ନିଜକୁ ଛଳନା କରି
ଭଲ ପାଇବାଟାକୁ ଅତୀତର ଦ୍ବାହି ଦେଇ
ତା’ଠାରୁ ଦୂରେଇ ଯିବା ଆଗରୁ
ନିଜକୁ ଥରେ ପ୍ରଶ୍ନ ପଚାରିବ?
ଯଦି କେବେ ପତ୍ର ପାଅ
ତା ମୃତ୍ୟୁ ଶଯ୍ୟାରୁ
‘ଟିକିଏ ଆସ’ ବୋଲି
ଆସିବ କି, ନ ଆସିବ?
ଯଦି କେବେ ଦେଖ
ତୁମ ଅଗଣାରେ ନଈ ହୋଇ
ତା’ରି ଲୁହ ସବୁ ଯାଏ ବୋହି
ଅତୀତ ପ୍ରୀତିକୁ ଜାଗ୍ରତ କରି
କାନ୍ଦିବ କି, ନ କାନ୍ଦିବ?
ତା ପାଇଁ ଯେଉଁ ସୋହାଗର ଫୁଲ
ମନ ବଗିଚାରୁ ତୋଳି ରଖିଥିଲ
ଆଉ କାହା ପାଇଁ ସମର୍ପି ଦେବାରେ
ତୁମ ହାତ ଥରିବ କି, ନ ଥରିବ?
ସ୍ବପ୍ନରେ କେବେ ଶୀତୁଆ ରାତିରେ
ଏକା ସେ ଯାଉଛି ଦେଖି
ସ୍ନେହ ଭରା ସୁରେ
ଡାକିବ କି ନ ଡାକିବ?
ଯଦି ସବୁ ଯାକ ‘ହଁ’
ତେବେ ପୁଣି ଥରେ ତୁମ ମନକୁ ପଚାର
ତୁମେ ସତରେ ତା’ଠାରୁ ଦୂରେଇ ପାରିଛ?
ଅଯଥା ଦମ୍ଭରେ ଅଭିମାନ କରି
ଭଲା କି ଲାଭ ପାଇବ?
ଆପଣଙ୍କର “ତୁମେ” ଶବ୍ଦଟି ଅତି ନିଜର ଏବଂ ଅନ୍ତରଙ୍ଗ ମାୟାଧର ମାନସିଂହଙ୍କ ଅପୂର୍ବ କବିତା ମନେ ପଡିଲା-
“ସମସ୍ତେ କୁହନ୍ତି ତୁମେ ତୁମେ ବୋଲି ସେ ତୁମେ ର ମୂଲ୍ୟ କାହିଁ?
ତୁମେ ଯେତେବେଳେ ତୁମେ ବୋଲି କୁହ ଏତେ ମିଠା କାହିଁ ପାଇଁ?”
ଏମିତି ସୁନ୍ଦର ଲେଖନ୍ତୁ ଆଜ୍ଞା!ଆମେ ପଢିବୁ….ସ୍ବୟଂ