ମୁଁ’ ଯେ କେଡ଼େ ଅହଂକାରୀ ଅତୀତର କଥା ଘାଣ୍ଟି
ଦୋଷ ଖୋଜିବା ଅନ୍ୟର ଓ’ହୋ ମୋର ଭାଗ୍ୟ!
କରିବାର ଯୋଗ୍ୟ ଯଦି ତାହା ମୁଁ’ ଅଟକାଇବି
ତଥାପି ପଶ୍ଚାତାପର ଟିକିଏ ଅନୁଭବ
ମନ ମଧ୍ୟରେ କେବେ ବି ଆସିବ ନାହିଁ।
ଯଦି କେହି ପଚାରିଲା ଆଗକୁ କ’ଣ କରିବା?
ସେଥିପାଇଁ ମୁଁ’ ଉତ୍ତର ରଖି ଅଛି ‘ଅସହାୟ’।
ଏହା ମୋର ଅସ୍ତ୍ର ଏହା ମୋର ଶସ୍ତ୍ର
କରିବି ନାହିଁ କି’ କରିଦେବି ନାହିଁ
ମୁଁ ପରା ‘ଅହଂକାରୀ’।
ଅସହାୟତା ହିଁ ସବୁଠୁ ବଡ ଅହଙ୍କାର…
ଧନ୍ୟବାଦ!