ପ୍ରେମ କରେ ଯିଏରେ!
ତାଠୁ ସୁଖୀ କିଏରେ!
ସେହି ସିନା
ମାଟ୍ରିକ୍ରେ ହାଟ୍ରିକ୍କରେ
ସେହି ସିନା ରହିଯାଏ
ଦିଥର ‘ବି.ଏ’ ରେ!
ପ୍ରେମ କରେ ଯିଏରେ!
ତାଠୁ ସୁଖୀ କିଏରେ!
ପହିଲେ ପହିଲେ
କଫି, ଲସି
ପରେ ନାଲି ପାଣି ପିଏରେ!
ସହର ବଜାର
ଗଳି ଉପଗଳି
ଚାରିଆଡେ ଆଜି ଛତୁଫୁଟା ଭଳି
ମେଞ୍ଚା ମେଞ୍ଚା
ଜୁଲିଏଟେ ଆଉ ରୋମିଓ
ବୁଝିହୁଏ ନାହିଁ
ସେମାନଙ୍କ ପାଇଁ
ଆୟୁରବେଦି ନା ହୋମିଓ???
ପ୍ରେମ କରିବାର
ମାତ୍ର ଗୋଟିଏ ବର୍ଷରେ!
ଇଏ ପଡିଗଲେ ମଳକଂଟକେ
ସିଏ ପଡିଯାନ୍ତି ଅର୍ଶରେ!
ପ୍ରେମ!
ମସ୍ତ ମସ୍ତ ମର୍ଦ୍ଦକୁ କରେ ପାଗଳ!
ପ୍ରେମ!
ଚଉଧୁରୀ ବଜାର ଷଣ୍ଢକୁ କରେ
ଛ ନମ୍ବର ଛାଗଳ!
ପ୍ରେମ!
ବଦଳାଇ ପାରେ ଦୁନିଆ!
କୋଶଳାକୁ କେବେ କରେ
ନେଉଟିଆ
ଆଉକେବେ ସୁନୁସୁନିଆ!
ଯେଉଁ ଭାଇମନେ ଇଣ୍ଟରନେଟ ଜାଣନ୍ତି ଏବଂ ବ୍ୟବହାର କରନ୍ତି,ଅନ୍ୟକୌଣସି website ରେ କର୍ଯ୍ୟ କରିବା ସଙ୍ଗେସଙ୍ଗେ,ଏହି website କୁ ଭୁଲିନଯିବାକୁ ଅନୁରୋଧ।
ପ୍ରେମ ଯଦି ମର୍ଦ୍ଦ ଙ୍କୁ ପାଗଳ ଓ ଷଣ୍ଢ କୁ ଛାଗଳ କରି ପାରନ୍ତା ତାହେଲେ ଆଉ ଦୁଖ କଣ??ମର୍ଦ ଙ୍କ ପାଇ ପାଗଳ ଖାନା ଓ ଷଣ୍ଢ ଙ୍କ ପାଇ ବାରି ପଟ ଗୁହାଳ ଯଥେଷ୍ଠ।କିନ୍ତୁ ଦୁଖ ର କଥା ସେମିତି ହୋଇ ପାରୁନି।