁ ଲେଖିଚାଲ;
ଏଥିପାଇଁ ସମୟ ଦେଇପାରୁଛ, ଏହା ପ୍ରଶଂସନୀୟ
୭. manashi sahoo | ମାର୍ଚ୍ଚ୍ ୯, ୨୦୧୨ - ୭:୫୯ ଅପରାହ୍ନ
khoob sundar….
୮. ପ୍ରଦୀପ କୁମାର ବ୍ରହ୍ମା, ଇଂରାଜୀ ଅଧ୍ୟାପକ | ମାର୍ଚ୍ଚ୍ ୧୮, ୨୦୧୨ - ୧୦:୫୦ ପୂର୍ବାହ୍ନ
ବହୁତ ଭଲ ହୋଇଛି
୯. କିଶୋର ଚନ୍ଦ୍ର ମିଶ୍ର | ଏପ୍ରିଲ୍ ୧୩, ୨୦୧୨ - ୪:୦୨ ପୂର୍ବାହ୍ନ
ପ୍ରକୃତରେ ଓଡିଆ ସାହିତ୍ୟ.କମ ର ପଦକ୍ଷେପମାନ ପ୍ରଶଂସନୀୟ ଏଥିରେ ପ୍ରକାଶିତ ଲେଖା ମାନ ଉଚ୍ଚକୋଟିର ପରି ଲାଗେ ଏହି ୱେବସାଇଟ ର ନିର୍ମାତା/ ପ୍ରତିଷ୍ଠାତାଙ୍କୁ ଅନେକ ଅନେକ ଶୁଭେଚ୍ଛା ତାଙ୍କର ଏପରି ଅଭିନବ ପଦକ୍ଷେପ ନିମନ୍ତେ
୧୦. ପବିତ୍ର ମୋହନ କର | ମେ ୧୮, ୨୦୧୨ - ୫:୪୩ ପୂର୍ବାହ୍ନ
ବନ୍ଧୁ ରଜତ୍
ବାଣୀବିହାର୍ ସମୟରେ ତମକୁ ଚିହ୍ନିଲି, ଅଲିଭା ଛାପ ଛାଡି ଯାଇଛ ତମେ, କବିତା କେବଳ ନୁହେଁ, ଗଦ୍ୟ କ୍ଷେତ୍ରରେ ମଧ୍ୟ ତମର ତୁଳନା ନାହିଁ , ଖୁବ ଭଲ ପ୍ରୟାସ, ଅନେକ ଭଲ ଲେଖାର ଅପେକ୍ଷାରେ ରହିଲି, ଧନ୍ୟବଦ .
୧୧. ଗିରିଜା ଶଙ୍କର ପଣ୍ଡା | ନଭେମ୍ବର୍ ୬, ୨୦୧୫ - ୯:୫୧ ପୂର୍ବାହ୍ନ
ଲେଖାଟି ଆକର୍ଷଣୀୟ ହୋଇଛି।