ଧର୍ମର ଭୟ କ୍ଷମତାର ଭୟ ଜୀବନର ଭୟ ପ୍ରତିବାଦର ଭୟ! ଭୟ! ଭୟ! ସମଗ୍ର ଜାତିର ରକ୍ତକଣିକା ଖାଲି ଭୟର ବୀଜାଣୁରେ ଭରପୁର ଆଃ କେଡ଼େ ବ୍ୟାଧିଗ୍ରସ୍ତ ଏ ଜାତିଟା ତା’ର ମାଦଳ ଠାକୁର ପରି, କେଡ଼େ ନିର୍ବୋଧ ଏ ଲୋକମାନେ ଭୋକରେ ବି ନିଦ୍ରା ଯାଇପାରନ୍ତି କର୍ମକୁ ଆଦରି। ମୁହଁରୁ ଦାନା ଛଡ଼େଇ ନେଇ ଯାଉଥିବା ନିର୍ଦ୍ଦୟ ବ୍ୟକ୍ତିଟି ସାମ୍ନାରେ ବି ପ୍ରତିବାଦହୀନ ଗୁଡ଼ାଏ ପଥରମୂର୍ତ୍ତି । ଉଡ୍ଡିୟାନର ଆତ୍ମା ଏବେ ବି ଶୋଇରହିଛି ଅନ୍ଧାରରେ
ଶୁଣ ସୁଧିରେ ଭକ୍ତବୀର। କହିବା ଶରୀରାର୍ଥ ସାର॥ ବ୍ରହ୍ମା ଯେ ନାଭି କମଳରେ। ବାସ ତା ହୃଦୟ ମଣ୍ଡଳେ॥ ସେଠାରୁ ଝରୁଛି କଳ୍ପଣା। ମନ ପବନ ଯୋଗ ସିନା॥ ଘଟରେ ବ୍ରହ୍ମାଙ୍କୁ ଚିହ୍ନିଲେ। ଫଳ ସଂପୂର୍ଣ୍ଣ ହୋଏ ଭଲେ॥ ଶରୀରାର୍ଥକୁ କେ ନ ଜାଣି। ବାହାରେ ଭ୍ରମି ମରେ ପ୍ରାଣୀ॥ ହୃଦ-କମଳେ ଜଗନ୍ନାଥ। ସ୍ୱରୁପ ବୁଝ ହେ ଭଗତ॥ ଲକ୍ଷ୍ମୀଙ୍କୁ ସଂଗତରେ ଘେନି। ବାସ ତା ହୃଦୟ ମୂର୍ଦ୍ଧନି॥ କଳ୍ପବଟରେ ଅଛି ରହି। ନୀଳକନ୍ଦର ତାକୁ କହି॥
ବିଜନ କୁଟୀରେ ବସି ଲେଖଇ କବିତା ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା ଗୁନ୍ଥି ଯାଏ ଗୋଟି ଗୋଟି ମାଳାକାର ସମ ଅନାୟାସେ ଧରା ଦିଏ ଛନ୍ଦେ ଯେହୁ ମମ। ଏକାଳେ ଭିକାରୀ ଆସି ଆରମ୍ଭିଲା ଗୀତ ଚିତ୍ତ ହେଲା ବିଚଳିତ ଭାବ ଅସ୍ତମିତ। ଆସୁଥିଲା ଯେ ନିକୁଞ୍ଜ ସରାଗେ ବଉଳି କଙ୍କାଳର କୋଳାହଳେ ପଡ଼ିଲା ମଉଳି। ଗରଜିଲା କଟୁଭାଷେ କ୍ରୋଧେ ହତଜ୍ଞାନ କଙ୍କାଳ କରୁଣ କଣ୍ଠେ ଛିନ୍ନ ହେଲା ଗାନ ବିରାଗେ ମଳିନ ମୁଖ
ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି-ଶଶୀ-ତାରା, ନୀରବେ ବଢ଼ଇ ତରୁଲତା-ମହୀଧର ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର ମହା-କାଳ-ପାରାବାର ଅନନ୍ତ ଗରଭେ ମିଶଇ ସମୟ-ସ୍ରୋତ ସତତ ନୀରବେ, ନୀରବେ ଜଗତ କରେ ନିଜ କକ୍ଷେ ଗତି ନୀରବ ନିଖିଳ ବିଶ୍ବ ନିଗୂଢ ଶକତି ନୀରବେ ପ୍ରେମିକ ନେତ୍ରେ ଅଶ୍ରୁ ଢଳ ଢଳ, ନୀରବେ ସରସୀ-ବକ୍ଷେ ହସେ ଶତଦଳ, ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ, ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ
(ରାଗ-ମଙ୍ଗଳ) ରୁଚିର ଶରଦକାଳ ବିରାଜିଲା ଆସି, ହସିଲା ଧରଣୀରାଣୀ ଶୋଭା ପରକାଶି କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ, ଧବଳିତ ଉପବନ ଜନମନ ହରେ ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ, ଭାସଇ ବୋଇତ ଯଥାନୀଳ ସମୁଦ୍ରରେ ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ଜ୍ବଳ, ବିରାଜଇ ଦଶଦିଶ କରିଣ ଧବଳ ଉଜ୍ଜ୍ବଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ, ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ ନଦୀ ପୁଷ୍କରିଣୀ ଜଳଏବେ ସୁନିର୍ମଳ,
ଖଲିକୋଟର ଦୁଇଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି ଏ ଖବର ରଖୁଛନ୍ତି ଗୃହ-ପରିବାର ବା ସାଇପଡ଼ିଶାର ଲୋକେ କିନ୍ତୁ ଯେଉଁଦିନ ମାଗୁଣି ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା, “ମାଗୁଣି ଚାଲିଗଲା ? ଆହା-ବିଚରା ଚାଲିଗଲା” ମାଗୁଣି କିଏ ? ଖଲିକୋଟର ସେ ରାଜା ନୁହେଁ,
ମୁଁ ଏକ ଛିଣ୍ଡା ଗୁଡି ନଟେଇରୁ ଛିଣ୍ଡିଲା ପରେ ମୁଁ ଖୋଜିଚାଲିଛି ଭୂପୃଷ୍ଠ ହେଲେ ଅଟକିଯାଇଛି ଏକ ଅନାମଧ୍ୟେୟ ଗଛର ଡାଳରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମତେ ତରଳିବାକୁ ହେବ ମାଘର କାଠୁଆ ଶୀତରେ ଜଳିବାକୁ ହେବ ବୈଶାଖର ତପ୍ତ ମଧ୍ୟାହ୍ନରେ ଭିଜିବାକୁ ହେବ ଶ୍ରାବଣର ମୂଷଳଧାରାରେ ବିବର୍ଣ୍ଣ ଆକାଶ ତଳେ ବିଷର୍ଣ୍ଣ ପୃଥିବୀ ଉଦାସ ବସନ୍ତ ଆଉ ବିବଶ ବାନ୍ଧବୀ ସମସ୍ତେ ଚାହିଁଥିବେ ମୋ ଖସିବା ବାଟକୁ ବାରମ୍ବାର ଚାହୁଁଥିବେ ଶୂନ୍ୟ ଆକାଶକୁ,