କମ୍ପୁଟର୍
କାଲିଥିଲା ଯାହା ସପନ
ଆଜି ହୋଇଲା ସତ
କମ୍ପୁଟର୍ ବଳେ ମଣିଷ
ଏବେ ଉଡ଼ାଏ ନେତ!
ଏଇ ବସ୍ତୁ କେଡ଼େ ଅଜବ
ଅଛି ତାପାଖେ ଜ୍ଞାନ
ଶୂନ ଏକ ସାଥିରେ ଧରି
କରେ ସବୁ ସମାଧାନ!!
ସେତ ଜାଗ୍ରତ ପ୍ରହରୀ
ଏକବିଂଶ ଶତାବ୍ଦୀର
ଯାହା ବିନା ସତ୍ତା ମିଳେନି
ଏ ସଭ୍ୟ ସମାଜର!!!
ଇଣ୍ଟର୍ନେଟ୍
ଇନ୍ଦ୍ରଜାଲ ଇଏ କାହାର
ଗଲାସେ ରଚି କିଏ
କୋଣେ ଅନୁକୋଣେ ବିଶ୍ବର
ପ୍ରତିଫଳିତ ହୁଏ,
ଇଣ୍ଟର୍ନେଟ୍ ନାମ ତାହାର
ନେଟ୍ ଭାବେ ଜଣା ଶୁଣା
ୱାର୍ଲଡ୍ ୱାଇଡ଼୍ ୱେବ୍ ବୋଲି
ହୁଏ ନିତି ସେ ଗଣା।
ଗନ୍ତାଘର ଇଏ ଜ୍ଞାନର
ଅଛି ତା ପାଖେ ଚାବି
ଯେତେବେଳେ ଯାହା ମାଗିବ
ଦିଏ କିଛି ନ ଭାବି।
ଯେତେ ପାଠାଗାର ବିଶ୍ବର
ସବୁ ତା ପାଖେ ଅଛି
ବହିଟିଏ ତାକୁ ମାଗିଲେ
ସଙ୍ଗେ ସଙ୍ଗେ ଦେଉଛି।
ସମୟ ଆଉ ଦୂରତାକୁ
କରେ ନାହିଁ ଅପେକ୍ଷା
ନିମିଷକେ ପ୍ରଶ୍ନ ପଠାଇ
କରିପାରେ ସେ ପରୀକ୍ଷା।
ଘରେ ବସି ବେପାର ଚାଲେ
ଇଣ୍ଟର୍ନେଟ୍ ଥିଲେ
ବ୍ୟାଙ୍କ୍ ଯିବା ତ ଲୋଡ଼ା ନାହିଁ
ନେଟ୍ ସଂଯୋଗ ହେଲେ,
ଆହୁରି ଅନେକ ସୁବିଧା
କେତେ ଯୋଗାଇ ଦିଏ
ସାନ ଠାରୁ ବଡ଼ ପର୍ଯ୍ୟନ୍ତ
ବନ୍ଧୁ ସଭିଙ୍କ ସିଏ!
କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବିଷୟରେ ପ୍ରଥମ କରି କବିତାଟିଏ ପଢିଲା ଭଳି ଲାଗିଲା। କବିଙ୍କୁ ଅନୁରୋଧ ଆହୁରି ଅନେକ କବିତା ଏ ନୂତନ ଯୁଗ ବିଷୟରେ ଲେଖନ୍ତୁ।