ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ତରୁଣକାନ୍ତି ମିଶ୍ର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଆଶିଷ କୁମାର କର
ସୁଧାଂଶୁ ଶେଖର ପାତ୍ର
ଫତୁରାନନ୍ଦ
ମୃଣାଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିନ୍ଦୁକ
 |- ସତ୍ୟପ୍ରିୟ ମହାଳିକ
 
 
ତା: ଫେବୃଆରୀ ୨୩, ୨୦୧୧  
 

ସୁଖରାମ ଗୋଟେ ଛୋଟକାଟର ଦାର୍ଶନିକ ଥିଲା, ସେ ଅଳ୍ପବହୁତେ ଜୀବନ, ମୃତ୍ୟୁ ଓ ଈଶ୍ବର ଆଦି ସଂପର୍କରେ ନିଜସ୍ବ ବିଚାରଟିଏ ସ୍ଥିର କରିସାରିଥିଲା୤ ଏଣୁ ତାକୁ ଦୁଃଖ ଓ ସୁଖ ଏକା ରକମର ସ୍ବାଦ ଦେଇପାରୁଥିଲେ୤ ଦିନେ ସେ ଯେ ସତକୁସତ ମରିଯିବ ଓ ତାର ପିଲାଛୁଆ, ଘରସଂସାର, ଖ୍ୟାତିପ୍ରତିପତ୍ତି ସବୁ ପଚମାନ ପିଣ୍ଡଟି ପରି ତା ପଛେ ପଛେ ମଧ୍ୟ ଧୂଆଁ ହୋଇଯିବ ଏକଥା ମଧ୍ୟ ଜାଣିଥିଲା୤

ଘର ଭିତରେ ସମସ୍ତେ ଥିଲେ ଅଥଚ ମାଆ ନ ଥିଲା୤ ମାଆର ଅବର୍ତ୍ତମାନରେ ତାର କାୟାକଳ୍ପ ପ୍ରତୀକ ଭାବେ ତିନିକାଠିଆ ଉପରେ ଥୁଆହୋଇଥିଲା୤ ଚାହୁଁଚାହୁଁ ଗୋଟେ ଜୀବନ କିପରି ପ୍ରତୀକ ପାଲଟିଯାଏ, ସୁଖରାମ ସେଇ କଥା ଦେଖିଲା ଓ ଧୀରେ ଧୀରେ ବୟସ୍କ ଲୋକଟି ପରି ଗମ୍ଭୀର ହୋଇଗଲା୤

ସେଇଥିପାଇଁ ସୁଖରାମ ଅଫିସରେ ବସିଥିବାବେଳେ ମାଆ ସିରିୟସ୍‌ ଓ ଶୀଘ୍ର ଘରକୁ ଆସ ପରି ଟେଲିଗ୍ରାମ ପାଇବା ସତ୍ତ୍ବେ ଏତେ ଗମ୍ଭୀର ହୋଇପାରି ନ ଥିଲା୤ ଅବଶ୍ୟ ସେ ହାକିମଙ୍କୁ ଦଶଦିନର ଗୋଟେ ଛୁଟି ଦରଖାସ୍ତ ଦେଇ ଘରମୁହାଁ ହେଲା୤ ଆଜି ଗାଡ଼ିରେ ବସିଲେ ଯାଇ ଆସନ୍ତା କାଲି ଘରେ ପହଞ୍ଚିବ୤ ଗାଡି ଟିକେଟ ପାଇଁ ବି ତା ପାଖରେ ପଇସା ନ ଥିଲା୤

ତା ପରଦିନ ସେ ଘରେ ପହଞ୍ଚିଲା ଓ ପ୍ରଥମ କରି ଅନୁଭବ କଲା ଗୋଟେ ସଫେଦ ଦୁଃଖ୤ ଗୋଟେ ଖାଁ ଖାଁ ଶୂନ୍ୟତା, ଯାହାକୁ ଅତିକ୍ରମ କରିଯିବା ସମ୍ଭବ ନ ଥିଲା୤ ଘର କହିଲେ ପ୍ରଥମେ ଯେଉଁ ମଣିଷର ଚିତ୍ର କଳ୍ପନାକୁ ଆସେ ଓ ଯାହାର ଉପସ୍ଥିତିରେ ଘରଟି ପୂରିଲା ପୂରିଲା ଲାଗେ, ଯିଏ ଘର ଭିତରେ ସତତ ଚଳମାନ, ଗୋଟେ ଝଙ୍କାଳିଆ ବରଗଛ ପରି କାଉଠାରୁ ବାପା, ଭାଇଭଉଣୀ ଓ କୁକୁରବିଲେଇ ପର୍ଯ୍ୟନ୍ତ ଭରସାର ଛାଇ ବିଞ୍ଚିଦେଉଥାଏ – ସେ ଲୋକଟି ନାହିଁ୤ ଅଥଚ ସମସ୍ତେ ଅଛନ୍ତି୤

ସୁଖରାମର ସ୍ତ୍ରୀ ଓ ତିନିବର୍ଷର ଝିଅଟି ଦୁଇଦିନ ଆଗରୁ ପହଞ୍ଚିସାରିଥିଲେ୤ ସୁଖରାମ ଖବର ପାଇଲାବେଳକୁ ତିନିଦିନ ହୋଇଗଲାଣି୤ ଘରେ ପହଞ୍ଚିବା ମାତ୍ରେ ଔପଚାରିକ ରୀତିରେ କାନ୍ଦିବା ଓ ବାହୁନିବା ସହିତ ଅକସ୍ମାତ୍‌ ମାଆ କେମିତି ଶୋଉଶୋଉ ମରିଗଲା ସେ କଥାର ନାନାଦି ଶ୍ରୁତିରୋଚକ ଓ ହୃଦଦହକ ବର୍ଣ୍ଣନା ଶୁଣିବାକୁ ପାଇଲା୤ ପ୍ରାୟ ଅଧଘଣ୍ଟା ଭିତରେ ସେ ତା ଘର ଭିତରକୁ ଗଲା ସାର୍ଟପ୍ୟାଣ୍ଟ ଖୋଲିବାପାଇଁ୤ ସେ ଯେଉଁ ଘରେ ବସାଉଠା କରୁଥିଲା ଓ ଯେଉଁଠି ତାର ବିବାହବାସର ହୋଇଥିଲା ସେଇ ଘରେ ତାହାର ଅବର୍ତ୍ତମାନରେ ମାଆ ଶୁଆଉଠା କରୁଥିଲା୤ ମାଆ ବଡ ପୁଅକୁ ଭାରି ଭଲ ପାଉଥିଲା୤ ଏଣୁ ସେଇ ବଡ ପୁଅର ଘର ଭିତରେ ଶୋଉଥିଲା, ଆଉ ସେଇ ଘରେ ସେ ଶୋଉଶୋଉ ଚିରଦିନ ପାଇଁ ଶୋଇପଡିଲା୤

ଘର ଭିତରକୁ ପଶି ଯାଉଁଯାଉଁ ସୁଖରାମ କବାଟ କଣକୁ ଦେଖିଲା ସେଠି ତା ସାନ ଭାଇ ତିନିଖଣ୍ଡ କାଠି ଉପରେ ଗୋଟେ ଗେଣ୍ଡା ଭିତରେ ମାଆର ନଖ ଓ ବାଳ ସାଇତିଛି୤ ଦଶଦିନ ଯାଏଁ ସେ ସେଇଠି ରହିବ୤ ସେଇଠି ତାକୁ ସବୁ ବିଧିବ୍ୟବସ୍ଥା ଭିତରେ ଦଶଦିନ ପୂଜା କରାଯିବ୤ ଖାଇବା ପିଇବାକୁ ଦିଆଯିବ୤ ତାର ଅତିପ୍ରିୟ ପାନ ଓ ନାଶଦାନି ବି ସେଇଠି ରହିବ୤ ଦାନ୍ତକାଠି ଗୁଡାଖୁ ରଖିଦିଆଯିବ୤

ଘର ଭିତରେ ସମସ୍ତେ ଥିଲେ ଅଥଚ ମାଆ ନ ଥିଲା୤ ମାଆର ଅବର୍ତ୍ତମାନରେ ତାର କାୟାକଳ୍ପ ପ୍ରତୀକ ଭାବେ ତିନିକାଠିଆ ଉପରେ ଥୁଆହୋଇଥିଲା୤ ଚାହୁଁଚାହୁଁ ଗୋଟେ ଜୀବନ କିପରି ପ୍ରତୀକ ପାଲଟିଯାଏ, ସୁଖରାମ ସେଇ କଥା ଦେଖିଲା ଓ ଧୀରେ ଧୀରେ ବୟସ୍କ ଲୋକଟି ପରି ଗମ୍ଭୀର ହୋଇଗଲା୤ ଏତେବେଳ ଯାଏଁ ସେ ସାନଭାଇ, ସ୍ତ୍ରୀ ଓ ଝିଅ ସମେତ ଦୁଇ ଭଉଣୀ ଓ ବଡ ଭିଣୋଇ ବ୍ୟତୀତ ଆଉ କାହାକୁ ଭେଟି ନ ଥିଲା୤

ଏତେବେଳ ଯାଏଁ ବାପାଙ୍କ ସହ ସାକ୍ଷାତ ହୋଇ ନ ଥିଲା୤ ମାଆର ଆକସ୍ମିକ ଦେହାନ୍ତରେ ବାପାଙ୍କ ମାନସିକ ଭାରସାମ୍ୟ କିପରି ଥିବ ସେ କଥା ସେ ଅନୁମାନ କରିପାରିଥିଲା୤ ବାପା ଚିରକାଳ ଜ୍ଞାନୀ ପେଚା ପରି୤ କୌଣସି କଥାରେ ଅଧୀର ନୁହଁନ୍ତି୤ ସୁଖଦୁଃଖ କେଉଁଥିରେ ସେ ବିଚଳିତ ନୁହନ୍ତି୤ କୌଣସିଟି ପ୍ରତି ଅତ୍ୟଧିକ ମମତା ନାହିଁ, ଲୋଭ ନାହିଁ୤ ସୁଖରାମ ଭାବେ ବାପାମାନେ ସବୁ ଏମିତି ହେବା କଥା ବୋଧହୁଏ୤ ଘର ଗୋଟାକର ଦାଣ୍ଡ ଦୁଆର ଭଳି ବାପା ନିଜ ମୁଣ୍ଡକୁ ମୁଣ୍ଡେଇନେଇଛନ୍ତି ଯେତେ ଯେତେ ବିପଦଆପଦ୤ ତିନିତିନିଟା ଝିଅ ବାହାଘର, ଦୁଇ ପୁଅଙ୍କୁ ପାଠ ପଢାଇ ମଣିଷ କରିବାର ଗୁରୁଦାୟିତ୍ବ ସବୁ ସମ୍ଭାଳିଛନ୍ତି୤ ତଥାପି ସତୁରି ବର୍ଷ ବୟସରେ ଯୁବକଟିଏ ପରି ସାଇକେଲ ଚଳାଇ ମାଇଲ୍ମାଇଲ ଚାଲୁଛନ୍ତି୤ ହସିହସି ଜୀବନ ସହିତ ଲୁଚକାଳି ଖେଳୁଛନ୍ତି୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସତ୍ୟପ୍ରିୟ ମହାଳିକ, ଜାମଶେଦପୁର, ଝାଡଖଣ୍ଡ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ରହି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତେଜଣ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରେ ସତ୍ୟପ୍ରିୟ ମହାଳିକ ଅନ୍ୟତମ୤ ଗଳ୍ପ, ଉପନ୍ୟାସ ସହିତ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭକାର ଭାବେ ଶ୍ରୀ ମହାଳିକ ପାଠକମାନଙ୍କ ନିକଟରେ ସୁପରିଚିତ୤ ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ “ସତ୍ୟବଚନ”, “କୁହୁକ ଦର୍ପଣ”, “ଅଣପୁରୁଷ”, “କଥାତନ୍ତ୍ର”, “ଶୁନ୍ୟକାଳ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଅଶୋକ ନୟକ୍ |  ଫେବୃଆରୀ ୨୩, ୨୦୧୧ - ୧:୩୭ ଅପରାହ୍ନ

    ବହୁତ୍ ଭଲ୍ ଲଗିଲ

  • ୨. ମହେନ୍ଦ୍ର ମିଶ୍ର |  ଫେବୃଆରୀ ୨୪, ୨୦୧୧ - ୫:୨୧ ପୂର୍ବାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤

  • ୩. Tapan |  ଜୁନ୍ ୩, ୨୦୧୧ - ୨:୫୫ ପୂର୍ବାହ୍ନ

    satare ame sabu bhulijau……….kahara feelings ra kichhi value nahi ethi.still ame semiti hin rahiba .thats true.

  • ୪. ଟୁଲୁ ସାହୁ |  ଜୁନ୍ ୨୮, ୨୦୧୧ - ୫:୪୧ ପୂର୍ବାହ୍ନ

    ଲେଖାଟି ଉଚ୍ଚକୋଟୀର

  • ୫. ତ୍ରିଲୋଚନ ଦାଶ |  ଜୁଲାଇ ୨୦, ୨୦୧୧ - ୧:୧୦ ଅପରାହ୍ନ

    ଗପଟି ବହୁତ ବଢିଆ ହୋଇଛି୤ କିନ୍ତୁ ଗପର ନାମ ଅନୁସାରେ ସିନ୍ଦୁକ ବାବଦରେ ଥିବା ଗୁମର ଫିଟିଥିଲେ ଆହୁରି ରୋମାଞ୍ଚକର ଲାଗିଥାନ୍ତା୤ ଏହାର ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ପ୍ରକଶକ ଙ୍କୁ ଅନୁରୋଧ ; ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶି ହୋଏପାରିଛି; ଏଣୁ ଦ୍ବିତୀୟ ଭାଗ ପ୍ରକାଶ କରିବାକୁ ଅନୁରୋଧ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤