ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସେମିତି ସମୟରେ
ତୁରୀ-ଭେରୀ କମ୍ପିଗଲେ ପ୍ରାଣ ଉଡ଼େ ତୁଙ୍ଗ ଶିଖରକୁ
ଶାଣଦିଆ ଶର ପରି, ଶବ୍ଦଙ୍କ ସେ ଅମାନିଆ ସେନା
ପାଟହାତୀ ଶୁଣ୍ଢ ତୋଳେ, ବଙ୍କା ତେଢ଼ା ପ୍ରଶ୍ନବାଚୀ ପରି
ମୃଦଙ୍ଗର ଧିମିଂ ଧିମିଂରେ ଅଣାୟତ୍ତ ହୁଏ ଶମ୍ଭୁଙ୍କ ତାଣ୍ଡବ
ରାଗିଣୀ ମାନେ ନାଚନ୍ତି
ଝାଞ୍ଜ ଖଡ଼ତାଲର ହାତ ଧରି, ଇସ୍ପାତର ଝଂନ୍ଝଂନାହଟ୍ କୁ କାନଡ଼େରି
ଏତେ ହୋମାଗ୍ନି ଥିଲେବି ଥାଏ, ଧାରେ ଦୀପର ରୋଶଣି
ବୈଦୁର୍ଯ୍ୟ ମକୁଟ ନଇଁ ନିଉଛାଳି ହୁଏ
କାନ ଡେରିଥାଏ, ଶୁଣିବାକୁ ସିନ୍ଦୂରିତ ପଥରରୁ ଆଦେଶର ଭାଷା
ସେମିତି ସମୟରେ
ଅବୋଲକରା ହାତରେ ବି ଶୁଭ ଘଣ୍ଟ ବାଜିଗଲେ
ଚହଟି ଯାଏ, ମାଳତୀ ପରି ସରଳ, ବଜ୍ରମଲ୍ଲୀ ପରି ଧୁଆସଜ ଧ୍ବନି
ଇଚ୍ଛାହୁଏ, ହଜାରେ ସନ୍ଧ୍ୟାତାରାଙ୍କୁ ସମର୍ପି ଦେବାକୁ ତା ପାଦ ତଳେ
ଯାର ଅଭଡ଼ା ସାଙ୍ଗେ ମିଳେ ଏତେଗୁଡ଼ିଏ ଶବ୍ଦର ସାଲାଡ଼୍ !
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. Swayam Brahma | ଜୁନ୍ ୧୪, ୨୦୧୨ - ୨:୧୬ ଅପରାହ୍ନ
What a composition Rajat! I know you from your VaniVihar days. You are same, amazing, unpredictable talent. I liked the finishing of this poem. Rich language..really.
୨. SUBODH DAS | ଜୁଲାଇ ୧୨, ୨୦୧୨ - ୨:୧୭ ପୂର୍ବାହ୍ନ
SABDAR SALAD. KHUB CHAMTKAR LAGILA.
୩. akshaya kumar rout | ସେପ୍ଟେମ୍ବର୍ ୮, ୨୦୧୨ - ୬:୧୫ ପୂର୍ବାହ୍ନ
mana mugdhakara barnana