ତୁମକୁ ବସିଛି ଚାହିଁ ଯୁଗ ଯୁଗ ଯାଏ
ହେଲେ ତୁମେ କ’ଣ କେବେ ଭାବ?
ତୁମେ କ’ଣ ଜାଣ ସତେ
କେତେଦିନ ମିଶି ହୁଏ ବର୍ଷ
ଆଉ କେତେ ବର୍ଷ ମିଶି ଯୁଗ ହୁଏ?

ଯୋଗ ଓ ବିୟୋଗ ଯଦି
ଅଳ୍ପ ଅଳ୍ପ ଜାଣିଥାନ୍ତ
ତେବେ, କେବେ କେମିତି ତ ନିଶ୍ଚେ
ଆସୁଥାନ୍ତ ଯାଉଥାନ୍ତ

ହେଲେ ନା ତୁମେ ଆସ
ନା ତୁମେ ଯାଅ
ବଡ ଅଜବ ପ୍ରତୀକ୍ଷା ମୋର
ବଡ ଅଦ୍ଭୁତ ମୋ ଅଭିସାର

ନିତ୍ୟ ମିଳନରେ ନାଚେ
ମନ ପ୍ରାଣ ଦେହ
ଆଉ ବିରହ ତାତିରେ ପୁଣି
ଖଇ ଫୁଟା ଜର!