ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କଲିଂବେଲ୍ରେ ହାତ ଦେବାବେଳକୁ ଘର ଭିତରୁ କୁନାର ଚିତ୍କାର ଶୁଭୁଥିଲା ଆଖିବୁଜା ପାହାର ପାହାର ମାଡ ବସୁଛି କୁନା ଚିତ୍କାର କରୁଛି ଜୀବନ ବିକଳରେ ବାପାଙ୍କର ଗୋଟେ ଅଙ୍ଗ ଅଚଳ ଓ ସେ ଶ୍ବାସ ବେମାରୀ ମୁନା ବୋଧେ ବାହାରେ ଖେଳୁଛି ତା ହେଲେ କିଏ.. ? ସୁଜାତା ଏମିତି ପିଟିଚାଲିଛନ୍ତି ପିଲାଟିକୁ ! କ’ଣ ଏମିତି ଦୋଷ କଲା ସିଏ ! ଏଇଟା କ’ଣ ଶାସନ ? ଏମିତି ଆକଟ କରାଯାଏ ପିଲାଙ୍କୁ ? ରମେଶ ବାବୁ ଅଣନିଃଶ୍ବାସୀ ହୋଇପଡୁଥିଲେ କିଛି ସମୟ ପରେ କୁନା କାନ୍ଦିକାନ୍ଦି କବାଟ ଖୋଲିଲା
ସୁଜାତା ବେତଟାକୁ ହାତରେ ଧରି ସର୍କସର ରିଙ୍ଗ ମାଷ୍ଟର ପରି ଗର୍ଜିଚାଲିଛନ୍ତି ଘର ଭିତରେ ବୁଢାବାପା ନୀରବରେ ବସି ଶୁଣୁଛନ୍ତି
ରମେଶବାବୁ ପଚାରିଲେ, ବାପା ! କ’ଣ ହେଇଛି ତାର ସିଏ କାହିଁକି ପିଲାଟାକୁ ଏମିତି ବାଡ଼ୋଉଛି ବୁଢାଙ୍କ ପାଟିରୁ ଭାଷା ସ୍ଫୁରୁ ନାହିଁ କହିଲେ ମଲା ନ କହିଲେ ମଲା ଅବସ୍ଥା ବୁଢା ଶଙ୍କାଶଙ୍କା ଗଳାରେ କହିଲେ, କ’ଣ ହେଇଚି କେଜାଣିରେ ପୁଅ ମୁଁ କୁନାକୁ କହିଲି, ଯା’ ମାକୁ କହିବୁ- ଜେଜକୁ ଚା’ ଟିକେ ଦବ ତା’ ପରଠୁ ତ ଏମିତି ଲାଗିଛି
ସେଇଠୁ ରମେଶବାବୁ ଗର୍ଜିଉଠିଲେ ଆହେ… କ’ଣ ହେଇଛି ? ପିଲାଟାକୁ ଏମିତି ପିଟୁଛ କ’ଣ ପାଇଁ ? ସୁଜାତା ଅଣ୍ଟା ଭିଡି ବାହାରିଆସିଲେ ପିଟିବି ନାହିଁ ! କେତେ କେ.ଜି. ଚିନି ଆଣି ମାସକୁ ଥୋଇଦଉଚ କି ? ବୁଢାକୁ ମୁଁ ଦଶଥର ଚା’ ଦେଇପାରିବିନି ଚା’ ପାନ, ଅଫିମ ଏସବୁ ବାଜେ ଅଭ୍ୟାସ ମୁଁ ମୋ ବାପା ଦିହକେ ଜାଣିନି ତମ ବାପାଙ୍କର ଯଦି ଏ ସବୁ ଲୋଡା ତେବେ ସିଏ ଗାଁ କୁ ଚାଲିଯାଆନ୍ତୁ ସେଇଠି ସାନବୋହୂ କି ମଝିଆବୋହୂ ସବୁ ଯୋଗାଡ କରି ଥୋଇଦେବେ ମୋ ଦେଇ ହବନି ଏ ସବୁ, କହିଦେଉଛି..
ରମେଶବାବୁ ସୁଜାତାଙ୍କ ହାତ ଧରିବାର ଆଜକୁ ପନ୍ଦର ବର୍ଷ ହୋଇଗଲାଣି ସବୁବେଳେ ସୁଜାତାର ଏମିତି ଟାଇଁଟାଇଁ କଥା ଦେହସୁହା ହୋଇଗଲାଣି ତାଙ୍କର ସୁଜାତାକୁ ଭଲମନ୍ଦ କହି କିଛି ଲାଭ ନାହିଁ ପିଲାଗୁଡାକୁ ମଣିଷ କରିଦେଲେ ହୁଏତ ଜୀବନରେ ଅଳ୍ପ ସମୟ ଲାଗି ମଧ୍ୟ କିଛି ଶାନ୍ତି ମିଳିପାରିବ ରମେଶବାବୁ ବ୍ୟାଙ୍କରେ ଜଣେ ଉଚ୍ଚପଦସ୍ଥ ଅଫିସର ଅଫିସ କାମ ବାଦ ତାଙ୍କର ଏତିକି ହିଁ କାମନା
ରମେଶବାବୁ କୁନାକୁ ପଚାରିଲେ, ବାପାରେ ତୁ କ’ଣ ଦୋଷ କରିଛୁ ସତ କହିଲୁ ? କୁନା କହିଲା – ନାଇଁ ବାପା, ମୁଁ ଜେଜେଙ୍କ ପାଇଁ ମା’କୁ ଚା’ ମାଗିଲି ସେ ନ ଦେବାରୁ ମୁଁ ନିଜେ ପାଣିରେ ଅମୁଲ ମିଶାଇଲି ମା’ ମତେ ମାଡ ଦେଲା କୁନା କୋହ ଉଠାଉଥାଏ ରମେଶବାବୁ ବାପାଙ୍କୁ ଲକ୍ଷ୍ୟ କରି ତଳକୁ ମୁହଁ ପୋତି କହିଲେ, ବାପା ତୁମେ ନହେଲେ ଗାଁକୁ ଚାଲିଯାଅ ଏଇଠି ତୁମେ ଶାନ୍ତି ପାଇପାରିବନି ସୁଜାତା ରୋଷେଇ ଘରୁ ପାଟି କରୁଛନ୍ତି ଓହୋ ! ବାପା ସୁହାଗ ବୋହିପଡୁଛି ତମ ପୁଅକୁ ବି ପଠାଇ ଦିଅ ଦରକାର ନାହିଁ ଏମିତି ପିଲା ସିଏ ଗାଁରେ ରହୁ, ବାପାଙ୍କୁ ଚା’ ଦଉ ପିଅନ କାମ ଶିଖୁ ପାଠ ନ ପଢୁ ତାକୁ ପଠାଇ ଦିଅ
ରମେଶ ବାବୁ ଚାବୁକ୍ ଖାଇବା ପରି ମନେ କରୁଥାନ୍ତି ଖୁଣ୍ଟ ପରି ଛିଡା ହୋଇ କ’ଣ ଚିନ୍ତା କରୁଥିଲେ
ସେଦିନ ରାତିରେ ଆଉ ବୁଢାଙ୍କ ଆଖିକୁ ନିଦ ନାହିଁ ସାରା ରାତି ସେ ଭାବୁଥିଲେ, ନିଜ ଜୀବନର ଲମ୍ବା କାହାଣୀକୁ ସିଏ ପୁଅ ପାଇଁ ଗୋଟେ ସାବନା ବର୍ଣ୍ଣର ବୋହୂ ଖୋଜିଥିଲେ ହେଲେ ପୁଅର ମନ ମାନିଲା ନାହିଁ ବୁଢା ଜାଣୁଥିଲେ ଯେ, ଏ ସହରୀ ଛଟକି ଫେସନି ଝିଅଗୁଡାକ ସବୁ ଏମିତି ଘର ଭାଙ୍ଗିବେ ଏମାନେ ହଉ ତାର କପାଳ ଚା’ କପେ ପାଇଁ ପରିବାରରେ ଝଡ ସୃଷ୍ଟି ହୋଇଯାଉଛି ଆଜି ! କିନ୍ତୁ ମୁଁ ମୋ ପୁଅ ପାଇଁ କ’ଣ ନ କରିଛି ମୁଁ କ’ଣ ଅଫିମ ଜାଣିଶୁଣି ଖାଉଛି ଶ୍ବାସ ରୋଗଟାକୁ ଛାତି ଭିତରେ ଚାପିରଖିବାକୁ ଅଫିମ ଟିକେ ଖାଇଦେଲେ ଚଳିଯାଏ ଏଇଥିପାଇଁ ଏତେ କଥା ପାନଟା ତ ଅନେକ ଦିନରୁ ଖାଇଆସିଛି ଏବେ କ’ଣ ଛାଡିହେବ ? ତା’ ବୋଲି ମୁଁ କ’ଣ ମୋ ବୋହୂର ଘର ଉଜାଡିଦେଉଛି ସର୍ବସ୍ବ ଖାଇଦେଉଛି !
ବୁଢାଙ୍କୁ ଭାରି ଅଣନିଃଶ୍ବାସୀ ଲାଗିଲା ସତେ ଯେପରି ମୁଣ୍ଡ ମଧ୍ୟରେ ଏକ ଚକ୍ର ଘୂରି ମସ୍ତିଷ୍କର ସବୁ ଯୋଗାଯୋଗକୁ କାଟିପକାଉଛି ଘଣ୍ଟାରେ ଦୁଇଟା ବାଜିଲା ରାତି ପାହିବାକୁ ଆହୁରି ଢେର ବାକି ବୁଢା ଭାବୁଥିଲେ, ସକାଳ ଆସିଲେ ବିଦାୟ ନେବି ସବୁଦିନ ପାଇଁ ଏଠାରୁ ସହରୀ ଜୀବନରେ ବାସ୍ନା ନାହିଁ ଭାରି ମିଛିମିଛିକା ଆଉ କୃତ୍ରିମ ଭାବ ବିନିମୟ ହୁଏ ଏଠି ତାର ସେଇ ଗାଁ ମାଟି ବରଂ ଭଲ ସରକାର ବାହାଦୁର ମଧ୍ୟ ଯୋଉ ଦି ବଖରା ଘର ଦେଉଛନ୍ତି ସହରୀବାବୁମାନଙ୍କୁ, ସେଗୁଡିକ ଅଫିସର ଓ ତାଙ୍କ ପିଲାଛୁଆଙ୍କୁ ନିଅଣ୍ଟ ତା’ ପରି ଖୁଁ ଖୁଁ କାଶୁଥିବା ବୁଢାଗୁଡାଙ୍କ ପାଇଁ ଏ ରାଜଧାନୀରେ ସ୍ଥାନ କାହିଁ ? ବୁଢା ଆଖିପତା ମୁଦି କେତେ କ’ଣ ଭାବି ଚାଲିଛନ୍ତି ତାଙ୍କ ଭାବନା ନଈର ସୁଅ କୂଳ ଅତିକ୍ରମ କରୁଥିଲାବେଳେ ସେ ଚମକି ଉଠିଲେ ଆଖି ଖୋଲିଲାବେଳକୁ କୁନା ଅତି ସନ୍ତର୍ପଣେ ମା’ କୋଳରୁ ଜେଜେଙ୍କ ଶୋଇବା ଘର ଭିତରକୁ ପଳାଇଆସିଛି ବୁଢା ତାକୁ ଦେଖି ଟିକେ ଡରିଗଲେ କହିଲେ, କୁନା, ତୁ ଜଲଦି ପଳାଇଯା ମା’ ଉଠିଲେ ଏଇନେ ରାତିଟାରେ ମାଡ ଖାଇଯିବୁ କୁନା ଟିକେ ବି ଭୟ କଲାନି ଓଲଟି ପଚାରିଲା, ଜେଜେ ତୁମେ ସକାଳ ହେଲେ ଗାଁକୁ ଚାଲିଯିବ ? ବୁଢା ଆଶ୍ଚର୍ଯ୍ୟରେ ବୋକା ବନିଗଲେ ଉଠିବସି କୁନାକୁ କୋଳେଇଆଣିଲେ ପଚାରିଲେ, ତୁ କେମିତି ଜାଣିଲୁ କିରେ ?
କୁନା କହିଲା – ଜେଜେ ମୁଁ ସ୍ବପ୍ନ ଦେଖିଲି ନାଇଁ ମ ଜେଜେ, ତୁମେ ଯାଅନି ତୁମେ ସବୁଦିନେ ଖେଳଛୁଟି ବେଳେ ଆମ ସ୍କୁଲ ଗେଟ୍ ପାଖକୁ ଚାଲିଆସିବ ସେଇଠି ଆମେ ଆମ ଟିଫିନ ଖର୍ଚ୍ଚରୁ ତୁମକୁ କପେ ଚା’ ଦେଇଦେବୁ ମୁନା ବି କହୁଛି ସେ ତା’ର ଚେନାଚୁର ଖର୍ଚ୍ଚରୁ ତୁମକୁ ଦେବ ଜେଜେ ତୁମେ କୁହନା, ଆମକୁ ଛାଡି ଆଉ ଗାଁକୁ ଯିବନି ବୁଢାଙ୍କର ଆଖି ଜକେଇଆସିଲା କୁନାକୁ କୁଣ୍ଢାଇପକାଇ କହିଲେ, “ନାଁ ରେ ତୁ ଯା’ ଶୋଇପଡ ମୁଁ ତତେ ଛାଡି କୁଆଡେ ଯିବି ଯେ ! ମୋ ସୁନାଟା ପରା ଯା’ ତୁ ଶୋଇପଡ”
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ଜଗଦୀଶ ତ୍ରିପାଠୀ | ଫେବୃଆରୀ ୩, ୨୦୧୧ - ୧୧:୪୪ ଅପରାହ୍ନ
ବହୁତ ଭଲ ଲାଗିଲା । ଆପଙ୍କଠୁ ଏମିତି ଅନେକ ଆଶା କରୁଛୁ ।
୨. ମହେନ୍ଦ୍ର ମିଶ୍ର | ଫେବୃଆରୀ ୮, ୨୦୧୧ - ୧:୩୧ ପୂର୍ବାହ୍ନ
ଲେଖାଟି ବହୁତ ଭଲ ହୋଇଛି ପ୍ରଚଳିତ ସାମାଜିକ ବ୍ୟବସ୍ଥା ଏବଂ ଗତାନୁଗତିକ ଢଙ୍ଗରେ ଲେଖାଟି ପର୍ଯ୍ୟବେଶିତ ହୋଇଥିଲେ ମଧ୍ୟ ଲେଖକଙ୍କ ଶବ୍ଦ ସଂଯୋଜନା ବିଶେଷ କରି ଆଞ୍ଚଳିକ ଶବ୍ଦ ବିନ୍ୟାଶ ଲେଖାଟିକୁ ଜୀବନ୍ତ କରିଛି
୩. ସ୍ମୁତି ସୁମନ, Bhubaneswar | ମେ ୩, ୨୦୧୩ - ୧୨:୪୮ ପୂର୍ବାହ୍ନ
ବହୁତ ଭଲ ଲାଗିଲା