ତୁମର ଆତ୍ମବିଶ୍ବାସ ଭାଙ୍ଗିବାରେ ଅନ୍ୟର ଅଧିକାର
ଅଛି କି ନା ମୁଁ ଜାଣିନି
ତେଣୁ ଭାବିନେଲି ତୁମର ସେ
ଆତ୍ମବିଶ୍ବାସ ଅତୁଟ ରହୁ
ଏବଂ ମୋର କି ବିଶ୍ବାସ ହେଲା ଯେ
ତୁମେ ସତ କହିଛ
ଅବଶ୍ୟ ମଝିରେ ମଝିରେ
ମୁଁ ଅଭୁଲାପଣରେ
ସେଥିରେ ବାଧା ଦେଇପାରିଥାଏ,
ଯଦିଓ ତୁମେ ମୋତେ ଅନ୍ୟମାନଙ୍କ ପରି ଦେଖିନାହିଁ।
ସେ ଯାହା ହେଉନା କାହିଁକି
ମୁଁ ବ୍ୟସ୍ତ ବହୁଳତା ମଧ୍ୟରେ ବି
ନିଜର ଆତ୍ମବିଶ୍ବାସକୁ ଜାହିର କରିବାକୁ
କିଛିଟା ସଫଳକାମୀ ହୋଇଛି
ଏବଂ ବଡ଼ଠାରୁ ଛୋଟଯାଏଁ
କାହିଁକି ମୋ ପଛରେ କହୁଛନ୍ତି
ବୁଝିବାକୁ ଚେଷ୍ଟା କରୁଛି ମାତ୍ର
ଠିକ୍ କରିଛି କି ଭୁଲ୍ କରିଛି
କେବଳ କହିବେ ଉପରବାଲା।