ଥିଲା ମୋର ଏକ ଶାଳୀ
ଦେଖିବାକୁ ଟିକେ କାଳୀ
ହସିଦେଲେ ସେ ମୁକ୍ତା ଝରିପଡ଼େ
କଥା କହେ ଭଳି ଭଳି।
ନାଁ ଟି ମଉନାବତୀ…
ଚବିଶି ଘଣ୍ଟିଆ ଚ୍ୟାନେଲ୍ ପରି ସେ
ଯାଏ ନାହିଁ କେବେ ଥକି
ପିଠା ପଣା ଆଉ ଶାଗ, ଶାଗୁଆତି, ବଡ଼ି ବାଇଗଣ ଝୋଳ
ଗୋଟା କଲରାକୁ ଭେଣ୍ଡି ବାଇଗଣ, ଜହ୍ନି ଦିଏ ପୁଣି ତାଳ
କଙ୍କଡ଼ା, ମାଛର ଝୋଳ, ଇଲିଶିରେ ସିଏ ହାତ ମାରିଦେଲେ
ବୁହଇ ପାଟିରୁ ଲାଳ।
ଝୋଟି ଆଉ ଚିତା, ମୁରୁଜ ସାଙ୍ଗକୁ
ଘର କାମ ଯେତେ କରେ
ଗ୍ରାଜୁଏଟ୍ ହୋଇ ଅଭିମାନ ନାହିଁ
ରଙ୍ଗ ତା’ର କଳା, ରୂପ ତା’ର କଳା
କଳା ନୁହେଁ ତା’ର ଗୁଣ।
ଗୁଣ ଯଦି ନାହିଁ, ରୂପରେ କି ଲାଭ
ରୂପ ନୁହେଁ ଚିରସ୍ଥାୟୀ
ରୂପ ଚାଲିଯାଏ ଶରୀର ସାଥୀରେ।
ରୁପ ମସାଣିକୁ, ଗୁଣ ସଂସାରକୁ।
ଭଲ ହୋଇଛି କବିତାଟି।