ନାରୀ କେଜାଣି କାହିଁକି ସେ ଭଲ ପାଇବା ଶିଖେ,
ଅନ୍ୟକୁ ପ୍ରେମ କରିବା ଶିଖେ,
ଅଯାଚିତ ଭାବରେ ହୃଦୟର ସବୁଯାକ ସାଇତା ଭଲପାଇବାକୁ ଅଜାଡ଼ି ଦେବା ଶିଖେ,

ବିନା ଆଶା ଆଉ ପ୍ରତ୍ୟାଶାରେ ନିଜକୁ ସମର୍ପିତ କରିବା,
ଅଜାଣତରେ ବି ଶିଖି ସାରିଥାଏ ନିଜକୁ ଭୁଲିଯିବା,
ଦେଇ ଦେଇ ସମ୍ପୂର୍ଣ୍ଣ ନିଶ୍ବ ହୋଇଗଲା ପରେ ବି,
ଶିଖି ନଥାଏ ସେ ଅନ୍ୟଠୁ ଟିକେ ଭଲପାଇବା,

ହୃଦୟର ସବୁ ରକ୍ତ ଟପ୍ ଟପ୍ କରି ଝରି ପଡ଼ିବା ପରେ ବି
ସେ ଜାଣି ନ ଥାଏ ଯେ ସେ ମୃତା, ମୃତ୍ୟୁର ପରେ ମଧ୍ୟ ଦେଇ ଚାଲିଥାଏ,

ବାକି ରହି ଯାଇଥାଏ ବଳକା ମମତା ଟିକକ,
ଅଥଚ ସେ କିଛି ବି ପାଏନା-କିଛି ବି ଚାହେଁନା!

କେବଳ କେବଳ କେବଳ ଦେଇ ଚାଲିଥାଏ!