ତା’ ଚେହେରାର ଲାଲିମା
ଡୁବିବାକୁ ବସିଲାଣି ବୟସର ଅପରାହ୍ନରେ,
ତା’ ପାକୁଆ ପାଟିର ହସ
ପରିବାରର ମନ କିଣେ
ଅସ୍ପଷ୍ଟ କଥାରେ ତା
ଅଭିଜ୍ଞତା ପୁର୍ଣ୍ଣ ରୂପ ନିଏ,
ପରଳ ଆବଦ୍ଧ ଆଖିରେ
ସେ’ ଏବେ ବି ସବୁକିଛି ଦେଖିପାରେ
ଅନ୍ଧାରରେ–ପାଦ ଶବ୍ଦରୁ
ବ୍ୟକ୍ତିର ପରିଚୟ ଜାଣିପାରେ,
ଜୀବନ ସାଗରର ଜଣେ
ଦକ୍ଷ ପହଁରାଳି
କେତେ ଝଡ ଝଞ୍ଜା କେତେ ଅଣଚାଶ
ସବୁକୁ ସାମ୍ନାକରି
କେତେ ସମୟ ଭଉଁରିକୁ ଅତିକ୍ରମ କରି
ସେ’ ଆଜି ଶାନ୍ତ ଓ କମନୀୟ ଦିଶେ
ଦିବସର ମେଲାଣି ବେଳେ
ଅସ୍ତମାନ ସୂର୍ଯ୍ୟର ଅରୁଣିମା ପରି!!!
ବୁଢ଼ି ମା’କୁ ଦେଖି ନଥିବା ବ୍ୟକ୍ତି ଏଇ କବିତାରୁ ବୁଢ଼ି ମା’ର ଜୀବନ୍ତ ସତ୍ତାକୁ ଅନୁଭବ କରି ପାରିବେ। ଚମତ୍କାର…