Skip to content
  • Sample Page
  • ଆମ ସମ୍ପର୍କରେ
  • ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା
  • ଘୋଷଣାନାମା
  • ପ୍ରଶ୍ନୋତ୍ତର
  • ବିଜ୍ଞାପନ
  • ଯୋଗାଯୋଗ ଠିକଣା
  • ଲେଖକ ପରିଚୟ
  • ଲେଖା ପଠାନ୍ତୁ

Copyright Odia Sahitya 2025 | Theme by ThemeinProgress | Proudly powered by WordPress

Odia Sahitya
  • Sample Page
  • ଆମ ସମ୍ପର୍କରେ
  • ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା
  • ଘୋଷଣାନାମା
  • ପ୍ରଶ୍ନୋତ୍ତର
  • ବିଜ୍ଞାପନ
  • ଯୋଗାଯୋଗ ଠିକଣା
  • ଲେଖକ ପରିଚୟ
  • ଲେଖା ପଠାନ୍ତୁ
କାବ୍ୟ ଓ କବିତା . ସ୍ମରଣୀୟ ଲେଖା Article

ଓଡ଼ିଆ

On June 29, 2025 by pksahoo

ଧର୍ମର ଭୟ
କ୍ଷମତାର ଭୟ
ଜୀବନର ଭୟ
ପ୍ରତିବାଦର ଭୟ!

ଭୟ! ଭୟ!
ସମଗ୍ର ଜାତିର ରକ୍ତକଣିକା
ଖାଲି ଭୟର ବୀଜାଣୁରେ ଭରପୁର

ଆଃ
କେଡ଼େ ବ୍ୟାଧିଗ୍ରସ୍ତ ଏ ଜାତିଟା
ତା’ର ମାଦଳ ଠାକୁର ପରି,
କେଡ଼େ ନିର୍ବୋଧ ଏ ଲୋକମାନେ
ଭୋକରେ ବି ନିଦ୍ରା ଯାଇପାରନ୍ତି
କର୍ମକୁ ଆଦରି।
ମୁହଁରୁ ଦାନା ଛଡ଼େଇ ନେଇ ଯାଉଥିବା
ନିର୍ଦ୍ଦୟ ବ୍ୟକ୍ତିଟି ସାମ୍‌ନାରେ ବି
ପ୍ରତିବାଦହୀନ ଗୁଡ଼ାଏ ପଥରମୂର୍ତ୍ତି ।

ଉଡ୍‌ଡିୟାନର ଆତ୍ମା
ଏବେ ବି ଶୋଇରହିଛି ଅନ୍ଧାରରେ
ଯେମିତି ଏ ଜାତିର ବୀରତ୍ୱକୁ
ପୋତି ଦିଆଯାଇଛି ନଈବାଲିରେ
କେଉଁ ଜୀବନ ଲୋଭି କବିର
କଲମ ଚାତୁରୀରେ
ଏବଂ ଏ ଜାତିର ଇତିହାସକୁ ବିକଳାଙ୍ଗ କରି
ଉପସ୍ଥାପନ କରାଯାଉଛି ସିଂହ ଶାବକକୁ ।

ଯେଉଁଦିନ ଭୟର ଭୂତ
ହଟି ଯିବ ଆକାଶରୁ
ଆଉ ନଈବାଲିରୁ ପାଇକମାନେ
ଫେରି ଆସିବେ ଆପଣାର ଭୁଲ ବୁଝି
ସେଇ ଦିନ
ମାଦଳ ଠାକୁରର ହାତ ଗୋଡ଼ରେ
କଅଁଳି ଉଠିବ ମାଂସ
ନଇଁଯାଉଥିବା ମେରୁଦଣ୍ଡକୁ ସିଧା କରି
ଠିଆ ହେବ ଏ ଜାତି
ସାମ୍‌ନା କରିବ ସୂର୍ଯ୍ୟକୁ
ବିଶ୍ୱ ଦରବାରରେ
ସଦର୍ପେ ଘୋଷଣା କରି କହିବ
ମୁଁ ଓଡ଼ିଆ ମୁଁ ଓଡ଼ିଆ ।

(ବସନ୍ତ ମୁଦୁଲି)
ସାହିତ୍ୟରେ ଯେଉଁ କେତେଜଣ ଖୁବ୍‌ ଅଳ୍ପବର୍ଷର ଜୀବନ ମଧ୍ୟରେ ନିଜର ଲେଖା ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ କବି ବସନ୍ତ ମୁଦୁଲି(୧୯୫୫-୧୯୮୬) ଅନ୍ୟତମ। ଜଣେ ସ୍ୱାଧୀନଚେତା କବିଭାବେ ମୁଖ୍ୟତଃ ସାମାଜିକ ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ସେ କବିତା ରଚନା କରିଥିଲେ। ଅନେକ ପ୍ରକାରର ପ୍ରତିକୂଳ ପରିସ୍ଥିତିର ସାମନା କରି ସେ ରଚନା କରିଯାଇଥିବା କବିତାଗୁଡ଼ିକ ପାଇଁ ସେ ସ୍ମରଣୀୟ ରହିବେ। କବିଙ୍କ ପ୍ରକାଶିତ କବିତା ସଙ୍କଳନ ମଧ୍ୟରେ ରହିଛି ‘ଯିଏ ଯେଉଁଠି ଅଛ’, ‘ବସନ୍ତ ବର୍ଣ୍ଣମାଳା’, ‘ବିଭୋର ବସନ୍ତ’ ଓ ‘ବସନ୍ତ ବର୍ଣ୍ଣବିଭା’ ଆଦି।

You may also like

ଭଜୁ କିନା ରାମ ନାମ

ଯଉବନ ଥରେ ଗଲେ ଆଉ ଆସେନା

ଶରୀରତତ୍ତ୍ୱ ଜ୍ଞାନ

Leave a Reply Cancel reply

You must be logged in to post a comment.

Archives

  • July 2025
  • June 2025

Calendar

July 2025
M T W T F S S
 123456
78910111213
14151617181920
21222324252627
28293031  
« Jun    

Categories

  • ଆଧୁନିକ
  • କାବ୍ୟ ଓ କବିତା
  • କାବ୍ୟ ଓ କବିତା
  • କାବ୍ୟ ଓ କବିତା
  • ଗଳ୍ପ
  • ନବ ପ୍ରତିଭା
  • ସ୍ମରଣୀୟ ଲେଖା

Copyright Odia Sahitya 2025 | Theme by ThemeinProgress | Proudly powered by WordPress