ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଲକ୍ଷ୍ମୀଧର ନାୟକ
ଉତ୍କଳମଣି ଗୋପବନ୍ଧୁ ଦାସ
ଗୋପାଳ ଚନ୍ଦ୍ର ପ୍ରହରାଜ
ମନମୋହନ ମିଶ୍ର
ନିତ୍ୟାନନ୍ଦ ମହାପାତ୍ର
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କବିତା
  ପ୍ରିୟରଞ୍ଜନ ଦାସ, ନାଗାଲାଣ୍ଡ
 
 
ତା: ମାର୍ଚ୍ଚ୍ ୧୧, ୨୦୧୩  
 

ସେ ସ୍ବପ୍ନରେ ଆସେ୤
ମେଞ୍ଚାଏ ଶବ୍ଦ ସହ
ଚିତ୍ରକଳ୍ପ ଆଙ୍କି
କିଛି ଗୋଟେ କହିବାକୁ ଆସେ୤
ଥରେ ଥରେ ସେ ଚାପିଦିଏ
ତାର ସ୍ନେହବସର ପଣତ ତଳେ
ଭୂତ ଓ ଭବିଷ୍ୟ
ଅସ୍ତିତ୍ବ ହରେଇ ଦିଏ
ଝର ଝର ଝରଣା ପରି
ଫେନିଳ ନଦୀ ବକ୍ଷରେ
ପୁଣି ସମର୍ପି ଦିଏ ତାର
ଚଳ ଚଞ୍ଚଳ ଜୀବନ
ଆଲିଙ୍ଗନରତ ସମୁଦ୍ର ଭିତରେ୤

ବ୍ୟାପିଯାଏ ଧଳା ଧଳା ଫୁଲ
କଳା କଳା ମେଘ ହୋଇ
ମୃତ୍ୟୁ ରଙ୍ଗ ଠୁଁ
ଈଷତ୍‌ ଫିକା ନୀଳ ଆକାଶରେ୤
ଯୌବନର ଉତ୍ତାଳ ତରଙ୍ଗେ
ଯୁବତୀ ଅଳସ ଚାହାଣୀରେ
ଦେଖେଇ ହେବାର ବୃଥା ଆସ୍ଫାଳନରେ
ବୃଦ୍ଧର ଲୋଳିତ ଚର୍ମ ଓ ତା ଅଭିଜ୍ଞ ଆଖିରେ,
ରୂପ ଶବ୍ଦ ଗନ୍ଧ ନେଇ ସେ ଆସେ୤

ପୁଣି ତା ଆଗମନ ଚାବୁକ ପ୍ରହାରରେ
ପ୍ରଜା ମେଳିରେ, ଭାଷା ଆନ୍ଦୋଳନରେ
ତୋଷାମଦିଆର ଚାଟୁରେ
ନିର୍ଭିକ ବାଳକର ମୃତ୍ୟୁରେ୤
ସେ ଆସେ ସାଧବ ବୋହୂ ସଙ୍ଗେ
ଶୃଙ୍ଗାର ରଚି ମୌସୁମୀରେ
ବସନ୍ତରେ କୋଇଲିର ମୂର୍ଚ୍ଛନାରେ
ନିଦାଘ ତପତ କାଳେ ଅଂଶୁଘାତର
ବୀଜ ବୁଣି ବୁଣି, ଶରତର ଶିକ୍ତ ମାଟି
ଓ ନିର୍ମେଘ ଶୂନ୍ୟ ଆକାଶରେ୤

ଟ୍ରୟର ସମର ଭୂଇଁରୁ
ପଦ୍ମିନୀର ରୂପ, ତା ସତୀତ୍ବରୁ
ନନ୍ଦିଘୋଷର ଘର୍ଘରନାଦ, ଓଁ କାରରୁ
ସାଲବେଗର ଜର୍ଜରିତ ଯନ୍ତ୍ରଣାମୟ ହୃଦୟରୁ
ତ୍ରିଲୋଚନର ଜଟା ମଧ୍ୟରୁ
ଭାଗିରଥିର କୁଳୁ କୁଳୁ ନାଦରୁ
ତ୍ରିବେଣୀ ସଙ୍ଗମ, କୁମ୍ଭ ମେଳାରୁ
ପୁଣି ସେ କେବେ କେବେ ଆସେ୤

ସହରର ଝୁମ୍ପୁଡ଼ି ପଟିର ଦୁଃଖରୁ ଦୈନ୍ୟରୁ
ଲାଲବତୀ ଇଲାକାର କାମନାରୁ ବାସନାରୁ
ନଭଶ୍ଚୁମ୍ବୀ ଅଟ୍ଟାଳିକାର ଐଶ୍ବର୍ଯ୍ୟ ଓ ମଦମତ୍ତରୁ
ଫସଲର ସୁନାବେଶ ଆତ୍ମସନ୍ତୋଷରୁ
ଆଈମା କାହାଣୀର କାଉଁରୀ ରାଜ୍ୟର ପାକୁଆ ପାଟିରୁ
ରୂପ ଅରୂପରେ ସେ ଆସେ୤

ମଙ୍ଗଳ ଗ୍ରହ ସହ ଜୟଯାତ୍ରା
ଚନ୍ଦ୍ରପୃଷ୍ଠରେ ମଣିଷର ପଦାପର୍ଣର ଅହମିକା
ପରାମାଣୁର ଧ୍ବଂସ ସ୍ତୁପ ଭିତରୁ
ସେ ଆସେ ଭିନ୍ନ ଏକ ରୂପ ଅବତାରି୤
ସେ ଆସେ ପ୍ରତିଟି ମୂହୁର୍ତ୍ତେ ପ୍ରତିକ୍ଷଣେ
ପ୍ରତି ସତ୍ତା ଅନ୍ତସତ୍ତାରେ
ଜିଅନ୍ତା ଶବରେ ପାରି ହୋଇ ଭବତରଙ୍ଗିଣୀ
ଅତୀତ କାଗଜରେ, ବର୍ତ୍ତମାନ କଲମରେ
ଭବିଷ୍ୟତର ଭାଷା ଫୁଟେଇବାକୁ ସେ ଆସେ୤
ସେ ସ୍ବପ୍ନରେ ଆସେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରିୟରଞ୍ଜନ ଦାସ, ନାଗାଲାଣ୍ଡ
author photo
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ଅରୁଣ |  ମାର୍ଚ୍ଚ୍ ୧୨, ୨୦୧୩ - ୯:୫୦ ପୂର୍ବାହ୍ନ

    Ati sundar kavita, bahut badhia, asha kare kabi nka thu emiti aahuri kavita sunibaaku miliba…

  • ୨. ଲେନିନ୍ ମହାନ୍ତି, ରାଜନଗର,କେନ୍ଦ୍ରାପଡା |  ମାର୍ଚ୍ଚ୍ ୩୧, ୨୦୧୩ - ୨:୫୫ ଅପରାହ୍ନ

    ପ୍ରିୟ ଭାଈ , ଆପଣ ବିଦେଶରେ ରହି ମଧ୍ୟ ଯେଉଁ ଭଲପାଇବା ଓଡିଆ ଭାଷା ଓ ଓଡିଶା ପାଇଁ ରଖିଛନ୍ତି ଆମେ ଆପଣଙ୍କ ପାଇଁ ଗର୍ବିତ ୤

  • ୩. Jashabanta paDhI, hyderabad,andhra pradesh |  ଏପ୍ରିଲ୍ ୭, ୨୦୧୩ - ୧୦:୩୯ ପୂର୍ବାହ୍ନ

    bastabare prabasare aapananka rachana aamaku prerana jogae.

  • ୪. ଜଗନ୍ନାଥ ତରେଇ, ବାରିପଦା,ଓଡିଶା |  ସେପ୍ଟେମ୍ବର୍ ୧୪, ୨୦୧୬ - ୯:୨୮ ଅପରାହ୍ନ

    ପ୍ରିୟର ପ୍ରିୟରଞ୍ଜନ! ଆପଣଙ୍କ କବିତା ପାଠରେ ଦୂରରେ ଥାଇ ମଧ୍ୟ ଆପଣ ମୋର ପ୍ରିୟ ହୋଇଗଲେ। ଅତି ଚମତ୍କାର ଆପଣଙ୍କ କବିତା। ଭଗବାନ କରନ୍ତୁ ଆପଣଙ୍କ ଲେଖନୀ କେବେ ଥକି ନ ପଡୁ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )