ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମନେପଡ଼େ ଆଜି
ରଜର ଚକୁଳି ଆମ୍ବ ଗଛ ଦୋଳି
ସୁଦଶା ବ୍ରତର ପିଠା
ରଥର ଦଉଡ଼ି ବର୍ଷାରେ କବାଡ଼ି
ରାଧାଷ୍ଟମି ର ମିଠା।
ଦଶହରା ଛୁଟି ବାଟ ଓଷା ଷଷ୍ଠୀ
ଦୁଆରରେ ଝୋଟି ଛିଟା
କୁମାର ପୁନେଇ ଚାନ୍ଦକୁ ଅନେଇ
ଜେଜେମାଙ୍କ ର ଛଟା।
ବାରୁଣୀ ସ୍ନାନ ପୂଣେଇ ଜହ୍ନ
ପଟକା ଆମ୍ବିଳା ଖଟା,
ଗଣେଶଙ୍କ ପୂଜା, ସଂକ୍ରାନ୍ତିର ଖଜା
ଆମ ଗାଁ ନଈ ପଠା।
ଅକ୍ଷୟ ତୃତୀୟା, ମା’ଙ୍କ ଦ୍ବିତୀୟା
ଖଡାମରା ର ଗୋଟା
ଶୀତଳ ଷଷ୍ଠୀ, ବେଲ ପଣା ମିଷ୍ଟି
କ୍ଷେତ ଶୁକ୍ରବାର ଲୋଟା।
ମନେପଡେ ଭାରି ମୋର ……
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ଭାଗ୍ୟବନ୍ତ ମ ହା ଲିଙ୍ଗ | ଫେବୃଆରୀ ୬, ୨୦୨୦ - ୧୨:୦୪ ଅପରାହ୍ନ
ମନ୍ କେ ଘୀନି ନେଲା ଲେଖା ଆଜ୍ଞା,,,, ବହୁତ୍ ସୁନ୍ଦର୍ ଲେଖା