ଆ’ରେ ଆ ମୋ କଳାକାହ୍ନୁ
ମୋ କୋଳକୁ ଫେରିଆ
ପଥର ଦେଉଳେ ପଥର ହେଲୁ ତୁ
କାନ୍ଦୁଛି ଯଶୋଦା ମାଆ।୧।
ସାରା ବୃନ୍ଦାବନେ ଖୋଜି ମୁଁ ଆସିଲି
ଖୋଜିଲି ଯମୁନା କୂଳେ
ଗୋଧନ ବାହୁଡ଼ା ପଥକୁ ଚାହିଁଲି
ଫେରିବ ମୋ ଧନ କାଳେ
ଆ’ରେ ଆ ମୋ କଳାକାହ୍ନୁ… ଗୋପଦାଣ୍ଡେ ଫେରିଆ
ଗମ୍ଭୀରା ଭିତରେ କିମ୍ପାଇଁ ଲୁଚିଛୁ
ରାଗିଥିଲେ ଭୁଲି ଯା’ ମୋ ଧନ..ରାଗିଥିଲେ ଭୁଲି ଯା।୨।
ସର, ଲବଣୀ କି ତୁଚ୍ଛ କରିଦେଇ
ଷାଠିଏ ପଉଟି ଖାଉ
ରତ୍ନ ସିଂହାସନେ ରଜା ପରି ବସି
କି ସୁଖ ସତେ ତୁ ପାଉ
ଆ’ରେ ଆ ମୋ କଳାକାହ୍ନୁ.. ମା’ କୋଳେ ଫେରିଆ
ମାଆର-ମମତାଠାରୁ କିବା ବଡ଼
ଅଛି ଏ ଜଗତେ ଆହା..ମୋ ଧନ ଅଛିଏ ଜଗତେ ଆହା।୩।