ମୁଁ ଏକ ଜ୍ୟାମିତିକ ବିନ୍ଦୁ
ସ୍ଥିତି ଅଛି ଆୟତନ ନାହିଁ
ପରିଧି ମୁଁ ନିଜେ ମୁହିଁ
ପରିସୀମା ଖୋଜି ପାଏ ନାହିଁ ।୧।
ତୁମେ ଦୂରେ କାହିଁ କେତେ ଦୂରେ
ମୋ ମନର ସରହଦ ଡେଇଁ
ଦୀର୍ଘ ଏକ ଆୟତକ୍ଷେତ୍ର
ପାରିବି କି ତୁମକୁ ଗୋ ଛୁଇଁ ।୨।
ଆମେ ଦୁହେଁ ଜ୍ୟାମିତିକ ରେଖା
ସରଳ ଓ ସଦା ସମାନ୍ତର
ମିଳନ ଗୋ ଅସମ୍ଭବ ଏଠି
ଖାଲି ଯାହା ସମ୍ପର୍କ ଦୂରର ।୩।