ବିଶାଳ ଗଗନ ତଳେ ଅଛି ସେଇ ସବୁଜ ଧରଣୀ
ସମୁଦ୍ରର ସେଇ ଗର୍ଜନ ବି,
ଅଛି ପୁଣି କୋକିଳର କୁହୁତାନ
ତଥାପି ଲାଗେ କାହିଁକି ଏତେ ଶୁନ୍ଶାନ୍।
ଅଛି ସେଇ ଚିହ୍ନା ଅଚିହ୍ନା ମଣିଷଙ୍କ ଭିଡ
ସହ ଖଟା ମିଠା ଅନୁଭୂତି ଯେତେ
ଅଛି ପୁଣି ସଙ୍ଗୀତର ମଧୁର ମୂର୍ଚ୍ଛନା
ତେବେ ବି ଲାଗେ କାହିଁକି ଏତେ ଶୁନ୍ଶାନ୍।
ବଞ୍ଚିବାର ବାହାନା କିଛି ସତମିଛ
ଆଗକୁ ଯିବାର ଇଚ୍ଛା ବି,
ଅଛି ପୁଣି କିଛି ନୁଆ ସ୍ବପ୍ନ
ତଥାପି ଚାରିଆଡ କାହିଁକି ଏତେ ଶୁନ୍ଶାନ୍।