ମୁଁ ଜାଣେ ତୁମେ ମୋତେ ଭଲପାଅ ବୋଲି
ଅଥଚ ଏ ସାମାନ୍ୟ କଥାଟା
ପାରୁନ ଏ ସୂକ୍ଷ୍ମ ଓଠରୁ ଖୋଲି
କାଳେ କଳଙ୍କ ଲାଗିଯିବ ଆମ ବନ୍ଧୁତ୍ବରେ
କାଳେ ନିଆଁ ଲାଗିଯିବ ଆମ ସ୍ନେହ ମୀନାରରେ
ହେଲେ କେତେଦିନ ସହିଥିବ ମୁହଁ କରି ନାଲି
ମୁଁ ଜାଣେ ତୁମେ ମୋତେ ଭଲପାଅ ବୋଲି।

ଶରତର ସ୍ବଚ୍ଛ ଚନ୍ଦ୍ରାକାଶରେ
ଶୋଇଥାଅ ଯେବେ ରଜନୀଗନ୍ଧା ଶେଯରେ
ଭାବୁଥାଅ ମୋ କଥା ପ୍ରତି ରଜନୀରେ
ମୁଁ ଥାଏ ତୁମ ସ୍ବପ୍ନ ପାଖେ ପାଖେ
କାଳେ ସପନରେ ଥରେ ହେଲେ କହିଦେବ ବୋଲି
ମୁଁ ଜାଣେ ତୁମେ ମୋତେ ଭଲ ପାଅ ବୋଲି।