ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ଶୋଷିତ ହେଉଛି ନିରୀହ ଜନତା
ଶୋଷିତ ଶାସନେ ରହି ରହି,
ପ୍ରତିବାଦ କଲେ ଶୋଷକ କହୁଛି
ତୁହି ଅଟୁ ପରା ଦେଶଦ୍ରୋହୀ
ପୂଣ୍ୟପ୍ରଭା ମାଟି ସତେକି ନୀରବ
ଶୋଷଣ ଶୋଷିତ ଜାଣେ ନାହିଁ,
ଗଣ୍ଡେ ଖାଇ ଏଠି ଦଣ୍ଡେ ଜିଇଁବାକୁ
ବିଧାତା ଜନମ ଦେଇନାହିଁ
ତଥାପି ସଢୁଛୁ ଶୋଷିତ ହାତରେ
ପ୍ରତିବାଦ କିଆଁ ତୋର ନାହିଁ,
ତୋର ଜାତି ଭାଇ ମରଣ ମୁଁହରେ
ଜାତିର ପଛୁଆ ନାମ ନେଇ
ଭଣ୍ଡାର ଭରୁଛି ଶୋଷକ ଏଠାରେ
ବରିବ ଛାତିର ରକ୍ତ ନେଇ,
ଗରୀବ କଙ୍କାଳେ ସଉଧ ତୋଳୁଛି
ସମାଜକୁ ଏଠି ଧୋକା ଦେଇ
Poem is very impressive. The theme is very heart- touching. I think it also reflects the poet's magnanimity.
( sanat ) →
khub bhala.
( sanat ) →
A beautiful reading.
( sanat ) →
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ଜ୍ବୋତି ପ୍ରସାଦ ରାଉତ | ଡିସେମ୍ବର୍ ୨୪, ୨୦୧୧ - ୭:୩୪ ପୂର୍ବାହ୍ନ
ପ୍ରଭାକର ମହାରଣା ଭାଇ, ନମସ୍କାର୍ ।
ଖୁବ୍ ପ୍ରଭାବଶାଳୀ କବିତା ଟିଏ ।କୋରାପୁଟ୍ ରେ ମୋର ବି ଜନ୍ମ, ତେଣୁ ମୁଁ ଏ ପଂକ୍ତି ର ଭାବ ବେଶ୍ ଭଲ ଭାବରେ ଉପଲବ୍ଧି କରି ପାରୁଛି ।ଆପଣଙ୍କ ଦୃଷ୍ଟିକୋଣ ସବୁ ସମୟ ପାଇଁ ସତ । ମୋ ମତ ରେ ସମାଜ ସବୁଠାରୁ ଅଧିକା ଶକ୍ତିଶାଳି ଏବଂ ସଚ୍ଚେତ୍ ମଣିଷ ସମାଜର ମେରୁଦଣ୍ଡ । ମୁଁ ବିଶ୍ୱାସ କରେ, ଆମ ସମାଜରେ ଥିବା ଅନୈତିକ ବ୍ୟକ୍ତି ଓ
ଚିନ୍ତାଧାରା ସମୁହକୁ ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଏକ
ସୁସ୍ଥତର ପରିବେଷ ନିର୍ମାଣ କରାଯାଇ ପାରିବ ।
ବନ୍ଦେ ଉତ୍କଳ ଜନନୀ ॥