ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ନେପଥ୍ୟେ କୋଳାହଳ
 |- ପ୍ରଭାକର ମହାରଣା
 
 
ତା: ଡିସେମ୍ବର୍ ୧, ୨୦୧୧  
 

ଶୋଷିତ ହେଉଛି ନିରୀହ ଜନତା
ଶୋଷିତ ଶାସନେ ରହି ରହି,
ପ୍ରତିବାଦ କଲେ ଶୋଷକ କହୁଛି
ତୁହି ଅଟୁ ପରା ଦେଶଦ୍ରୋହୀ୤

ପୂଣ୍ୟପ୍ରଭା ମାଟି ସତେକି ନୀରବ
ଶୋଷଣ ଶୋଷିତ ଜାଣେ ନାହିଁ,
ଗଣ୍ଡେ ଖାଇ ଏଠି ଦଣ୍ଡେ ଜିଇଁବାକୁ
ବିଧାତା ଜନମ ଦେଇନାହିଁ୤

ତଥାପି ସଢୁଛୁ ଶୋଷିତ ହାତରେ
ପ୍ରତିବାଦ କିଆଁ ତୋର ନାହିଁ,
ତୋର ଜାତି ଭାଇ ମରଣ ମୁଁହରେ
ଜାତିର ପଛୁଆ ନାମ ନେଇ୤

ଭଣ୍ଡାର ଭରୁଛି ଶୋଷକ ଏଠାରେ
ବରିବ ଛାତିର ରକ୍ତ ନେଇ,
ଗରୀବ କଙ୍କାଳେ ସଉଧ ତୋଳୁଛି
ସମାଜକୁ ଏଠି ଧୋକା ଦେଇ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଭାକର ମହାରଣା, ନନ୍ଦପୁର, କୋରାପୁଟ
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଜ୍ବୋତି ପ୍ରସାଦ ରାଉତ  |  ଡିସେମ୍ବର୍ ୨୪, ୨୦୧୧ - ୭:୩୪ ପୂର୍ବାହ୍ନ

    ପ୍ରଭାକର ମହାରଣା ଭାଇ, ନମସ୍କାର୍ । 

    ଖୁବ୍ ପ୍ରଭାବଶାଳୀ କବିତା ଟିଏ ।କୋରାପୁଟ୍ ରେ ମୋର ବି ଜନ୍ମ, ତେଣୁ ମୁଁ ଏ ପଂକ୍ତି ର ଭାବ  ବେଶ୍ ଭଲ ଭାବରେ ଉପଲବ୍ଧି କରି ପାରୁଛି ।ଆପଣଙ୍କ ଦୃଷ୍ଟିକୋଣ ସବୁ ସମୟ ପାଇଁ ସତ । ମୋ ମତ ରେ ସମାଜ ସବୁଠାରୁ ଅଧିକା ଶକ୍ତିଶାଳି ଏବଂ ସଚ୍ଚେତ୍ ମଣିଷ ସମାଜର ମେରୁଦଣ୍ଡ । ମୁଁ ବିଶ୍ୱାସ କରେ, ଆମ ସମାଜରେ ଥିବା ଅନୈତିକ ବ୍ୟକ୍ତି ଓ
     ଚିନ୍ତାଧାରା ସମୁହକୁ ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଏକ 
    ସୁସ୍ଥତର ପରିବେଷ ନିର୍ମାଣ କରାଯାଇ ପାରିବ ।

    ବନ୍ଦେ ଉତ୍କଳ ଜନନୀ  ॥

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤



♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ