ଈପ୍ସା ଜାଗିଛି ମନରେ ପ୍ରଭୁ ଦରଶନ
ଈଶ ସେତ ଜଗତର ନୁହନ୍ତି ଅଭିନ୍ନ।
ଈର୍ଷା କରୁନାହିଁ ରାଧା ମୀରାଙ୍କ ସାଙ୍ଗରେ
ଈଶ ସାଙ୍ଗରେ ମଜ୍ଜିବି ମୁଁ ହୋଲି ରଙ୍ଗରେ।
ଈଜ୍ୟା କେବେ କରିନାହିଁ ପ୍ରଭୁଙ୍କ ନିକଟେ
ଈଶାନ ବୁଝିବେ ମୋର କଷ୍ଟ ଏ ସଙ୍କଟେ।
ଈଶ୍ବର ଅଟନ୍ତି ସଦା ମଙ୍ଗଳ ଆଳୟ
ଈଷ୍ଟମାନି ସଦାକର ତାଙ୍କୁ ତୁ ଆଶ୍ରୟ।
ଈଶ୍ବରୀଙ୍କ ପାଦେ ମୁହିଁ କରିବି ଜଣାଣ
ଈଶ୍ବର ଚିନ୍ତାରେ ମୋର କଟିଯିବ ଦିନ।
ଈପ୍ଷିତ କରୁଣା ଯଦି ମିଳିଯିବ ମୋତେ
ଈଶ୍ବର ଉପାସନା ମୁଁ କରିବି କିଞ୍ଚିତେ।
ଈଶ୍ବରୀଙ୍କ ପ୍ରସାଦରେ ଦିନ ଯାଉ ବିତି
ଈଶ୍ବରନିଷ୍ଟ ହୋଇଲେ ଦୂରହେବ ଭୀତି।