ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମମ୍, ହାଏ
ମୁଁ ଜାଣିପାରୁଛି ତମେ ଏବେ କଣ କରୁଥିବ ଆଜି ତ ଟିଭି ସିରିଏଲରେ ତମ ମନ ଆଦୌ ନଥିବ ତମେ ଖାଲି ଘରକୁ ବାହାର ହେଉଥିବ ରିଲାକ୍ସ ମମ୍, ରିଲାକ୍ସ କାରଣ ଆଗକୁ ଆହୁରି ଅନେକ ଅଛି, ଯେଉଁଥିରେ ତମ ଛାତି ଥରିଯିବ କି ପାଦତଳୁ ଭୂମି ଖସିଯିବ
ତମେ ମତେ କେତେ ଘଣ୍ଟା ଖୋଜିଲଣି? ଦୁଇ ଘଣ୍ଟା! ନା, ଆଠ? ଖୋଜ କେତେ ଖୋଜୁଛ ମତେ କିଛି ଫରକ୍ ପଡିବନି, ଡଜ୍ ନଟ୍ ମ୍ୟାଟର ଟୁ ମି
ମମ୍, ୟାର୍, ମୁଁ ତୋ ପଞ୍ଜୁରୀରେ ସଜା ହୋଇରହିଥିବା ମିଟୁ ଟିଏ ନୁହେଁ ଏମିତି ବି ପକ୍ଷୀ ମାନଙ୍କର କିଛି ସ୍ବାଧୀନତା ଅଛି, ମନ ହେଲେ ଖାଇବେ, ନହେଲେ ଟିକ୍ ଟିକ୍ କରି କାଟିକି ଫିଙ୍ଗିବେ, ଉଡିବେ ହେଲେ ମତେ! ତୋ ତୁଳସୀ ପତ୍ର ରସ, ପୋଦିନା ଚଟଣୀ, ତୋର ସେ ଚୁଡା, ଛତୁଆ ସବୁକୁ ଗିଳିବାକୁ ହୁଏ ଏବେ ମୁଁ ଜାଣି ଗଲିଣି କେମିତି ନିଜ ଇଚ୍ଛାରେ ଚଳିବାକୁ ହୁଏ
ମୋର ଗୋଟିଏ ସିକ୍ରେଟ ଅଛି ଟିକେ ସ୍ଥିର ହେଇ ଶୁଣ୍ ମତେ ଗୋଟେ ସୁନ୍ଦର ଗାର୍ଲଫ୍ରେଣ୍ଡ ମିଳି ଯାଇଛି ଅଫ୍କୋର୍ସ, ଏବେ କେବଳ ଜଣେ ଅଛି ଆଉ ଗୋଟେ ସିକ୍ରେଟ୍ ତମେ ମୋ ପାଇଁ ବାଇକ୍ ନ କିଣିଲେ କଣ ହେଲା ? ଦେଖ, ମୋର ଫ୍ରେଣ୍ଡ୍ସମାନଙ୍କୁ, କେତେ କେୟାରିଙ୍ଗ୍ ମୋ ସାଙ୍ଗ ରିଜୁ ଅଗ୍ରୱାଲ୍, କିଛିଦିନ ପାଇଁ ତା ବାଇକ୍ ମତେ ଦେଇଛି, ତିନି ମାସ ପାଇଁ ସେ ଗାଡି ମୋର ପାପା, ସେଦିନ ୫୦୦୦ ଡ୍ର କରିଥିଲେ ନା ! ସେ ଟଙ୍କା ମୁଁ ନେଇଛି, ରିଜୁକୁ ଦେଇଛି
ଆଉ ବାଇକ୍ରେ କି ମଜ୍ଜା ଆମେ ଲଙ୍ଗ୍ ଡ୍ରାଇଭ୍ରେ ଯାଇଥିଲୁ ନ୍ୟାସ୍ନାଲ ହାଇୱେରେ ଜାଣ, ଉଡିଲୁ, ଉଡିଲୁ ତ ଆମେ, ମାନେ କିଏ ଭାବୁଛ?
ମୁଁ ଆଉ ତମନ୍ନା ଭେରି କ୍ୟୁଟ୍ ଗାର୍ଲ ମମ୍ ୱାଃ…. ଭେରି ଲଭ୍ଲି କି ଗାଲମ! ଯେମିତି ବଟର୍ ମେଲ୍ଟ୍ ହେଇ ଅଜାଡି ପଡିଛି ସେ ପଛରୁ ମୋ ଅଣ୍ଟାକୁ ଯେମିତି କୁଣ୍ଢେଇ ଧରିଛି, ମତେ ତ ନିଜକୁ ସୁପର୍ ମ୍ୟାନ୍ ପରି ଲାଗିଲା
ମୁଁ ତମମାନଙ୍କ ସଙ୍ଗେ ଏତେଦିନ କାହିଁକି ବୁଲୁଥିଲି ମନସ୍ତାପ କଲି ମମ୍, ତମେ ଭାବୁଛ କି ମତେ ଲାଜ କେମିତି ଲାଗୁନି? କମ୍ ଅନ୍, ବି ସ୍ମାର୍ଟ୍ ଯୁଗ କେତେ ବାଟ ଗଲାଣି ଜାଣିଛ? ମୁମ୍ବାଇର କିଛି ପ୍ୟାରେଣ୍ଟସ୍ ଏମିତି ଅଛନ୍ତି, ଯେଉଁମାନେ ତାଙ୍କ ପୁଅର ଗାର୍ଲଫ୍ରେଣ୍ଡକୁ ଘରକୁ ଡାକି, ଗୋଟେ ରୁମ୍ ଛାଡିଦେଇ କବାଟ ବନ୍ଦ କରିଦେଉଛନ୍ତି ନୋ କମ୍ପ୍ଲେନ୍
ହେଲେ, ତମେମାନେ ଯୋଉ ଗଁୱାର କୁ ସେଇ ଗଁୱାର ମୁଁ ଏବେ ଗୋଟେ ନାଇଟ୍ କ୍ଲବ୍ରେ ମେମ୍ବର୍ ହୋଇଛି କିଛି ଯଦି ଲଫଡା କରିବ ତ ଦେଖିବ
ମତେ ସେ ତମ ନରସିଂହପୁର ଗ୍ରାମର ମନମୋହନ ମିଶ୍ର ପଣ୍ଡିତ ମହାଶୟଙ୍କ ପୁତ୍ର ହରମୋହନ ମିଶ୍ରଙ୍କର ପୁତ୍ର ମାସୁମ୍ ମିଶ୍ର କରି ରଖିଥିବ କି? ମୁଣ୍ଡର ଏ ତେଲ, ଧଳା ଚେକ୍ର ସାର୍ଟ ଖଣ୍ଡେ, ହଜାରେ ପୂଜା ପାଠ ଶିଖେଇ ତମ ମନ ଲାଖି କଣ୍ଡେଇଟିଏ ବୋଲି ଭାବିଲ କି?
ଆଇ ଆମ୍ ଫ୍ରି ଗାଁକୁ ଯିବାର ନାଁ ଧରିବ ତ, ଘରେ ନିଆଁ ଲଗେଇଦେବି ଆଉ ବାଇକ୍ କଥାଟା ଶୀତଳ ଭଣ୍ଡାରକୁ ପଳେଇଛି ବୋଧେ, ନିକାଲୋ, ନିକାଲୋ, ନହେଲେ ଘରେ ରଖେଇ ଦେବିନି
“ଏଇ ଶୁଣୁଛ, ସେଠି ଠିଆ ହେଇ କଣ ପଢୁଛ? ନା ମୂର୍ତ୍ତି ବନି ଯାଇଛ! ଏମିତି ବଡ ବଡ ଆଖି କରି କଣ ଦେଖୁଛ?”
ପତ୍ନୀଙ୍କ କଥା ପରେ ସେ ଜାଣି ପାରିଲେ ଯେ, ତାଙ୍କ ହାତ ଥରୁଛି ଗୋଡ ବି ସଳଖ ହେଇ ରହିପାରୁନି ପେଟ ଘାଣ୍ଟି ହେଇଯାଉଛି “ଇଏ କି ଚିଠି!”
“ଜାଣିଲଣି, ପଟ୍ଟନାୟକ ବାବୁଙ୍କ ଝିଅ ୯୨.୫%, ସିନୁ ୯୮.୪% ଆଉ ପ୍ରଧାନ ବାବୁଙ୍କ ପୁଅ ଟିକେ କମିଗଲା ୮୯% ବୋଲି କନ୍ଦାକଟା କରୁଛି ଆଉ ଆମ ଗୁଣମନ୍ତ!”
ନା, ତମେ କିଛି ଶୁଣନି ଖାଲି ପତ୍ରିକା ପଢ, ଅଫିସ୍ ଫାଇଲ୍ରେ ମୁଣ୍ଡଟା ଝୁଙ୍କେଇ ବସିଥାଅ ପୁଅ ପାଇଁ କିଛି ସ୍ବପ୍ନ ଅଛି କି ନାହିଁ, ନା ତମରି ପରି ସରକାରୀ ଅଫିସରଟିଏ ହେଇ ଯୋଉ କାମ କହିଲେ ପଇସା ନାହିଁ, ପଇସା ନାହିଁ ହେଉଥିବ”
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. ଜ୍ଞାନରଞ୍ଜନ ସ୍ବାଇଁ | ମାର୍ଚ୍ଚ୍ ୧୭, ୨୦୧୧ - ୧୦:୫୯ ପୂର୍ବାହ୍ନ
ଲେଖାଟି ଭଲ ଲାଗିଲା|
୨. ଭବାନି ପ୍ରସାଦ ପତି | ମେ ୨୩, ୨୦୧୧ - ୪:୧୮ ପୂର୍ବାହ୍ନ
ବହୁତ ବଢିଆ
ମତେ ବହୁତ ଭଲ ଲାଗିଲା ..। ମାନେ Great
୩. Chinmaya | ମେ ୨୩, ୨୦୧୧ - ୯:୨୯ ପୂର୍ବାହ୍ନ
Bhala lagila. It’s good.
୪. sushanta | ଜୁନ୍ ୩, ୨୦୧୧ - ୪:୨୬ ପୂର୍ବାହ୍ନ
Really very nice. keep it up and mail me some other
୫. partha | ଅଗଷ୍ଟ୍ ୧, ୨୦୧୧ - ୭:୧୨ ପୂର୍ବାହ୍ନ
Ehaku Eka Galpa bhabi samuchit hebani,karana eha madya re samaj re prakruta re chali thiba ghatana ku prachhanna bhabare upasthapan karajaichhi
୬. Bijan Ray | ସେପ୍ଟେମ୍ବର୍ ୧୭, ୨୦୧୧ - ୨:୧୯ ପୂର୍ବାହ୍ନ
ଧନ୍ୟବାଦ୍ , ଲେଖାଟି ବହୁତ ଭଲ ହୋଇଛି.
୭. ବିକାଶ ବିଶ୍ବାଳ | ଜୁଲାଇ ୬, ୨୦୧୨ - ୩:୪୯ ପୂର୍ବାହ୍ନ
ଆମ ଓଡ଼ିଆ ଭାଷାର ଉନ୍ନତ୍ତି ପାଇଁ ଏହି ପରି ଜାଗରଣ ଦରକାର ଯାହା ଫଳରେ ଦେଶର ସବୁ ରାଜ୍ୟରେ ଓଡ଼ିଆ ଭାଷା ମାନ୍ୟତା ପାଇ ପାରିବ.