ଆରମ୍ଭରେ ଶେଷ ନା ଶେଷରେ ଆରମ୍ଭ
କୋଉଠି ସରିଛି ଚଲାପଥ-?
ତମ ସହ ଚାଲୁଥିଲେ ବାଟ
ଯେତେ ଦୂର ସେତେ ଲାଗେ ପାଖ
ଅଥଚ! ଏମିତି ଲାଗେ
ଓଃ ସରନ୍ତାନିକି ଏ ଅସରନ୍ତି ଗପ!

କେବେ ମରିବ ଫୁଲଗଛ
କେତେ ଦିନ ପରେ
ମାଇ ସଂଜରେ ଅନ୍ତର୍ଦ୍ଧାନ ହେବ ବୁଢୀଅସୁରୁଣୀ
ପାଣିକାଚ ନାଇ ଫେରିବ ରାଜଜେମା
ଅସରନ୍ତି ଏଇ ଗପରେ ସରିବ ତର୍ଜମା”
ବୋଧ ହୁଏ- ହୁଁ କହୁଥିବା ଯାଏ
ଅସରନ୍ତିଥିବ ତମ ଗଳ୍ପ