ଆମେ ଖଟିଖିଆ ଆମେ ସର୍ବହରା
ଆମେ ଏ ମାଟିର ସନ୍ତାନ,
ଆମ ପରିଚୟ, ଆମ ସ୍ବାଭିମାନ
ଆମ ପାଇଁ ଅଟେ ଗରୀୟାନ।
ଆମ ହାତ ଲାଗି ସଉଧ ଉଠୁଛି
ଭୁଷୁଡ଼ି ଯାଉଛି ଆମ ଜୀବନ,
ଆମ ଛାତି ରକ୍ତ ଶୋଷୁଛ ତୁମେ ରେ
ଆମେ ହେଲୁ ସଇତାନ।
ଉଜୁଡ଼ି ଯାଉଛି ଆମ ପରିବାର
କୁଡ଼ିଆରେ ନାହିଁ ସ୍ପନ୍ଦନ,
ଆମ ରକ୍ତ ଧାର ପ୍ରଳୟର ଗାର
ବେଳ ଥାଉଁ ହୁଅ ସାବଧାନ।
ସାମ୍ୟବାଦୀ ଚିନ୍ତାଧାରା ଓ ଭାରତୀୟତା ମଧ୍ୟରେ ସାମଞ୍ଜସ୍ୟ ଆବଶ୍ୟକ, ମାଓବାଦ ବା ମାର୍କ୍ସବାଦ ନୁହେଁ। ଆମକୁ ନୁତନ ସାମ୍ୟବାଦ ସନ୍ଧାନ କରିବାକୁ ହେବ।
ଆମେ ଖଟିଖିଆ ଠିକ। କିନ୍ତୁ କିଆଁ ସର୍ବହରା? ଏ ମାଟିର ତ ସନ୍ତାନ ଅଲବତ୍। ଆମ ପରିଚୟ ଆମ ସ୍ବାଭିମାନ ତ ଆମର। ଆମେ ତ ମନଦେଇ ବଳଦେଇ ସାଧ୍ୟଦେଇ ତାକୁ ଆହୁରି ଆହୁରି ଗରିୟାନ୍ କରିଚାଲୁଥିବା। ଆମ ହାତ କଥା ୟେ ନା! ଆମକୁ ସୟତାନ କିଏ କହିଲା କି? ଆମ ଛାତିରୁ ରକ୍ତ ଶୋଷିବାକୁ ଆମେ କାହାଆଗେ ପତେଇଦେଉଛେ କି ଆମ ଛାତି? ଆମେ କଣ ହୁସିୟାର ନୋହୁ? ଆମ ପରିବାର ଆମେ ନିଜେ ଉଜାଡ଼ୁ ନାହୁଁ? ଆମ କୁଡ଼ିଆରେ ଯେତିକି ସ୍ପନ୍ଦନ ଆଉ କୂ କୋଠାରେ ଅଛି ତାର ତିଳେ? କିନ୍ତୁ ଆମ ରକ୍ତଧାର ଅଲବତ୍ ପ୍ରଳୟର ଧାର। ଠିକ୍ ହୁସିୟାର କରିଛ ଭାଇ କେହି କେବେ ଯଦି ଆମ ରକ୍ତରେ ଲଗାଏ ହାତ କି ଅଙ୍ଗୁଳି!!! ଆମେ ମଣିଷ। ନିପଟସରଳ। ନାଇଁ କପଟ। ନାଇଁ ଛଳ। ତମ ନିଜ ଜାତି ଆମକୁ ମଣ। ନୋହିଲେ ତ ଆଗେ ବି ଖାଉଥିଲ ଏବେବି ଖାଇ ଚାଲିବ କଠୋର ବାଣ ଆଉ ହାଣ!!