ଯୀଶୁ
ଛାତିକୁ ବିଦ୍ଧ କରୁଥିବା କଣ୍ଟାକୁ
କେମିତି ଫିଙ୍ଗିବି?
ଯୁଆଡ଼େ ଫିଙ୍ଗିଲେ ବି
କେହି ନା କେହି ତ
ରକ୍ତାକ୍ତ ହେବ।
କିମ୍ଭୀରିଣୀ
ମୁଁ ମୂର୍ଖ ମାଙ୍କଡ଼
ଲୁଚେଇପାରିନି କଲିଜାକୁ
ଗଛ କୋରଡ଼ରେ
ଏଡ଼େଇପାରିନି ଆମନ୍ତ୍ରଣକୁ
ବନ୍ଧୁତାର ନିଘୋଡ଼ ମୋହରେ
ଏବେ ମୋର ଚାରିଆଡ଼େ
ଅସହାୟତାର ଅକାତକାତ ପାଣି
ମଝି ନଈରେ କଲିଜା ମାଗୁଛି
କିମ୍ଭୀରିଣୀ।
ସୁନ୍ଦର ଶବ୍ଦର ସମ୍ଭାର ଆଉ ଅପୂର୍ବ ଦୀପ୍ତି ନେଇ କବିତା ଦୁଇଟି ଖୁବ୍ ଭାବୋଦ୍ଦିପକ ହୋଇଚ୍ଛି।
କବିଙ୍କୁ ହୃଦୟ ଭରା ଅଭିନନ୍ଦନ।