ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କାହ୍ନୁଚରଣ ମହାନ୍ତି
ମହାପାତ୍ର ନୀଳମଣି ସାହୁ
ଆଶିଷ କୁମାର କର
ଅଶୋକ ଚନ୍ଦ୍ର ମହାପାତ୍ର
ସୁବ୍ରତ ପ୍ରିୟବ୍ରତ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଉତ୍କଳ ବନ୍ଦନା
 |- ମଧୁସୂଦନ ଦାସ
 
 
ତା: ମାର୍ଚ୍ଚ୍ ୩, ୨୦୧୭  
 

ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ,
ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ।
ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ,
ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ।
ଶାନ୍ତଗାତ୍ରୀ କାନ୍ତ କୁଞ୍ଜ-ପୁଞ୍ଜ ଶୈଳ ବର୍ଗରେ,
ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ।

ଶୂନ୍ୟ ଶଙ୍କେ ପୁଣ୍ୟ ଅଙ୍କେ କୋଟି ପୁତ୍ର ଧାରିଣୀ,
ପୁଷ୍ପମାଳେ ଶସ୍ୟ ଜାଲେ ତୁଷ୍ଟ ପୁଷ୍ଟ କାରିଣୀ।
ଶୁଭ୍ର ଫେଣୀ କୃଷ୍ଣ ବେଣୀ, ବକ୍ଷେ ତା’ର ବାହିନୀ,
କାନ୍ତ ବର୍ଣ୍ଣ ଶୁଦ୍ଧ ସ୍ୱର୍ଣ୍ଣ ବଜ୍ର ଖଣ୍ଡ ଦାୟିନୀ।
ଏକ ଭେକ ଏକ ଟେକ ଦୂରେ ଫିଙ୍ଗୁ ପାର୍ଥକ,
ନୀଳ ଶୈଳ ସାମ୍ୟନୀତି ପ୍ରାଣେ ହେଉ ସାର୍ଥକ।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମଧୁସୂଦନ ଦାସ
ମଧୁସୂଦନ ଦାସ
ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ସାହିତ୍ୟିକ, ସମାଜ ସୁଧାରକ ଓ ବାରିଷ୍ଟର ଭାବେ ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁବାବୁ ଓଡ଼ିଆମାନଙ୍କ ନିକଟରେ ଏକ ପରିଚିତ ନାମ୤ ଓଡ଼ିଆ ଭାଷାକୁ ଏକ ସ୍ବତନ୍ତ୍ର ଭାଷା ରୁପେ ମାନ୍ୟତା ସହିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ଥିଲା୤ ଓଡ଼ିଆ ଏବଂ ଇଂରାଜୀ ଭାଷାର ଜଣେ ଅସାଧାରଣ ବାଗ୍ମୀ ଭାବେ ମଧୁବାବୁ ତାଙ୍କ ସମୟର ଓଡ଼ିଆମାନଙ୍କ ନିକଟରେ ବେଶ୍‌ ଲୋକପ୍ରିୟ ଥିଲେ୤ ତାଙ୍କ ଲିଖିତ ଉତ୍କଳ ସନ୍ତାନ,... [ କ୍ରମେ ସବିଶେଷ ]
ମଧୁସୂଦନ ଦାସଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ, ଓଡିଶା  |  ଜୁନ୍ ୨୮, ୨୦୧୭ - ୪:୫୭ ପୂର୍ବାହ୍ନ

    ଅକ୍ଷର ଉତ୍କଳ
    ଅମୃତଭାଷିଣୀ ତୁ ଗୋ ଉତ୍କଳ ଜନନୀ
    ଅଣିମାଦି ଅଷ୍ଟଦାୟୀ ବୀର ପ୍ରସବିନୀ ॥
    ଆତ୍ମରାମ ଦାରୁବ୍ରହ୍ମ ତୋହର ଗର୍ଭରେ
    ଆଦିମାତା ବିମଳା ତୁ ଶ୍ରୀକ୍ଷେତ୍ର ଧାମରେ ॥
    ଇଶ୍ୱରୀ ଇଶ୍ୱର ହୋଇ ତୁ ଭୂବନେଶ୍ୱର
    ଈଶୋପନିଷଦ ଭାବ ବହିଛୁ ହୃଦର ॥
    ଉତ୍କଳକେଶରୀଙ୍କୁ ତୁ ଜନ୍ମ ଦେଇଥିଲୁ
    ଉତ୍କୃଷ୍ଟ କଳାର ଦେଶ ଉପାଧି ଲଭିଲୁ ॥
    ଋକ ଯଜୁ ସାମବେଦ ମନ୍ତ୍ର ଯେତେ ଯେତେ
    ରୁପା ସୁନା ହୀରା ନୀଳା ବରଷୁଛି ସେତେ ॥
    ଏଭଳି ଦେଶରେ ଆଜି ଋଣ ଭାର ରହି
    ଏକାନ୍ତ ଅଭାବେ ନର ଜୀବନ କାଟଇ ॥
    ଐକାନ୍ତିକ ପ୍ରେମ ନାହିଁ ଜନତା ମଧ୍ୟରେ
    ଐଶ୍ୱରୀକ ଶକ୍ତି ହଜି ନର ଦୁର୍ଦ୍ଦଶାରେ ॥
    ଓପ୍ରାଧ ପଣେ ଚାଲିଛି ରାଜନୀତି ଚାଷ
    ଓଡିଶାବାସୀଙ୍କ ଆଜି ବଢିଛି ଓପାସ ॥
    ଔଷଧୀୟ ଲତା ଗୁଳ୍ମ ବୃକ୍ଷ ଭରି ହୋଇ
    ଔପନ୍ୟାସିକ ଏ ଦେଶେ ଅଭାବ ନୁହଇ ॥
    କିନ୍ତୁ ଏ ଉତ୍କଳ ଆଜି ବୀର ଶୂନ୍ୟ ପରି
    କାମ କ୍ରୋଧ ଲୋଭ ମୋହ ଜାଲେ ଅଛି ପଡି ॥
    ଖରସ୍ରୋତା ପୁଣ୍ୟବତୀ ମହାନଦୀ ନୀର
    କ୍ଷୀର ସାଗର ଧୁଅଇ ତୋହର ଶରୀର ॥
    ଗଞ୍ଜାମରେ ଋଷିକୁଲ୍ୟା ପବିତ୍ର ତଟିନୀ
    ଗିରିନିଃସୃତ ମହେନ୍ଦ୍ରତନୟା ପାବନୀ ॥
    ଘନବନ ଭୂମି ତଟେ ପାରଳା ନଗର
    ଘୋଷିଲେ ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱତନ୍ତ୍ର ଉତ୍କଳ ॥
    ଚନ୍ଦ୍ର ଚନ୍ଦନ ପରାଏ ଅତି ସୁଶୀତଳ
    ଚାମର କେଶ ସେ ଗୋପବନ୍ଧୁ ନାମେ ବୀର ॥
    ଛନ୍ଦ କପଟ ନଜାଣି ଗଢିଲେ ଏ ଦେଶ
    ଛୋଟ ବଡ ଗ୍ରାମ ମିଶି ସାତଶ ପଚାଶ ॥
    ଜଗତ ଜନନୀ ତୁହି କଳିଙ୍ଗ ତାରିଣୀ
    ଜୟୀ ରାଜଗୁରୁ ଗୋଦାବରୀଶ ବର୍ଣ୍ଣିନୀ ॥
    ଝାଡଖଣ୍ଡ ରାଜ୍ୟ ପରା ତୋର ଥିଲା ଅଙ୍ଗ
    ଝୁଣ୍ଟି ପଡିଲୁକି ମା’ ଗୋ ଗୋଡ ହେଲା ଭଙ୍ଗ ॥
    ନାହିଁ ନାହିଁ ଦେବି ନାହିଁ କହିଲା ଇଂରେଜ
    ନିଶ୍ଚିତ ଦେବାକୁ ହେବ ଗର୍ଜିଲା ଏ ରାଜ୍ୟ ॥
    ଟଙ୍କାରିଲା ଧନୁ ସେହି ଲକ୍ଷ୍ମଣ ନାୟକ
    ଟଳିଲାନି ସୁରେନ୍ଦ୍ର ସାଏ ଜ୍ୱଳନ୍ତ ପାବକ ॥
    ଠାବ କରିନପାରିଲା ବିଦେଶୀ ଶାସକ
    ଠିକେ ଠୁଳ ଚଳାଇଲା ସଂଗ୍ରାମ ଅନେକ ॥
    ଡମ୍ବରୁ ନାଦେ ଯେପରି ସର୍ପ କରେ ନୃତ୍ୟ
    ଡାକହାକ ପ୍ରହକରେ ବଶ ହେଲା ସେତ ॥
    ଢଳ ଢଳ ନୟନରେ ରହିଛୁ ଅନାଇ
    ଢିଙ୍କି କୁଟା ଚାଉଳକୁ ଚୋବାଇ ଚୋବାଇ ॥
    ନମସ୍ୟ ଏ ଦେଶ କହି ଅଶୋକ ରାଜନ
    ନିମିଷେକ ମଧ୍ୟେ ସେହୁ ହେଲା ଅନ୍ତର୍ଦ୍ଧାନ ॥
    ତୋରମୋର ବୋଲି ଯାହା ବୋଲୁଥାଏ ନର
    ତାହାକୁଟି ମାୟା କହିଗଲା ଏ ସଂସାର ॥
    ଥାପି ଧର୍ମ କୀର୍ତ୍ତି ସେହି ହୋଇଲା ଧର୍ମାଶୋକ
    ଥବିର ଶ୍ରୀ ଖାରବେଳ ଦେଖାଇଲା ଦର୍ପ ॥
    ଦୟାଧର୍ମ ନାହିଁ ବୋଲି କହିଥିଲା ଯେହୁ
    ଦରିଦ୍ର ବାଜି ରାଉତ ଜନ୍ମି ତୋର ଦେହୁ ॥
    ଧରମା କରମା ହୋଇ ଗଢିଲା ଦେଉଳ
    ଧର୍ମକୁ ନମାନି ଭାଙ୍ଗି ସେ କଳାପାହାଡ ॥
    ନେତାଜୀ ହୋଇ ତୁ ବସି ଦେଖୁଅଛୁ ସବୁ
    ନବୀନ ଉତ୍କଳ ଦେଶେ ସମସ୍ତେ ତ ବାବୁ ॥
    ପସନ୍ଦ କରନ୍ତି ରାଧାନାଥଙ୍କ ଚିଲିକା
    ପୁରାଣ ରଚନା କଲା ସାରଳାଟି ଏକା ॥
    ଫେଡତୁ ନୟନ ଦେଖ ଉପଇନ୍ଦ୍ରବୀର
    ଫ ଚମ୍ପୁ ଟି କବିସୂର୍ଯ୍ୟ ଦୀନକୃଷ୍ଣଧର ॥
    ବନ୍ଦିତ ତୁ ଅଭିମନ୍ୟୁ ଜନ୍ମ ଦେଇକରି
    ବୈଷ୍ଣବ ତୋଷିଣି ଭାବ ହୃଦେ ଦେଲୁ ସ୍ଫୁରି ॥
    ଭଗ୍ନସ୍ତୂପ ଖଣ୍ଡଗିରି ଗୁହା ମଧ୍ୟେ ବସି
    ଭଜନ କରନ୍ତି କେତେ ନଗନ ସନ୍ୟାସୀ ॥
    ମନ୍ଦିର ମାଳିନୀ ବୋଲି କୀର୍ତ୍ତି ବିରାଜୁଛି
    ମଦ୍ୟ ମାଂସ ମୈଥୁନରେ ସର୍ବଦା ଭାସୁଛି ॥
    ଯବଧାନ୍ୟ ଖାଇ ନର ଏ ଦେଶରେ ରହି
    ଯଶ ପୌରୁଷ ଭରା ବୀରବୃନ୍ଦ ମହୀ ॥
    ରସାତଳେ ଯେତେ ଦେଶ ଶୋଭା ବିସ୍ତାରଇ
    ରମ୍ୟ ଉତ୍କଳ ତା’ ମଧ୍ୟେ ସ୍ୱତନ୍ତ୍ର ଅଟଇ ॥
    ଲୀଳା ଲକ୍ଷ୍ମୀ ଖେଳଘର ଚିଲିକା ଅଂଶୁପା
    ଲାବଣ୍ୟ ଗିରି ମହେନ୍ଦ୍ର ପ୍ରାଚୀନଟି ଏକା ॥
    ବିଶ୍ୱଯୁଦ୍ଧ ଭାରତର ସେହି ମୂକସାକ୍ଷୀ
    ବନ୍ଦିତ ସ୍ପନ୍ଦିତ ଅଭିନନ୍ଦିତ ଏ ମାଟି ॥
    ଶବର ଜାତି ସଂସ୍କୃତି ଶବ ବ୍ୟବଚ୍ଛେଦ
    ଶିବା ଶିବ ପୂଜା ତନ୍ତ୍ର ପରମ୍ପରା ବାଦ ॥
    ଷଣ୍ଢ ମଇଁଷି ଭକ୍ଷକ ଆଦିମ ଜୀବିକା
    ଷୀଣଦିଆ ଲୁହ ଅସ୍ତ୍ର ଦେଇଛୁ ତୁ ଶିକ୍ଷା ॥
    ସକଳ ଜାତିର ଉତ୍ସ ଏ ଆର୍ଯ୍ୟ ଉତ୍କଳ
    ସବର୍ଣ୍ଣ ଅସଦର୍ଣ୍ଣର ଭେଦ ନାହିଁ ମୂଳ ॥
    ହାଇଲୋ ଜନନୀ ବଙ୍ଗଭାଷା ଖୋଦରିଲୁ
    ହଇରାଣ କରି ପଣ୍ଡା ସେବକ ମାଇଲୁ ॥
    କ୍ଷର ଅକ୍ଷର ପୁରୁଷୋତ୍ତମ ଦେଶେ
    ଜଗନ୍ନାଥ କ୍ଷମା ମାଗି ରଚିଲା ଅକ୍ଷୟ ॥

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଏ ଶାନ୍ତ ସରଳ ଜୀବନ ଶୈଳୀ କୁଆଡେ ଗଲା ?
    ( ରଶ୍ମି )
  • ପ୍ରାଚୀନ ଶୈଳୀରେ ନବ ପ୍ରୟାସ ।
    ( ରଶ୍ମି )
  • ସତରେ, ଭୋକିଲା ପେଟ ଆଗରେ ପାପ ପୂନ୍ୟ ଅର୍ଥହୀନ । ପ୍ରଭୂ ଶ୍ରୀକୃଷ୍ଣ ତ ଅଭିନୟ ହି କରୁଥିଲେ, ଅର୍ଜୁନ ସମ୍ମୁଖରେ - ଗୀତାର ଅଭିନବ ଉପଯୋଗ…
    ( ରବିନ୍ଦ୍ର କୁମାର ଦାଶ )