ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ଗୋପରେ ଗୁପତ ମୋ ଗଳାମାଳି
  ନୀଳାମ୍ବର ବିଶ୍ବାଳ,ଉଦ୍ୟାନ ମାର୍ଗ , ଭୁବନେଶ୍ବର -୯
 
 
ତା: ମାର୍ଚ୍ଚ୍ ୧୨, ୨୦୧୧  
ମୂଳ ପୃଷ୍ଠାକାବ୍ୟ ଓ କବିତାଗୀତି କବିତା
 

ଆଖିରେ ମାଖିଲି କଜଳ ଯତନେ – ପାଦରେ ଅଳତା ଗାର
ଦିହରେ ଲେପିଲି ହଳଦି ବାଟଣ – ମୁହଁରେ ଲବଣୀ ସର
ସୁନ୍ଥା ପଡ଼ିଛି ଖାଲି
କିଏ ଲେପିଦେବ ସିନ୍ଥିରେ ସିନ୍ଦୂର
କା’ ହାତ ହୋଇବ ସିନ୍ଦୂରେ ନାଲି
ସୁନ୍ଥା ପଡ଼ିଛି ଖାଲି୤

କପାଳେ ଥାପିଲି ବିନ୍ଦିର ଟିକିଲି – କେଶରେ ଅତର ଧାର
ରୁଞ୍ଜପରି ଓଠ ରଙ୍ଗେଇ ବସିଲି – ହାତେ ମଞ୍ଜୁଆତି ଗାର
ସୁନ୍ଥା ପଡ଼ିଛି ଖାଲି
କିଏ ଲେପିଦେବ ସିନ୍ଥିରେ ସିନ୍ଦୂର
କା’ ହାତ ହୋଇବ ସିନ୍ଦୂରେ ନାଲି
ସୁନ୍ଥା ପଡ଼ିଛି ଖାଲି ୤

ନଖରେ ନେସିଲି ନଖର ପାଲିସି – ନାକେ ସୁନା ନାକଚଣା
ହାତେ ବଟଫଳ କଟି ଚନ୍ଦ୍ରହାର – କାନେ କୁଣ୍ଡଳ ଗହଣା
ସୁନ୍ଥା ପଡ଼ିଛି ଖାଲି
କିଏ ଲେପିଦେବ ସିନ୍ଥିରେ ସିନ୍ଦୂର
ଗୋପରେ ଗୁପତ ମୋ ଗଳାମାଳି
ସୁନ୍ଥା ପଡ଼ିଛି ଖାଲି ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନୀଳାମ୍ବର ବିଶ୍ବାଳ,ଉଦ୍ୟାନ ମାର୍ଗ , ଭୁବନେଶ୍ବର -୯
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤