ଆଖିରେ ମାଖିଲି କଜଳ ଯତନେ–ପାଦରେ ଅଳତା ଗାର
ଦିହରେ ଲେପିଲି ହଳଦି ବାଟଣ–ମୁହଁରେ ଲବଣୀ ସର
ସୁନ୍ଥା ପଡ଼ିଛି ଖାଲି
କିଏ ଲେପିଦେବ ସିନ୍ଥିରେ ସିନ୍ଦୂର
କା’ ହାତ ହୋଇବ ସିନ୍ଦୂରେ ନାଲି
ସୁନ୍ଥା ପଡ଼ିଛି ଖାଲି।
କପାଳେ ଥାପିଲି ବିନ୍ଦିର ଟିକିଲି–କେଶରେ ଅତର ଧାର
ରୁଞ୍ଜପରି ଓଠ ରଙ୍ଗେଇ ବସିଲି–ହାତେ ମଞ୍ଜୁଆତି ଗାର
ସୁନ୍ଥା ପଡ଼ିଛି ଖାଲି
କିଏ ଲେପିଦେବ ସିନ୍ଥିରେ ସିନ୍ଦୂର
କା’ ହାତ ହୋଇବ ସିନ୍ଦୂରେ ନାଲି
ସୁନ୍ଥା ପଡ଼ିଛି ଖାଲି।
ନଖରେ ନେସିଲି ନଖର ପାଲିସି ନାକେ ସୁନା ନାକଚଣା
ହାତେ ବଟଫଳ କଟି ଚନ୍ଦ୍ରହାର–କାନେ କୁଣ୍ଡଳ ଗହଣା
ସୁନ୍ଥା ପଡ଼ିଛି ଖାଲି
କିଏ ଲେପିଦେବ ସିନ୍ଥିରେ ସିନ୍ଦୂର
ଗୋପରେ ଗୁପତ ମୋ ଗଳାମାଳି
ସୁନ୍ଥା ପଡ଼ିଛି ଖାଲି।